Posted inଜାତୀୟ

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ଛୁଟିର କାରଣ ଅସୁସ୍ଥ ବୋଲି କୁହାଯାଇଛି। ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୭୮ ବିମାନକୁ ବାତିଲ କରାଯାଇଛି। ଶେଷ ମୁହୂର୍ତ୍ତରେ ଅସୁସ୍ଥ ଖବର ଦେବା ପରେ ପ୍ରାୟ ୩୦୦ ବରିଷ୍ଠ କ୍ୟାବିନ କ୍ରୁ ସଦସ୍ୟ ମୋବାଇଲ ଫୋନ ବନ୍ଦ କରିଦେଇଛନ୍ତି।
ସୂଚନାନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମ୍ୟାନେଜମେଣ୍ଟ ବର୍ତ୍ତମାନ ଟାଟା ଗ୍ରୁପ ମାଲିକାନା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରୁଥିବା କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି, ଗତ ରାତିରୁ ଆମର କ୍ୟାବିନ କ୍ରୁଙ୍କର ଅନେକ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି ଏବଂ ଏହି କାରଣରୁ ଅନେକ ବିମାନ ବାତିଲ ହୋଇଛି କିମ୍ବା ବିଳମ୍ବ ହୋଇଛି। ଏହି ଘଟଣା ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଜାଣିଛୁ। ଏହାର କାରଣ ବୁଝିବାକୁ, ଆମର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆମର ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଗ୍ନାବସ୍ଥାରେ ପଡ଼ିରହିଛି ବୌଦ୍ଧ ମୂର୍ତ୍ତି: ସୌନ୍ଦର୍ଯ୍ୟକରଣ ପୁନରୁଦ୍ଧାର ଅପେକ୍ଷାରେ ଛତ୍ରପୁର ପୌରପରିଷଦ

ଛତ୍ରପୁର,୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରମୁଖ ସହର ତଥା ସଦରମହକୁମା ଛତ୍ରପୁରଠାରେ ଦୀର୍ଘବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା ଅନେକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ୨୦୧୩ ‘ଫାଇଲିନ’ ମହାବାତ୍ୟା…

ପରାଜୟ ମାନିଲେ ମମତା! ଶୁୁଭେନ୍ଦୁଙ୍କ ଶପଥ ନେଉ ନେଉ ହଠାତ୍‌ କଲେ ଏମିତି କାମ

କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାଜପାର ବିସ୍ମୟକର ବିଜୟ ପରେ, ମମତା ବାନାର୍ଜୀ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିଲେ। କିନ୍ତୁ, ଏବେ ମମତା ବାନାର୍ଜୀ ତାଙ୍କର…

‘ଏବେ ପଶ୍ଚିମବଙ୍ଗ ପୁନଃନିର୍ମାଣ ହେବ’ – ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ, ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ଜୋରାସାଙ୍କୋ ଠାକୁର ବାଡ଼ିରେ ଶ୍ରଦ୍ଧାଞ୍ଜଳି…

ସ୍ପଷ୍ଟ ହେଲା ବିଜୟ ଥାଲାପତିଙ୍କ ରାଜତିଳକ, TVKକୁ ସମର୍ଥନ କଲା ଏହି ଦଳ..

ଚେନ୍ନାଇ,୯।୫: ଥାଲାପତି ବିଜୟ ତାମିଲନାଡୁରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ଶନିବାର ସେ ଆଉ ଏକ ଦଳର ସମର୍ଥନ ପାଇଲେ, ଯାହା ପରେ ତାଙ୍କ ଦଳ ସରକାର…

‘ମୁଁ କଣ କରିବି’, ରୋହିତଙ୍କ ସହ ସେଲଫି ନେବା ବେଳେ ସ୍ବିଚଅଫ ହେଲା ଫୋନ, ତା’ପରେ…

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ କ୍ରିକେଟର । ରୋହିତ ଯେଉଁଠାକୁ ଯାଆନ୍ତି, ତାଙ୍କ ସହିତ ସେଲଫି…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri