Posted inଜାତୀୟ

୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରିବା ଟାର୍ଗେଟ, ଏଏପି ମନ୍ତ୍ରୀଙ୍କ ଭିଡ଼ିଓ ଶେୟାର କଲା ଭାଜପା…

ନୂଆଦିଲ୍ଲୀ,୮।୧୦ : ଭାଜପା ପକ୍ଷରୁ ଦିଲ୍ଲୀର ଏଏପି ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ହିନ୍ଦୁ ଦେବଦେବୀଙ୍କ ଅପମାନ କରିଥିବା ନେଇ ଅଭିଯୋଗ ଅଣାଯାଇଛି। ରାଜଧାନୀ ଦିଲ୍ଲୀରେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମର ଭିଡ଼ିଓ ଶେୟାର କରି ଭାଜପା ଗୌତମଙ୍କୁ ଘେରିବା ଆରମ୍ଭ କରିଛି।

ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପ୍ରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ ୨୦୨୫ ଅକ୍ଟୋବର ସୁଦ୍ଧା ୧୦ କୋଟି ହିନ୍ଦୁଙ୍କୁ ବୌଦ୍ଧ କରାଇବା ପାଇଁ ଗୌତମ ଲକ୍ଷ୍ୟ ରଖିଛନ୍ତି। ଏହି ପୁରୁଣା ଭିଡ଼ିଓ ନେଇ ପ୍ରବେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଆପଣଙ୍କ ନିର୍ଭରଯୋଗ୍ୟ ମନ୍ତ୍ରୀଙ୍କ ଦ୍ୱାରା ଧର୍ମାନ୍ତରଣ କାର୍ଯ୍ୟ କାହା ନିର୍ଦ୍ଦେଶରେ କରାଯାଉଛି। ଏଥିରେ ବିଦେଶୀ ଏଜେନ୍ସିର ହାତ ରହିଛି କି ବୋଲି ସେ ପଚାରିଛନ୍ତି।

ଶେୟାର ହୋଇଥିବା ଭିଡ଼ିଓରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କୁ ବୁଦ୍ଧଙ୍କୁ ଅନୁସରଣ କରିବା ସହିତ ହିନ୍ଦୁ ଦେବୀଦେବତାଙ୍କ ପୂଜା ନ କରିବାକୁ ଶିକ୍ଷା ଦିଆଯାଉଥିବାର ଦେଖିବାକୁ ମିଳୁଛି।

ଏହି କାର୍ଯ୍ୟକ୍ରମର ଫଟୋ ଗୌତମ ଅକ୍ଟୋବର ୫ରେ ଟୁଇଟରରେ ଶେୟାର କରିଥିଲେ। ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ଲାଗି ୧୦ ହଜାରରୁ ଅଧିକ ଲୋକ ବୌଦ୍ଧ ଗ୍ରହଣ କରିବାକୁ ସଂକଳ୍ପ ନେଇଥିବା ସେ ଟୁଇଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଉଦ୍‌ଙ୍କ ସହଯୋଗୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ…

ମୁମ୍ବାଇ, ୯।୫ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ପକ୍ଷରୁ ଅଣ୍ଡରୱାଲର୍‌ଡ ଡନ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀଙ୍କ ଉପରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।...

ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ...

ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ: ନୂଆ ନୌସେନା ପତାକା-ଡିଜାଇନକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୬।୧୨ : ଭାରତୀୟ ନୌସେନାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପ୍ରଦୀ ମୁର୍ମୁ ଭାରତୀୟ ନୌସେନାର ନୂତନ ପତାକା ଏବଂ ଡିଜାଇନିକୁ...

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ...

ନୂଆବର୍ଷ ପୂର୍ବରୁ ଦୁର୍ଘଟଣା, ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ିଲା, ବହୁ ଶ୍ରମିକ ଭଙ୍ଗା ଛାତ ତଳେ ଥିବା ଆଶଙ୍କା…

ମୋହାଲି,୩୧।୧୨ : ନୂଆବର୍ଷ ପୂର୍ବରୁ ପଞ୍ଜାବର ମୋହାଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଛି। ଏହାଯୋଗୁ ବହୁ...

ମୋଦିଙ୍କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ...

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ...

ଜଗଦୀପ ନୂଆ ଉପ-ରାଷ୍ଟ୍ରପତି…

ନୂଆଦିଲ୍ଲୀ, ୬।୮ : ଦେଶର ପରବର୍ତ୍ତୀ ଉପ-ରାଷ୍ଟ୍ରପତି ଭାବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକର ନିର୍ବାଚିତ ହୋଇଛନ୍ତି। ସେ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଅଲଭାଙ୍କୁ ପରାସ୍ତ...

Advertisement
Archives

Model This Week