ଏଆଇ ଫୋନ କଲ: ନିମିଷକେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ…

ନୂଆଦିଲ୍ଲୀ,୨୦।୧୨ : ସ୍ମାର୍ଟଫୋନ ଯୋଗୁ ଲୋକଙ୍କ ପାଇଁ ଅନେକ ଜିନିଷ ସହଜ ହୋଇଯାଇଛି । କିନ୍ତୁ କିଛି ଜିନିଷ ମଧ୍ୟ କଷ୍ଟସାଧ୍ୟ ହୋଇଛି । ଏକ ଫୋନ କଲ ଗ୍ରାହକଙ୍କୁ ବିଚଳିତ କରିବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନିମିଷକେ ଖାଲି କରି ଦେଇପାରେ। ତେଣୁ ସ୍ମାଟଫୋନ ୟୁଜର ସବୁବେଳେ କେତେକ ବିଷୟଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ।

ହ୍ୟାକରମାନେ ସମ୍ପ୍ରତି ଏଆଇକୁ ଅଧିକ ବ୍ୟବହାର କରୁଛନ୍ତି। ଏହାକୁ ବିଭିନ୍ନ ମହିଳା ତଥା ପୁରୁଷଙ୍କ ସ୍ବର ସୃଷ୍ଟି କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ତେବେ ଅଧିକାଂଶ ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀ ଏଭଳି ସ୍ବର ବିଷୟରେ ଜାଣି ନାହାନ୍ତି। ଏହାର ଅର୍ଥ ୟୁଜର ଜାଣିପାରିବେ ନାହିଁ ଏହି ସ୍ବର ବାସ୍ତବ ନା ଏହା ଏଆଇ ସାହାଯ୍ୟରେ ସୃଷ୍ଟି ହୋଇଛି । ତେଣୁ ନ କଲି କଲ କରି ଅନେକ ଲୋକଙ୍କୁ ପ୍ରତାରଣା କରାଯାଉଛି ।

କେତେକ ମାମଲା ସାମ୍ନାକୁ ଆସିଛି। ଯେଉଁଥିଲେ ସ୍କାମରମାନେ ପୀଡିତଙ୍କର ସମ୍ପର୍କୀୟ ବୋଇି ସେମାନଙ୍କ ସ୍ବରରେ କଥା କହିଥାନ୍ତି। ହଠାତ ସେମାନଙ୍କର ଟଙ୍କା ଆବଶ୍ୟକ ଥିବା କୁହନ୍ତି। ମୋବାଇଲ ଫୋନ ହଜିଯାଇଥିବା କୁହନ୍ତି। ଫଳରେ ଜଣେ ନିଜ ସମ୍ପର୍କୀୟଙ୍କୁ ସହାୟତା ପାଇଁ ଅନଲାଇନ ଟଙ୍କା କାରବାର କରିଥାନ୍ତି। ଏହା ଦ୍ୱାରା ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନିମିଷକେ ଖାଲି ହୋଇ ଯାଇଥାଏ। ତେବେ ସାଇବର ସୁରକ୍ଷା ସେଲ ଅନୁସାରେ ବର୍ତ୍ତମାନ ଲୋକମାନେ ଟିକେ ସତର୍କ ହୋଇଯାଇଛନ୍ତି। କିନ୍ତୁ ବେଳେବେଳେ ସେମାନେ ମଧ୍ୟ ପ୍ରତାରିତ ହେଉଛନ୍ତି।

ସାଇବର ସୁରକ୍ଷା କ୍ଷେତ୍ରରେ ଏଆଇ ସବୁଠାରୁ ବଡ ସମସ୍ୟା ପାଲଟିଛି। ସୋସିଆଲ ମିଡିଆରରେ ପୋଷ୍ଟ କରାଯାଉଥିବା ରିଲରେ ବିଭିନ୍ନ ନେତାଙ୍କ ସ୍ବର ପ୍ରାୟତଃ ବ୍ୟବହୃତ ହୁଏ। ସାଧାରଣତଃ ଭାରତୀୟମାନେ ଏହା ବିଷୟରେ ମଧ୍ୟ ବୁଝନ୍ତି ନାହିଁ । ଏହି କାରଣରୁ ସେମାନେ ପ୍ରତାରିତ ହୋଇଥାନ୍ତି ଏବଂ ସ୍କାମର ଶିକାର ମଧ୍ୟ ହୁଅନ୍ତି। ଏହି କାରଣରୁ ଠିକ ସମୟରେ ଏହି ବିଷୟରେ ୟୁଜର ଜାଣିବା ଉଚିତ। ଯେତେବେଳେ ବି ଏପରି କଲ ଆସେ, ଏହାକୁ କ୍ରସ ଯାଞ୍ଚ କରାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri