କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଛଡାଇ ନେଇଛନ୍ତି। ୧ ତାରିଖରେ ଅଶୋକ ବଜାରରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ବେହେରାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ ହୋଇଛି। ୨ ତାରିଖରେ ଚନ୍ଦନ ପୋଖରୀ ଛକରେ ଟେଲରିଂ ଶିକ୍ଷା ଦେଉଥିବା ଭାଲେଣ୍ଟିନା ମାଇତିଙ୍କ ଦୋକାନକୁ କଥାବାର୍ତ୍ତା ଆଳରେ ଜଣେ ଯୁବକ ଆସି ୨ ଭରି ଓଜନର ସୁନାହାର ଝାମ୍ପି ନେଇଛନ୍ତି। ୩ ତାରିଖରେ ଶିଶୁଆ ଗ୍ରାମର ସୁଶିଲ କୁମାର ପ୍ରଧାନଙ୍କ ଘରେ ସୁନା ଅଳଙ୍କାର ସଫା କରିବା ଆଳରେ ଲକ୍ଷାଧିକ ଟଙ୍କାର ଗହଣା ନେଇ ଜଣେ ଯୁବକ ଫେରାର ହୋଇଯାଇଛନ୍ତି। ରାଜକନିକା ଥାନାରେ ହୋଇଥିବା ଏସବୁ ଅଭିଯୁକ୍ତମାନେ ଯୁବପିଢ଼ି। କେବଳ ରାଜକନିକା ନୁହେଁ ଜିଲା ସାରା ଏପରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଜିଲାରେ କର୍ମ ନିଯୁକ୍ତି ଅଭାବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରାଉଥିବା ବେଳେ ଯୁବପିଢ଼ୀ ରୋଜଗାର ପାଇଁ ଜିଲା ବାହାରକୁ ଯାଉଛନ୍ତି। ୧୫ ଲକ୍ଷରୁ ଅଧିକ ଜିଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ରାଜନେତା ଓ ପ୍ରଶାସକଙ୍କ ପାଖରେ ସମନ୍ବୟ ଓ ଯୋଜନାର ଅଭାବ ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଦେବେନ୍ଦ୍ର ଜେନାଙ୍କ ପୁଅ ମହେଶ୍ୱର (୨୬) ଗତ ୫ ବର୍ଷ ହେବ ତାମିଲନାଡୁର ଏକ ପ୍ଲାଇଉଡ୍‌ କମ୍ପାନୀରେ କାମ କରୁଛନ୍ତି। ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଇନ୍‌ କମ୍ପୁଟର ଆପ୍ଲିକେଶନ (ଏମସିଏ)। ସେଠାରେ ସେ କମ୍ପାନୀ ଉପତ୍ାଦର ଡିଜାଇନିଂ କରୁଛନ୍ତି। ମହେଶ୍ୱରଙ୍କ କହିବା ଅନୁଯାୟୀ, କେନ୍ଦ୍ରାପଡ଼ାରେ ରହି ନିଜର ବିକାଶ କରିହେବ ନାହିଁ। ଏହି ଜିଲାରେ ବୃହତ୍‌, ମଧ୍ୟମ ଛାଡନ୍ତୁ କ୍ଷୁଦ୍ର ଶିଳ୍ପଟିଏ ନାହିଁ। ଯୁବ ଶିଳ୍ପୋଦ୍ୟୋଗୀ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ୟମ କଲେ ମଧ୍ୟ ସହଯୋଗ ନାହିଁ। ସିଙ୍ଗଲ ୱିଇଣ୍ଡୋ ବ୍ୟବସ୍ଥାରେ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରାଗଲେ ଜିଲାର ଅର୍ଥନୀତିରେ ସୁଧାର ଆସିପାରନ୍ତା। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ଜିଲାର ଅର୍ଥନୀତି କୃଷିଭିତ୍ତିକ। ତେବେ ଏହାର ପ୍ରଧାନ ସମସ୍ୟା ଜଳ ପରିଚାଳନା। ଆଳି, ରାଜକନିକା, ରାଜନଗର ଅଞ୍ଚଳର ଜଳସେଚନ ପାଇଁ ଆଦୌ କେନାଲ ନାହିଁ। ସେହିପରି ଅନ୍ୟ ୬ ବ୍ଲକ ଅଞ୍ଚଳରେ ଜଳସେଚନ ଓ ନିଷ୍କାସନ ସମସ୍ୟାରେ କୃଷକ ଅଛନ୍ତି। ଏହା ବ୍ୟତୀତ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ ଅବହେଳା ହେଉଛି। ଏହି ଜିଲାକୁ ଏକକ କୃଷି କ୍ଷେତ୍ରରେ ସ୍ବତନ୍ତ୍ର ଫସଲ ପାଇଁ ଯୋଜନା ହେବା କଥା। ଗୋଟିଏ ଦଶନ୍ଦୀ ପୂର୍ବେ ଏହି ଜିଲାରେ ସର୍ବାଧିକ ବାଇଗଣ ଉପତ୍ନ ହୋଇ ରାଜ୍ୟର ବିଭିନ୍ନ ଜିଲାକୁ ଯାଉଥିଲା। ଏବେ ଜହ୍ନି,ଭେଣ୍ଡି ପାଇଁ ବାହାର ଜିଲା ଓ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଯୁବବର୍ଗଙ୍କୁ କର୍ମ ନିଯୁକ୍ତି ନ ମିଳିଲେ ଜିଲା ବାହାରକୁ ଯିବା ଆବଶ୍ୟକ ହେଉଛି। ଏପରିକି କେତେଜଣ ଯୁବପୀଢ଼ି ପଥ ଭ୍ରଷ୍ଟ ହୋଇ ଅପରାଧିକ କାର୍ଯ୍ୟକଳାପ ଆଡକୁ ଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନାହିଁ। ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ୧୪ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ୪ ଲକ୍ଷ ୬୬ ହଜାର ଶ୍ରମିକ ଶ୍ରେଣୀର ଅଛନ୍ତି। ତଥ୍ୟ ଅନୁଯାୟୀ, ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମାତ୍ର ୫ ପ୍ରତିଶତଙ୍କୁ କାମ ମିଳୁଛି। ଏଠାରେ ପର୍ଯ୍ୟଟନ ଶିଳ୍ପ ଓ କୃଷି ରୋଜଗାରର ପନ୍ଥା ହୋଇପାରିବ। ତେବେ ଏଥିପାଇଁ ପ୍ରଶାସକ ଓ ରାଜନେତାଙ୍କ ମଧ୍ୟରେ ସମନ୍ବୟ ରହିବା ଜରୁରୀ। ଯୋଜନା ଦ୍ୱାରା ଯୁବପିଢ଼ିଙ୍କୁ ଅପରାଧିକ ଜଗତରୁ ଫେରାଇ ଆଣିବା ସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri