କର୍ମଚାରୀ ଅଭାବରୁ କୃଷି ଯୋଜନା ଦିଗହରା

ଏରସମା,୧୦ା୭ (ଦୀପ୍ତି ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବିଶେଷକରି କର୍ମଚାରୀ ଅଭାବ କାରଣରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।
ଏରସମା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏଠାକାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତର ଚାଷୀଙ୍କୁ କୃଷି କାର୍ଯ୍ୟ ସମ୍ପର୍କରେ
ଯଥା ସମୟରେ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବା ପାଇଁ ବ୍ଲକ ମୁଖ୍ୟାଳୟରେ ରହିଛି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର। ଏଠାରେ ଜଣେ ବ୍ଲକ କୃଷି ଅଧିକାରୀ(ବିଏଓ)ଙ୍କ ସହ ଦୁଇଟି ସହକାରୀ କୃଷି ଅଧିକାରୀ (ଏଏଓ) ପଦବୀ ରହିଛି। ମାତ୍ର ସେଥିରୁ ଏଏଓ ପଦବୀଦ୍ୱୟ ଖାଲିପଡିଛି। ପୂର୍ବରୁ ଏହି ବ୍ଲକର ୨୫ଟି ପଞ୍ଚାୟତରେ ୨୫ଜଣ ଗ୍ରାମ୍ୟ କୃଷି କର୍ମକର୍ତ୍ତା (ଭିଏଡବ୍ଲ୍ୟୁ) କାର୍ଯ୍ୟ କରୁଥିଲେ। ଏବେ ଭିଏଡବ୍ଲ୍ୟୁ ପଦବୀକୁ ଖସାଇ ୧୦ ମଧ୍ୟରେ ସୀମିତ କରାଯାଇଛି। ସେଥିରୁ ୫ଟି ପଦବୀ ଖାଲିପଡ଼ିଛି। ଏଭଳିସ୍ଥିତିରେ ଜଣେ ଭିଏଡବ୍ଲ୍ୟୁଙ୍କୁ ୫ଟି ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି। ଫଳରେ କୃଷି କାର୍ଯ୍ୟ କିପରି ପରିଚାଳନା କରାଯାଉଥିବ ତାହା ସହଜରେ ଅନୁମେୟ। ଏଠାରେ ଭୂମିହୀନ, କୃଷିଋଣ ଓ କୃଷି ଭିତ୍ତିଭୂମିର ବିକାଶ (ବଳରାମ ଯୋଜନା)କୁ ଉଦାହରଣ ଭାବେ ନିଆଯାଇପାରେ। ଯେଉଁମାନେ ଭାଗଚାଷୀ, କ୍ଷୁଦ୍ରଚାଷୀ ବା ନାମମାତ୍ର ଚାଷୀ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ୪ରୁ ୧୦ ଜଣ ସମଭାବାପନ୍ନ ଚାଷୀ ଜେଏଲ୍‌ବି ଦଳ(ଜଏଣ୍ଟ ଲାଇବଲିଟି ଗ୍ରୁପ୍‌) ଗଢି ଏହି ଯୋଜନାରେ ସାମିଲ ହୋଇପାରିବେ। ସେମାନଙ୍କୁ ସରକାର ପ୍ରତିବର୍ଷ ୫୦,୦୦୦ ଅର୍ଥ ବିନା ସୁଧରେ ଋଣ ସହାୟତା କରିବେ। ମାତ୍ର ବ୍ଲକରେ କୃଷି କର୍ମଚାରୀ ଅଭାବରୁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଚଳିତ ବର୍ଷ ବ୍ଲକରେ ମାତ୍ର ୫୯ଟି ଦଳକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଦିଆଯାଇଛି। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଉପତ୍ାଦନ ବୃଦ୍ଧି କରିବା ପାଇଁ ମୃତ୍ତିକାର ପୋଷକତତ୍ୱ ପରୀକ୍ଷା କରାଯିବାର ମଧ୍ୟ ଯୋଜନା ରହିଛି। ଏଟିଏମ୍‌ (ଏଗ୍ରିକଲଚର ଟେକ୍ନୋଲୋଜି ମ୍ୟାନେଜର)ଙ୍କ ଦ୍ୱାରା ଚଳିତ ବର୍ଷ ୧୨୫୦ଟି ମୃତ୍ତିକାର ପୋଷକତତ୍ତ୍ୱ ପରୀକ୍ଷା ପାଇଁ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ଆସିଛି। ଜୁଲାଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୩୦୦ଟି ମୃତ୍ତିକା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲାସ୍ତରୀୟ ବିଭାଗୀୟ ବୈଠକରେ ଖରିଫ ଋତୁ ଆରମ୍ଭରେ ଖରାଟିଆ ଧାଡିବୁଣା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏ ସମ୍ପର୍କରେ କେନ୍ଦ୍ରର ବିଏଓ ସୌଭାଗ୍ୟ ମହାନ୍ତିଙ୍କୁ ପଚାରିବାରୁ, କର୍ମଚାରୀ ନିଯୁକ୍ତି ଉଚ୍ଚ ପଦାଧିକାରୀଙ୍କ ଉପରେ ନିର୍ଭର କରେ। ବଳରାମ ଯୋଜନା ଉପରେ ସେ କହିଥିଲେ, ପୋଷ୍ଟର, ହୋର୍ଡିଂ ଓ ଡାକବାଜି ଯନ୍ତ୍ର ଦ୍ୱାରା ବଳରାମ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛୁ। ଏଥିସହ ପୋଷକତତ୍ତ୍ୱ ପରୀକ୍ଷଣ ନିମନ୍ତେ ଅଧିକ ମୃତ୍ତିକା ସଂଗ୍ରହ କରିବା ପାଇଁ ଉଦ୍ୟମ କରାଯାଉଛି। ଧାନବୁଣା ସମ୍ପର୍କରେ ମହାନ୍ତି କହିଛନ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?