ସ୍ବାମୀ ଅଭିଷେକଙ୍କ ଠାରୁ ବହୁତ ଧନୀ ଐଶ୍ୱର୍ଯ୍ୟା: ଜାଣନ୍ତୁ ବଚ୍ଚନ ପରିବାରରେ କାହାର କେତେ ସମ୍ପତ୍ତି…

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଇତିମଧ୍ୟରେ ୪୫ ବର୍ଷର ହୋଇଯାଇଛନ୍ତି। ୫ ଫେବୃଆରୀ, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ମିସ୍‌ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଅଭିଷେକ। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ଅଭିଷେକଙ୍କ ଠାରୁ ବହୁତ ଅଧିକ। ଏକ ରିପୋର୍ଟ ଅନୁଯାୟୀ, ଐଶ୍‌ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୪୫ କୋଟି ଟଙ୍କା ହୋଇଥିବା ବେଳେ ଅଭିଷେକଙ୍କର ୨୧୦ କୋଟି ସମ୍ପତ୍ତି ରହିଛି। ତେବେ ଫିଲ୍ମ ଐଶ୍‌ଙ୍କର ଏକମାତ୍ର ଆୟ ନୁହେଁ। ଏହା ବ୍ୟତିତ ସେ ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଗୋଟିଏ ବିଜ୍ଞାପନ ପାଇଁ ସେ ୪-୫ କୋଟି ଟଙ୍କା ନେଇଥାନ୍ତି। ଐଶ୍‌ଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ସେହିପରି ମୁମ୍ବାଇ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଐଶ୍‌ଙ୍କର ଏକ ଆପାର୍ଟମେଣ୍ଟ ରହିଛି, ଯାହାର ମୂଲ୍ୟ ୩୦ କୋଟି ଟଙ୍କା ହେବ। ଭାରତ ସାଙ୍ଗକୁ ଦୁବାଇରେ ତାଙ୍କର ତାଙ୍କର ସମ୍ପତ୍ତି ରହିଛି।
ସେହିପରି ଅମିତାଭ ବଚ୍ଚନଙ୍କ କଥା କୁହାଗଲେ, ବର୍ତ୍ତମାନ ସମୟରେ ସେ ବଲିଉଡ୍‌ର ସବୁଠୁ ଧନି ଅଭିନେତା। ଫିଲ୍ମ, ଟିଭି ଶୋ’ ଏବଂ ବିଜ୍ଞାପନରୁ ସେ ମୋଟା ଅଙ୍କର ଅଥଁ ଆୟ କରୁଛନ୍ତି। କରୋନା ସମୟରେ ତାଙ୍କୁ ଅନେକ ବଡ଼ ବ୍ରାଣ୍ଡ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା। ଠିକ୍‌ ସେହିପରି ଅମିତାଭଙ୍କ ସ୍ତ୍ରୀ ଜୟା ବଚ୍ଚନ ଦେଶର ସବୁଠାରୁ ଧନୀ ଏମ୍‌ପିଙ୍କ ମଧ୍ୟରେ ଅନ୍ୟତମ। ରାଜ୍ୟସଭାରେ ନାମାଙ୍କନପତ୍ର ଦାଖଲ ବେଳେ ଜୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରମାଣପତ୍ର ଅନୁଯାୟୀ, ଜୟା -ଅମିତାଭଙ୍କ ପାଖରେ ପ୍ରାୟ ୪୬୦ କୋଟି ଅସ୍ଥାବର ଏବଂ ୩୪୩ କୋଟି ସ୍ଥାବର ସମ୍ପତ୍ତି ରହିଛି। ଅର୍ଥାତ୍‌ ଉଭୟଙ୍କ ପାଖରେ ସମୁଦାୟ ୮୦୦ କୋଟି ଟଙ୍କାର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri