Posted inଜାତୀୟ

ସାଧ୍ୱୀ ହେବାକୁ ଚାହୁଁଛନ୍ତି ଏୟାର ହୋଷ୍ଟେସ୍‌, ରାଜି ହେଉ ନାହାଁନ୍ତି ସନ୍ଥ

ପ୍ରୟାଗରାଜ,୩୧।୧: ସଙ୍ଗମ ନଗରୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭ ୨୦୨୫ର ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ପ୍ରଥମେ ଆଇଆଇଟି ବାବା ଅଭୟ ସିଂହଙ୍କ ବିଷୟରେ ଆଲୋଚନା ହୋଇଥିଲା ଏବଂ ତା’ପରେ ହର୍ଷା ରିଚାରିଆ ଏବଂ ମାଳା ବିକ୍ରୟ କରୁଥିବା ଝିଅ ମୋନାଲିସାଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏସବୁ ମଧ୍ୟରେ, ଜଣେ ଏୟାର ହୋଷ୍ଟେସ ମହାକୁମ୍ଭରେ ପ୍ରବେଶ କରିଛନ୍ତି, ଯିଏ ସବୁକିଛି ଛାଡି ସାଧ୍ୱୀ ହେବାକୁ ଚାହୁଁଛନ୍ତି।
ଏୟାର ହୋଷ୍ଟେସ ଡିଜା ଶର୍ମା ଗେରୁଆ ରଙ୍ଗର ପୋଷାକ ପିନ୍ଧି ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି, ତାଙ୍କ ବେକରେ ବଡ଼ ରୁଦ୍ରାକ୍ଷ ମଣିର ଅନେକ ମାଳା, କପାଳରେ ଚନ୍ଦନ ଏବଂ ମୁହଁରେ ମେକଅପ ରହିଛି। ଡିଜା ଶର୍ମା ସ୍ପାଇସଜେଟ କମ୍ପାନୀରେ ଜଣେ ଏୟାର ହୋଷ୍ଟେସ ଥିଲେ। ସେ କୁହନ୍ତି ଯେ ତାଙ୍କ ମାଆ ପ୍ରାୟ ଛଅ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ, ଯାହା ପରେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା ଏବଂ ସେ ଆଧ୍ୟାତ୍ମିକତାର ପଥ ବାଛିଥିଲେ।
ଡିଜା ଶର୍ମା ଦାବି କରିଥିଲେ ଯେ ସେ ଜଣେ ଗୁରୁଜୀ ଏବଂ ଗୁରୁମାତାଙ୍କ ନିକଟରେ ସାଧ୍ୱୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେମାନେ ମନା କରି କହିଥିଲେ ଯେ ସେ ଏପର୍ଯ୍ୟନ୍ତ ବହୁତ ଛୋଟ ଅର୍ଥାତ୍‌ ସାଧ୍ୱୀ ହେବାକୁ ତାଙ୍କର ବୟସ ହୋଇନାହିଁ। ସେ ମହାକୁମ୍ଭରେ ଯେଉଁଠାକୁ ଯାଆନ୍ତି, ସେଠାରେ ଲୋକଙ୍କ ଭିଡ଼ ଜମା ହୁଏ ଏବଂ ତାଙ୍କ ସହିତ ସେଲ୍ଫି ନେବା ଆରମ୍ଭ କରନ୍ତି। ଏକ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ସାକ୍ଷାତକାର ଭାଇରାଲ ହେଉଛି, ଯେଉଁଥିରେ ସେ ହର୍ଷ ରିଚାରିଆଙ୍କ ବିଷୟରେ ଏକ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ସେ ହର୍ଷା ରିଚାରିଆଙ୍କ ପରି ହେବାକୁ ଚାହାଁନ୍ତି ନାହିଁ କିମ୍ବା ତାଙ୍କ ପରି ଦେଖାଯାଆନ୍ତି ନାହିଁ। ସେ ହର୍ଷାଙ୍କୁ ଜଣେ ଅଭିନେତ୍ରୀ ଏବଂ ପ୍ରଭାବଶାଳୀ ଭାବରେ ବର୍ଣ୍ଣନା କରିଛନ୍ତି।
ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ୟୁଜର୍ସମାନେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଯେ ଏହା ଇନଷ୍ଟାଗ୍ରାମରେ ଫଲୋଅର୍ସ ବୃଦ୍ଧି କରିବାର ଏକ ଟ୍ରିକ। ପୂର୍ବରୁ ହର୍ଷା ରିଚାରିଆ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲେ। ତଥାପି, ସେ ସ୍ପଷ୍ଟ କରିଥିଲେ ଯେ ସେ ସାଧ୍ୱୀ ନୁହଁନ୍ତି। ହର୍ଷା ରିଚାରିଆ କହିଥିଲେ, ‘ମୁଁ ସାଧ୍ୱୀ ହେବା ପାଇଁ କୌଣସି ପୂଜାପାଠ କରିନାହିଁ, କିମ୍ବା ଏଥିପାଇଁ କୌଣସି ଦୀକ୍ଷା ନେଇନାହିଁ। ମୁଁ କେବଳ ଗୁରୁ ଦୀକ୍ଷା ଏବଂ ମନ୍ତ୍ର ଦୀକ୍ଷା ନେଇଛି, ତେଣୁ ମୋତେ ସାଧ୍ୱୀ କହିବା ଭୁଲ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଖାତାକୁ ଆସିବ ୧୦ ହଜାର ଟଙ୍କା, ଡିସେମ୍ବରରେ ମିଳିବ ପ୍ରଥମ କିସ୍ତି: ଜାଣନ୍ତୁ କେଉଁମାନେ ପାଇବେ ଲାଭ

ନୂଆଦିଲ୍ଲୀ, ୨୪।୧୧: ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳାଙ୍କ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ମହିଳାମାନେ ନିଜର ଖର୍ଚ୍ଚ ତୁଲାଇବାରେ…

ବରିଷ୍ଠ-କନିଷ୍ଠ ଖେଳାଳିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଭାରତୀୟ ଦଳ ଭାଙ୍ଗି ପଡ଼ିଥିଲା; ଖେଳାଳିମାନେ ପରସ୍ପର ସହ କଥା ହେଉ ନ ଥିଲେ

ନୂଆଦିଲ୍ଲୀ,୨୪।୧୧: ଯେତେବେଳେ ଏକ ଦଳ ଏକଜୁଟ ହୋଇ ଖେଳିବାରେ ବିଫଳ ହୁଏ, ସେତେବେଳେ ଏହାର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ୧୯୯୨ ବିଶ୍ୱକପ…

ଆଜିଠୁ ୧୦ଦିନ ଧରି ଚାଲିବ ସାଂସ୍କୃତିକ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୪।୧୧(ଲିଙ୍ଗରାଜ ରାଉତ) ଆଜିଠୁ ଭୁବନେଶ୍ୱର ବାଲିଯାତ୍ରା ଆରମ୍ଭ ହେବାକୁଯାଉଛି। ଏହା ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବ। ଏହି ଅବସରରେ…

ଡ୍ରୋନ୍‌ କ୍ୟାମେରାରେ ମହାବଳ! ୨ ବଳଦଙ୍କୁ ମାରି ଖାଇବା ପରେ ଆତଙ୍କ

ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ…

ମାତ୍ର ୩୬ ବଲ୍‌ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍‌ଙ୍କ ଉଡ଼ିଲା ହୋଶ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର…

ପୀତବାସ ହତ୍ୟା ମାମଲା: ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର,୨୪।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଭଜପା ନେତା ତଥା ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ମଙ୍ଗଳବାର…

ପ୍ରସ୍ତୁତ ହେଲାଣି ICC, ଆଇପିଏଲ ପରି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରେ ମଧ୍ୟ ବ୍ୟାଟଗୁଡ଼ିକର ହେବ ସ୍ବତନ୍ତ୍ର ଯାଞ୍ଚ

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଏକ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଜଣେ…

ରାହୁ-କେତୁଙ୍କ ଗୋଚର: କାର୍ତ୍ତିିକ ପୂର୍ଣ୍ଣିିମାଠୁ ୩ ରାଶିଙ୍କ ଉପରେ ଅଶୁଭ ପ୍ରଭାବ! ମାଡିଆସିବ ଘୋର ସମସ୍ୟା

ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?