ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ୧ ନଂ.

ନୂଆଦିଲ୍ଲୀ,୯।୨: ଦୀର୍ଘ ବର୍ଷ ଧରି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସର୍ବୋଚ୍ଚ ସ୍ଥାନରେ ରହିଥିବା ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଏସିଆର ୧ନମ୍ବର ଧନୀବ୍ୟକ୍ତିର ମାନତ୍ୟ ଲାଭ କରିଛନ୍ତି। ସେହିଭଳି ନିକଟରେ ପ୍ରକାଶିତ ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଭାରତର ପ୍ରମୁଖ କୋଇଲା ଓ ବନ୍ଦରଭିତ୍ତିକ କାରବାର ସମେତ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ସହିତ ବିଶ୍ୱ ଧନୀ ତାଲିକାରେ ମଧ୍ୟ ୧୦ମ ସ୍ଥାନରେ ରହିଛନ୍ତି। ୫୯ ବର୍ଷୀୟ ଆଦାନୀ ବନ୍ଦରଠାରୁ ଏରୋସ୍ପେସ୍‌ ଏପରିକି ତାପଜଶକ୍ତି ଏବଂ କୋଇଲା ଓ ସବୁଜ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କମ୍ପାନୀକୁ ସେ ନିୟନ୍ତ୍ରଣ କରିଥାନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତିର ମୂଲ୍ୟ ବ୍ଲୁମ୍‌ବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ୮୮.୫ ବିଲିୟନ ଡଲାରରୁ ଉର୍ଦ୍ଧ୍ୱ ହେବ। ସହିପରି ଦୁନିଆର ଅନ୍ୟ ବିଲିୟନେୟାରଙ୍କ ପରି ଆଦାନୀ ମଧ୍ୟ ମହାମାରୀ ସମୟରେ ତାଙ୍କର ସମ୍ପତ୍ତି ବୃଦ୍ଧି କରିଛନ୍ତି। ଫଳରେ ଗତ ୨ ବର୍ଷ ମଧ୍ୟରେ ସେ ୬୦୦% ସମ୍ପତ୍ତି ଯୋଗ କରିପାରିଛନ୍ତି। ଗତ ବର୍ଷ ଏହି ସମୟରେ ତାଙ୍କ ସମ୍ପତ୍ତି ମୂଲ୍ୟ ୪୦ ବିଲିୟନ ଡଲାରରୁ କମ୍‌ ଥିଲା। ଏହି ବିଶାଳ ସ୍ପାଇକ୍‌ ସହିତ ସେ ଭାରତର ଶକ୍ତି, ବୈଷୟିକ ଉଦ୍ୟୋଗୀ ମୁକେଶ ଅମ୍ବାନୀଙ୍କୁ ଅତିକ୍ରମ କରି ବିଶ୍ୱର ଦଶମ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଭାରତୀୟ ବିଲିୟନେୟାର ଗୌତମ ଆଦାନୀ, ଯିଏ ଏକ ଛୋଟ ଦ୍ରବ୍ୟ ବାଣିଜ୍ୟ ବ୍ୟବସାୟକୁ ଏକତ୍ରିତ ସହ ବନ୍ଦର, ଖଣି ଏବଂ ସବୁଜ ଶକ୍ତିରେ ପରିଣତ କରିଥିଲେ, ସେ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ମାନ୍ୟତା ଲାଭ କରିଛନ୍ତି। ଅପରପକ୍ଷରେ ଗତ କିଛି ମାସ ହେବ ଅମ୍ବାନୀଙ୍କ ସମ୍ପତ୍ତି ବ୍ୟାପକ ପରିମାଣରେ ହ୍ରାସ ପାଇବା ଯୋଗୁ ସେ ବର୍ତ୍ତମାନ ଏସିଆର ୨ୟ ଏବଂ ବିଶ୍ୱର ୧୧ ତମ ଧନୀବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୭.୯ ବିଲିୟନ ଡଲାର ରହିଛି। ଆଦାନୀ ଗ୍ରୁପ୍‌ର କୋଇଲା, ମ୍ୟାଗ୍ନେଟ୍‌ ଭଳି କାରବାର ନିକଟରେ ଦ୍ରୁତ ଅଭିବୃଦ୍ଧି ସହ ବିବାଦୀୟ ଅଷ୍ଟ୍ରେଲିଆ ଖଣି ପ୍ରକଳ୍ପ ଗ୍ରେଟା ଥନବର୍ଗଙ୍କ ସମେତ ଜୀବାଶ୍ମ ଇନ୍ଧନକୁ ଗୌତମ ଅଧିକ ଦୃଷ୍ଟି ଦେଇଛନ୍ତି। ସେ ଅକ୍ଷୟ ଶକ୍ତି, ବିମାନବନ୍ଦର, ଡାଟା କେନ୍ଦ୍ର ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରବେଶ କରୁଛନ୍ତି। ମୁମ୍ବାଇସ୍ଥିତ ଦଲାଲ ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ଲିମିଟେଡ୍‌ର ଖୁଚୁରା ଅନୁସନ୍ଧାନର ମୁଖ୍ୟ ଦୀପକ ଜାସାନି କହିଛନ୍ତି, ଆଦାନୀ ଗ୍ରୁପ୍‌ ଠିକ୍‌ ସମୟରେ ଘଟୁଥିବା ସମସ୍ତ କ୍ଷେତ୍ରକୁ ଦେଖିଛି ଏବଂ ପ୍ରବେଶ କରିଛି, ଯାହା ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ଏକ ସିଲେକ୍ଟ ବ୍ୟାଣ୍ଡକୁ ଆକର୍ଷିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri