ନୈରାଶ୍ୟଜନକ ସ୍ଥିତିରେ କୃଷି ସେନ୍‌ସସ୍‌

କେନ୍ଦ୍ରାପଡ଼ା ଅଫିସ,୮ା୬: କରୋନା କଟକଣା କାରଣରୁ ବନ୍ଦ ଥିବା ୧୧ତମ କୃଷି ସେନ୍‌ସସ୍‌ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହେଲା। ୫ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ସେନ୍‌ସସ୍‌ ଦେଶର କୃଷି ଅର୍ଥନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଇତିମଧ୍ୟରେ ଆରମ୍ଭକୁ ୧୦ ମାସ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର କାର୍ଯ୍ୟକାରିତା ସ୍ଥିତି ନୈରାଶ୍ୟଜନକ ରହିଛି। ଜିଲାର ୧୫୯୧ ରାଜସ୍ବ ଗ୍ରାମରେ ସର୍ଭେ ହେବାକୁ ଥିବା ବେଳେ ୫୫୧ ଗ୍ରାମରେ ପରିଗଣନାକାରୀ ଅଦ୍ୟାବଧି ପହଞ୍ଚତ୍ ନାହାନ୍ତି। ସେହିପରି ମୋଟ ୧୪୦ ଜଣ ପରିଗଣନାକାରୀଙ୍କ ମଧ୍ୟରୁ ୬ ବ୍ଲକ ଅଞ୍ଚଳରେ ୧୨ ଜଣ ଅଦ୍ୟାବଧି କାମ ଆରମ୍ଭ କରିନାହାନ୍ତି। ତଥ୍ୟ ସଂଗ୍ରହରେ ଏପରି ଅବହେଳା ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି କୃଷକ ନେତା ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସେନ୍‌ସସ୍‌ ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଡିଏମ୍‌ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ନିରଞ୍ଜନ ବେହେରା, କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଆଲୋଚନାର ତଥ୍ୟ ଅନୁଯାୟୀ ପରିସଂଖ୍ୟାନ ବିଭାଗକୁ ୭୩୪ ଗ୍ରାମ, କୃଷି ବିଭାଗକୁ ୩୮୦ ଗ୍ରାମ ଓ ରାଜସ୍ବ ବିଭାଗକୁ ୪୭୭ ଗ୍ରାମର ସର୍ଭେ ପାଇଁ ଦାୟିତ୍ୱ ବଣ୍ଟନ ହୋଇଥିଲା। ଏଥିପାଇଁ ଜିଲାର ୯ ତହସିଲ ଅଞ୍ଚଳରେ ମୋଟ ୧୪୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାର୍ଶାଘାଇ ବ୍ଲକରେ ଗିତୁରଞ୍ଜନ ବେହେରା, ପ୍ରଫୁଲ୍ଲ କୁମାର ଦାସ, ପଟ୍ଟାମୁଣ୍ଡାଇ ବ୍ଲକ୍‌ରେ ରଣଜିତ ମୁର୍ମୁ, ବିଦୂର ନାୟକ, ଏଡିସନ ଏକ୍କା, ରାଜନଗର ବ୍ଲକର ପ୍ରଦ୍ୟୁମ୍ନ କେଶରୀ ବେହୁରା, ମହାକାଳପଡ଼ା ବ୍ଲକର ବାଜନାଥ ଟୁଡୁ, ତେଜକୁମାର କେରକେଟା, ଡେରାବିଶ ବ୍ଲକର ଶୁଭଶ୍ରୀ ମଲିକ, ବିଜୟ ଲକ୍ଷ୍ମୀ ସେଠୀ ଓ ଗରଦପୁର ବ୍ଲକର ଚିତ୍ତରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସ୍ବାଇଁ ଏହି ସେନ୍‌ସସ୍‌ରେ ଭାଗ ନେଇନାହାନ୍ତି। ସେହିପରି ଜିଲାର ମୋଟ ୧୯୯୧ ରାଜସ୍ବ ଗ୍ରାମ ମଧ୍ୟରୁ ୧୦୪୦ଟିରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୩୫୩ଟି ଗ୍ରାମରେ ସର୍ଭେ ହୋଇଛି। ତେବେ ଜୁନ୍‌ ୫ ତାରିଖ ସୁଦ୍ଧା ମାତ୍ର ୧୭୧ ଗ୍ରାମର ସେନ୍‌ସସ୍‌ ତଥ୍ୟ ପୋର୍ଟାଲରେ ଅପ୍‌ଲୋଡ ହୋଇଛି, ଯାହା ଜିଲାର ମାତ୍ର ୧୬ ପ୍ରତିଶତ କାମ ହୋଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ବିଜୟ ପରିଡା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, କୃଷି ହିଁ ଭାରତର ଆତ୍ମା। ନାମମାତ୍ର ଚାଷୀଙ୍କଠାରୁ ବୃହତ୍‌ ଚାଷୀ ଏହି ଦେଶର ଜିଡିପିକୁ ବୃଦ୍ଧି କରାଇଥାଆନ୍ତି। ତେବେ ଦେଶରେ କୃଷକ ସର୍ବଦା ଅବହେଳିତ। ଉପତ୍ାଦିତ ଦ୍ରବ୍ୟର ବିକ୍ରିଠାରୁ ଆରମ୍ଭ କରି ସମ୍ମାନ ପାଇବାରେ ବେଶ୍‌ ପଛୁଆ ଅଛି। ଜାତୀୟ ଅର୍ଥନୀତିକୁ ପରିଚାଳିତ କରୁଥିବା କୃଷି ଓ କୃଷକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ୧୯୭୧- ୭୨ ଆର୍ଥିକ ବର୍ଷରେ କୃଷି ସେନ୍‌ସସ୍‌ ଦେଶରେ ଆରମ୍ଭ ହେଲା। କେତେ ଜମିରେ ଚାଷ ହେଉଛି, ଜମିର ମାଲିକାନାଠାରୁ ଆରମ୍ଭ କରି କେଉଁ ପ୍ରକାର ଚାଷ ଅଧିକ ଲାଭଦାୟୀ ହେବ, ସେ ସମ୍ପର୍କରେ ଏପରି ସେନ୍‌ସସ୍‌ ଦ୍ୱାରା ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଫଳରେ ଜଳସେଚନଠାରୁ ଆରମ୍ଭ କରି ଉପତ୍ାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରି ସହଜ ହେବ। ଚଳିତ ୧୧ତମ କୃଷି ସେନ୍‌ସସ୍‌କୁ ଡିଜିଟାଲାଇଜେଶନ କରାଯାଉଛି। ମୋବାଇଲ, ଟାବ୍‌ଲେଟ ଆଦି ବ୍ୟବହାର କରାଯାଇ ତଥ୍ୟ ସଂଗ୍ରହକୁ ସରଳ କରାଯାଇଛି। ଏନେଇ କର୍ମଚାରୀଙ୍କୁ ପୂର୍ବରୁ ପ୍ରଶିକ୍ଷିତ କରାଯାଇଛି। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ସର୍ଭେ କାର୍ଯ୍ୟକୁ ପ୍ରଶାସନିକ କର୍ମଚାରୀ ଅଣଦେଖା କରିଛନ୍ତି। ଫଳରେ ଜିଲାର କୃଷି ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି ଭଣ୍ଡୁର ହେବ। ଏହି ଜିଲାରେ ବୃହତ୍‌ ଚାଷୀ ନ ଥିବା ବେଳେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ଅଧିକ। ଶିଳ୍ପ, ଖଣିବିହୀନ ଏହି ଜିଲାର ଅର୍ଥନୀତି କୃଷି ପର୍ଯ୍ୟାବସିିତ। ଏପରି ଅଣଦେଖା କରୁଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ମହାପାତ୍ର କହିଛନ୍ତି, ସର୍ଭେ କାର୍ଯ୍ୟରେ ଶିଥିଳତା ଅଛି। ସମୀକ୍ଷା ବୈଠକରେ ଏନେଇ ତାଗିଦ କରାଯାଇଛି। ଆଗାମୀ ସମୟରେ କାର୍ଯ୍ୟକୁ ଗୁରୁତ୍ୱ ଦେଇ ନ ଥିବା କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଡିଏମ୍‌ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri