Posted inଜାତୀୟ

ଏଆଇ ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ଗବେଷଣା ସଂସ୍ଥା ‘ଆନ୍ଥ୍ରୋପିକ୍‌’ର ଗବେଷକ ଜାକବ କୋକ୍ସନ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘ଓପନ୍‌ଏଆଇ’ ଏବଂ ଆନ୍ଥ୍ରୋପିକ୍‌ ଭଳି ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକ ଅପରିଣାମଦର୍ଶୀ ଭାବେ ‘ସୁପରଇଣ୍ଟେଲିଜେନ୍ସ’ ବିକଶିତ କରିବା ଦୌଡ଼ରେ ମାନବଜାତିର ଜୀବନ ସହ ଖେଳୁଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ‘ଓପନ୍‌ଏଆଇ’ ଏବଂ ଆନ୍ଥ୍ରୋପିକ୍‌୍‌ରେ ଗତ ୩ ବର୍ଷ ଧରି ପ୍ରି-ଟ୍ରେନିଂ ଗବେଷଣା କରିଥିବା କୋକ୍ସନ କହିଛନ୍ତି, ଆବଶ୍ୟକ ସୁରକ୍ଷା କବଚ ବିନା ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଏକ ବିପଜ୍ଜନକ ପ୍ରତିଯୋଗିତା ଚାଲିଛି। ସାମାଜିକ ଗଣମାଧ୍ୟମ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ସାଂଘାତିକ ଚେତାବନୀ ଦେଇଛନ୍ତି ଯେ, ଏଆଇ ପ୍ରଯୁକ୍ତି ଦ୍ରୁତଗତିରେ ଏପରି ଏକ ଶକ୍ତିଶାଳୀ ରୂପ ନେଉଛି, ଯାହା ସାଇବର୍‌ ହ୍ୟାକିଂ କରିବା ସହ ଯେକୌଣସି କ୍ଷେତ୍ରକୁ ରାତାରାତି ବଦଳାଇ ଦେବାର କ୍ଷମତା ରଖୁଛି। ଏହି କ୍ଷେତ୍ରରେ କାର୍ଯ୍ୟରତ ଅନେକ ବିଶେଷଜ୍ଞ ମାନୁଛନ୍ତି ଯେ, ଚଳିତ ଦଶନ୍ଧି (୨୦୩୦) ଶେଷ ସୁଦ୍ଧା ଏଆଇ ଯୋଗୁ ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ। ‘ଓପନ୍‌ଏଆଇ’ ହେଉ କି ଆନ୍ଥ୍ରୋପିକ୍‌, କୌଣସି ସଂସ୍ଥା ଦାୟିତ୍ୱବାନ ଭାବେ କାର୍ଯ୍ୟ କରୁନାହାନ୍ତି। ସେମାନେ ନିଜକୁ ସୁଧାରି ପାରୁଥିବା ସୁପରଇଣ୍ଟେଲିଜେନ୍ସ ସୃଷ୍ଟିକରିବା ଦୌଡ଼ରେ ସିଧାସଳଖ ମାନବଜାତିର ଜୀବନକୁ ବାଜି ଲଗାଉଛନ୍ତି। ‘ଓପନ୍‌ଏଆଇ’ର ଅନେକ କର୍ମଚାରୀ ଏହାର ଭୟାବହତାକୁ ଗାମ୍ଭୀର୍ଯ୍ୟର ସହ ନେଉନାହାନ୍ତି। ଅନ୍ୟପଟେ ଆନ୍ଥ୍ରୋପିକ୍‌ ଏହି ବିପଦ ବିଷୟରେ ଜାଣି ମଧ୍ୟ ପ୍ରଥମେ ପହଞ୍ଚିବା ଦୌଡ଼ରେ ଅନ୍ଧ ହୋଇଯାଇଛି ବୋଲି ଜାକବ୍‌ କହିଛନ୍ତି। ଜାକବ୍‌ଙ୍କ ଏହି ବିସ୍ଫୋରକ ବକ୍ତବ୍ୟକୁ ଆନ୍ଥ୍ରୋପିକ୍‌୍‌ର ‘ଏଲାଇନ୍‌ମେଣ୍ଟ ସାଇନ୍ସ’ ମୁଖ୍ୟ ଇଭାନ ହବିଙ୍ଗର ମଧ୍ୟ ସ୍ବୀକାର କରିଛନ୍ତି। ହବିଙ୍ଗର ‘X’ରେ ଲେଖିଛନ୍ତି, ଜାକବ୍‌ ଠିକ କହିଛନ୍ତି। ଆମେ ପ୍ରକୃତରେ ବିଶ୍ୱାସ କରୁ ଯେ ଏଆଇ ସମସ୍ତ ମାନବଜାତିକୁ ଧ୍ୱଂସ କରିପାରେ। ଆସନ୍ତା ଦଶନ୍ଧି ମଧ୍ୟରେ ଏପରି ଘଟିବା ସମ୍ଭାବନା ୧୦ ପ୍ରତିଶତରୁ ଅଧିକ ରହିଛି। ସେ ଆହୁର ସ୍ବୀକାର କରିଛନ୍ତି ଯେ ସୁପରଇଣ୍ଟେଲିଜେନ୍ସକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଥ୍ରୋପିକ୍‌ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୁରକ୍ଷା ଯୋଜନା ନାହିଁ। ଅନ୍ୟପକ୍ଷରେ ସାମ୍ପ୍ରତିକ ‘ହଗିଂ ଫେସ୍‌’ ସାଇବର ସୁରକ୍ଷା ଉଲ୍ଲଂଘନ ଘଟଣାର ଉଦାହରଣ ଦେଇ ଜାକବ ପ୍ରମୁଖ ଆମେରିକୀୟ ଏଆଇ ଲାବରେଟୋରିଗୁଡ଼ିକ ମଧ୍ୟରେ ସୁରକ୍ଷା ଚୁକ୍ତି ଆବଶ୍ୟକ ବୋଲି ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ରାଜଯୋଗ ସହ ବଡ଼ ଗ୍ରହଙ୍କ ସଂଯୋଗ: ଆଜିଠୁ ମେଷ ସମେତ ୫ ରାଶିଙ୍କ ଉପରେ ବର୍ଷିବ ଧନ, ମିଳିବ ବଡ଼ ସଫଳତା

ଭୁବନେଶ୍ୱର: ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୧୦ ତାରିଖ ଅନେକ ଶୁଭ ଯୋଗ-ସଂଯୋଗ ନେଇ ଆସୁଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଓ ଗୁରୁବାରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri