Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ର ନାଁ ଘୋଷଣା

ଅହମ୍ମଦାବାଦ,୯।୨: ଇଣ୍ଡିଆନ ପ୍ରିମିୟର ଲିଗର ନୂତନ ଫ୍ରାଞ୍ଚାଇଜ ଅହମ୍ମଦାବାଦ ଏହାର ନାମ ଘୋଷଣା କରିଛି। ଗୁଜୁରାଟ ଟାଇଟାନ୍ସ ନାମରେ ଆଇପିଏଲର ୧୫ତମ ସଂସ୍କରଣରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପଡ଼ିଆରେ ପ୍ରବେଶ କରିବ। ବୁଧବାର ଏହା ଘୋଷଣା କରାଯାଇଛି। ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଦଳର ଅଧିନାୟକ କରିଥିବାବେଳେ ଶୁଭମନ ଗିଲ ଏବଂ ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନ ମଧ୍ୟ ଏହି ଦଳରେ ଯୋଗ ଦେଇଛନ୍ତି। କୋଚିଂ ଷ୍ଟାଫରେ ଆଶିଷ ନେହେରା ଏବଂ ଗ୍ୟାରି କର୍ଷ୍ଟନ ଅଛନ୍ତି।
ଅହମ୍ମଦାବାଦ ସେମାନଙ୍କ ସହ ରସିଦ ଏବଂ ହାର୍ଦ୍ଦିକଙ୍କୁ ୧୫-୧୫ କୋଟି ଟଙ୍କା କିଣିଛି। ହାର୍ଦ୍ଦିକ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଆଇପିଏଲରେ ଖେଳୁଥିବାବେଳେ ରସିଦ ଖାନ ଆଇପିଏଲର ୧୪ତମ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳିଥିଲେ। ଶୁଭମନ ଗିଲ ଗତ ବର୍ଷ କୋଲକାତା ନାଇଟ ରାଇଡର୍ସର ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ ଜଣେ ଡ୍ୟାନ୍ସ ଶିକ୍ଷୟତ୍ରୀ

ମୁମ୍ବାଇ: ଭାରତୀୟ ଘରୋଇ କ୍ରିକେଟ୍‌ ତଥା ମୁମ୍ବାଇ ଦଳର ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇଫିଏଲ୍‌)ରେ ସେ ମୁମ୍ବାଇ...

ପାକିସ୍ତାନ ଜର୍ନାଲିଷ୍ଟଙ୍କୁ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ବାଙ୍ଗଲୋର, ୧୧ା୪- ପୂର୍ବତନ ଭାରତୀୟ ପେସର ଭେଙ୍କଟେଶ ପ୍ରସାଦ ରବିବାର ପାକିସ୍ତାନର ଜଣେ ଜର୍ନାଲିଷ୍ଟଙ୍କୁ ଜବାବ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଏବେ ପାଲଟିଛି ଚର୍ଚ୍ଚାର...

ବିଶ୍ୱକପ୍‌ ବର୍ଜନ କରିପାରେ ପାକିସ୍ତାନ

କରାଚୀ, ୧୬ା୫: ପାକିସ୍ତାନ ଯଦି ଏସିଆ କପ୍‌ ଆୟୋଜନ ଅଧିକାର ହରାଏ ତେବେ ପାକିସ୍ତାନ ଚଳିତ ବର୍ଷ ଭାରତରେ ହେବାକୁଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌କୁ ବର୍ଜନ...

ଉଡନ୍ତା କାର୍‌ କିଣିବାକୁ ଚାହୁଁଛନ୍ତି ଏହି କ୍ରିକେଟ୍‌ର

କରୋନା ଭାଇରସ କାରଣରୁ କୌଣସି କ୍ରିକେଟ ସିରିଜ୍‌ ଅନୁଷ୍ଠିତ ହୋଇପାରୁନାହିଁ। ଏହି କାରଣରୁ ଅଧିକାଂଶ କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏହି ମହାମାରୀ...

ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ

ମେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧...

ଭାରତୀୟ ଟିମ୍‌ରୁ ଶାର୍ଦ୍ଦୁଳ ବାହାର ହେବା ପରେ ମଜା ଉଡାଇଲେ ଏହି ବ୍ୟାଟ୍ସମ୍ୟାନ୍‌; କହିଲେ ଏଭଳି

ଲର୍ଡସ,୧୨।୮: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ଲର୍ଡସ କ୍ରିକେଣ୍ଡ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରୁ ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ...

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ରେ ବରିଷ୍ଠ ଓପନର...

ପୃଥ୍ବୀ ଶ’ଙ୍କ ଦୁର୍ବଳତା ଜାଣିଦେଲେଣି ବିପକ୍ଷ ଟିମ୍‌, ଆଗାମୀ ଟେଷ୍ଟରେ ଦଳରୁ ବାହାରେ ରହିବେ: ଜାହିର

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଟିମ୍‌ର ପୂର୍ବ ବୋଲର ଜାହିର ଖାନ୍‌ ପୃଥ୍ବୀ ଶ’କୁ ନେଇ ବଡ଼ କଥା କହିଛନ୍ତି। ଆସନ୍ତା ଟେଷ୍ଟରେ ସେ ଦଳରୁ ବାହାରି ପାରନ୍ତି...

Advertisement
Archives

Model This Week