ସ୍ବାମୀ ଅଭିଷେକଙ୍କ ଠାରୁ ବହୁତ ଧନୀ ଐଶ୍ୱର୍ଯ୍ୟା: ଜାଣନ୍ତୁ ବଚ୍ଚନ ପରିବାରରେ କାହାର କେତେ ସମ୍ପତ୍ତି…

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଇତିମଧ୍ୟରେ ୪୫ ବର୍ଷର ହୋଇଯାଇଛନ୍ତି। ୫ ଫେବୃଆରୀ, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ମିସ୍‌ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଅଭିଷେକ। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ଅଭିଷେକଙ୍କ ଠାରୁ ବହୁତ ଅଧିକ। ଏକ ରିପୋର୍ଟ ଅନୁଯାୟୀ, ଐଶ୍‌ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୪୫ କୋଟି ଟଙ୍କା ହୋଇଥିବା ବେଳେ ଅଭିଷେକଙ୍କର ୨୧୦ କୋଟି ସମ୍ପତ୍ତି ରହିଛି। ତେବେ ଫିଲ୍ମ ଐଶ୍‌ଙ୍କର ଏକମାତ୍ର ଆୟ ନୁହେଁ। ଏହା ବ୍ୟତିତ ସେ ବିଜ୍ଞାପନରୁ ମଧ୍ୟ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଗୋଟିଏ ବିଜ୍ଞାପନ ପାଇଁ ସେ ୪-୫ କୋଟି ଟଙ୍କା ନେଇଥାନ୍ତି। ଐଶ୍‌ଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାର ରହିଛି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ସେହିପରି ମୁମ୍ବାଇ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଐଶ୍‌ଙ୍କର ଏକ ଆପାର୍ଟମେଣ୍ଟ ରହିଛି, ଯାହାର ମୂଲ୍ୟ ୩୦ କୋଟି ଟଙ୍କା ହେବ। ଭାରତ ସାଙ୍ଗକୁ ଦୁବାଇରେ ତାଙ୍କର ତାଙ୍କର ସମ୍ପତ୍ତି ରହିଛି।
ସେହିପରି ଅମିତାଭ ବଚ୍ଚନଙ୍କ କଥା କୁହାଗଲେ, ବର୍ତ୍ତମାନ ସମୟରେ ସେ ବଲିଉଡ୍‌ର ସବୁଠୁ ଧନି ଅଭିନେତା। ଫିଲ୍ମ, ଟିଭି ଶୋ’ ଏବଂ ବିଜ୍ଞାପନରୁ ସେ ମୋଟା ଅଙ୍କର ଅଥଁ ଆୟ କରୁଛନ୍ତି। କରୋନା ସମୟରେ ତାଙ୍କୁ ଅନେକ ବଡ଼ ବ୍ରାଣ୍ଡ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା। ଠିକ୍‌ ସେହିପରି ଅମିତାଭଙ୍କ ସ୍ତ୍ରୀ ଜୟା ବଚ୍ଚନ ଦେଶର ସବୁଠାରୁ ଧନୀ ଏମ୍‌ପିଙ୍କ ମଧ୍ୟରେ ଅନ୍ୟତମ। ରାଜ୍ୟସଭାରେ ନାମାଙ୍କନପତ୍ର ଦାଖଲ ବେଳେ ଜୟାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରମାଣପତ୍ର ଅନୁଯାୟୀ, ଜୟା -ଅମିତାଭଙ୍କ ପାଖରେ ପ୍ରାୟ ୪୬୦ କୋଟି ଅସ୍ଥାବର ଏବଂ ୩୪୩ କୋଟି ସ୍ଥାବର ସମ୍ପତ୍ତି ରହିଛି। ଅର୍ଥାତ୍‌ ଉଭୟଙ୍କ ପାଖରେ ସମୁଦାୟ ୮୦୦ କୋଟି ଟଙ୍କାର ମାଲିକ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri