Posted inଜାତୀୟ

ଏନ୍‌ଏଚ୍‌ରେ ଅବତରଣ କରିବ ବାୟୁସେନା ବିମାନ, ସେପ୍ଟେମ୍ବର ୮ରେ ମିଳିବ ପ୍ରଥମ ଏନ୍‌ଏଚ୍‌…

ନୂଆଦିଲ୍ଲୀ,୬।୯: ଦେଶରେ ଏପରି ଏକ ପ୍ରଥମ ଜାତୀୟ ରାଜପଥ ବାୟୁସେନାକୁ ପ୍ରଦାନ କରାଯିବ। ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ସେପ୍ଟେମ୍ବରରେ ରାଜସ୍ଥାନର ବାଡମେରରେ ନିର୍ମିତ ହୋଇଥିବା ଏହି ଜାତୀୟ ରାଜପଥକୁ ଲୋକାର୍ପିତ କରିବେ।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ଏବଂ ବାୟୁସେନା ଅଧିକାରୀଙ୍କ ମିଳିତ ଭାବେ ଏହି ଏୟାର ଷ୍ଟ୍ରିପ ପ୍ରସ୍ତୁତ କରାଯାଇଛି। ଏହି ଏୟାର ଷ୍ଟ୍ରିପ ଆରମ୍ଭ ହେବା ପରେ ବାୟୁସେନା ଏଥିରୁ ବହୁ ଲାଭ ପାଇ ପାରିବ। ଏହାପୂର୍ବରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଏୟାର ଷ୍ଟ୍ରିପ ରହିଛି, ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରିବା ସହିତ ଉଡ଼ାଣ ମଧ୍ୟ କରିପାରିବେ। ତେବେ ଏହି ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ରହିଛି।
ଯମୁନା ଏକ୍ସପ୍ରେସୱେ ବ୍ୟତୀତ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ। ଲକ୍ଷ୍ନୌ- ଗାଜିପୁର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ କୁରେଭାର ନିକଟରେ ସରକାରଙ୍କ ନିର୍ଦ୍ଦେଶରେ ନିର୍ମିତ ଏୟାର ଷ୍ଟ୍ରିପ ଉପରେ ବାୟୁସେନା ଯୁଦ୍ଧ ବିମାନ ଅବତରଣ କରିବାକୁ ସକ୍ଷମ ହେବ। ଜରୁରୀ କାଳୀନ ପରିସ୍ଥିତିରେ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ସରକାର ଏସବୁ ଏୟାର ଷ୍ଟ୍ରିପ ନିର୍ମାଣ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଥରେ ଟ୍ରେନର ବିମାନ ଅବତରଣ କରାଯାଇଛି।

ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ୩୩୦୦ ମିଟର ଲମ୍ବା ଏୟାର ଷ୍ଟ୍ରିପ ନିର୍ମାଣ କରାଯାଉଛି। ଏଠାରେ ଫ୍ରାନ୍ସର ଆଧୁନିକ ରାଫାଲ ବିମାନ ମଧ୍ୟ ଅବତରଣ କରିପାରିବ। ବାୟୁସେନାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଫେଲ ପାଇଁ ବି.କେ.ଟି ବାୟୁସେନା ଷ୍ଟେସନ ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ, ରାଫାଲ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ମଧ୍ୟ ଅବତରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?