ଅଦରକାରୀ ସାମଗ୍ରୀରେ କୃଷି ଯନ୍ତ୍ରପାତି

ଛେଣ୍ଡିପଦା,୨୪।୮(ଅଜିତ ଧଳ) ଅର୍ଥ ଅଭାବ ଚାଷ କାର୍ଯ୍ୟରେ ବାଧକ ସାଜୁଥିଲା। ଜମି ଚଷିବାକୁ ବଳଦ ନ ଥିଲା। ଟଙ୍କା ଦେଇ ଟ୍ରାକ୍ଟରରେ ହଳ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। କିନ୍ତୁ ନିଜ ଜମିରେ ଫସଲ ଫଳାଇବାର ଇଚ୍ଛା ତାଙ୍କୁ କୃଷିକ୍ଷେତ୍ରରୁ ଦୂରେଇ ରଖି ପାରୁ ନ ଥିଲା। ତେଣୁ ଘରେ ଥିବା ଅଦରକାରୀ ଲୁହା ସାମଗ୍ରୀ ଓ ପୁରୁଣା ବାଇକ୍‌ରେ ସେ ଏକ ମିନି ପାଓ୍ବାରଟିଲର ତିଆରି କରିବାକୁ ମନ ବଳାଇଲେ। ଲୁହା ଅଭାବ ପଡ଼ିବାରୁ ଅଳ୍ପ କିଛି ଅର୍ଥ ଦେଇ କବାଡ଼ିଆ ଖାନାରୁ ତାହା ସଂଗ୍ରହ କଲେ। ଏବେ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ମିନି ପାଓ୍ବାରଟିଲର ଜମି କାଦୁଅ କରୁଛି। ପୁରୁଣା ପାଣି ବୋତଲରେ ତିଆରି କରିଥିବା କୀଟନାଶକ ସ୍ପ୍ରେ ମେଶିନ ଫସଲରୁ ରୋଗପୋକ ମାରିବାରେ ସହାୟକ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପୁଟଗାଡିଆ ଗ୍ରାମର ଚାଷୀ ପ୍ରତାପ ଦଣ୍ଡପାଟଙ୍କ ଏହି ନିଆରା ଉଦ୍‌ଭାବନକୁ ନେଇ ଏବେ ଆଖପାଖ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।
କୋରଡା ପଞ୍ଚାୟତର ଚାଷୀ ପ୍ରତାପଙ୍କ କହିବା ଅନୁଯାୟୀ, ଅନ୍ୟ କିଛି ଆୟ ନ ଥିବାରୁ ଚାଷ ଉପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ନିର୍ଭରଶୀଳ। କିନ୍ତୁ ଅତ୍ୟନ୍ତ ଗରିବ ହୋଇଥିବାରୁ କୃଷି ଯନ୍ତ୍ରପାତି କିଣି ଚାଷରେ ବ୍ୟବହାର କରିବାକୁ ତାଙ୍କର ସମ୍ବଳ ନ ଥିଲା। ଏପରି କି ପ୍ରତିବର୍ଷ ବିଲ ହଳ କରିବା ପାଇଁ ତାଙ୍କୁ ଧାର କରଜ କରିବାକୁ ପଡ଼ୁଥିଲା। ତେଣୁ ନିଜେ କିପରି ଏହି ସମସ୍ୟାର ସମାଧାନ କରିବେ, ସେହି ଚିନ୍ତା କଲାବେଳେ ଘରେ ଥିବା ପୁରୁଣା ବାଇକ୍‌ ଓ ଲୁହା ସାମଗ୍ରୀ ଉପରେ ନଜର ପଡ଼ିଥିଲା। ଏସବୁକୁ ବ୍ୟବହାର କରି ଜମି ଚଷି ହେବ ବୋଲି ତାଙ୍କ ଭିତରେ ବିଶ୍ୱାସ ଆସିବା ପରେ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଲେ। ଚଳିତବର୍ଷ ସେହି ମେଶିନ ସହାୟତାରେ ଜମି ଚାଷ କରୁଥିବା ପ୍ରତାପ ପ୍ରକାଶ କରିଛନ୍ତି।
ଅଳ୍ପ ଖର୍ଚ୍ଚରେ ହଳ କରିହେଉଛି
ଚାଷୀ ପ୍ରତାପ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜସ୍ବ ଉଦ୍ୟମ ଓ ଅଳ୍ପ ଖର୍ଚ୍ଚରେ ନିଜ ଜମି କିପରି ଚାଷ କରିହେବ ସେ ତାହାର ଉଦାହରଣ ଦେଇଛନ୍ତି। ଟ୍ରାକ୍ଟରରେ ହଳ କଲେ ଅଧିକ ଖର୍ଚ୍ଚ ହେଉଥିବା ବେଳେ ପ୍ରତାପ ବହୁ କମ୍‌ ଖର୍ଚ୍ଚରେ ଜମି ହଳ କରିପାରୁଛନ୍ତି।
-ବାପୁଜୀ ଦେହୁରୀ, ଗ୍ରାମବାସୀ
ବିଶ୍ୱାସ କରୁ ନ ଥିଲୁ
ଅଦରକାରୀ ସାମଗ୍ରୀରେ ଚାଷୀ ପ୍ରତାପ କୃଷି ଯନ୍ତ୍ରପାତି ତିଆରି କରିପାରିବେ ବୋଲି ବିଶ୍ୱାସ ହେଉ ନ ଥିଲା। ହେଲେ ସେ ଯେତେବେଳେ ବିଲରେ ହଳ ଆରମ୍ଭ କଲେ ତାହା ଆଶ୍ଚର୍ଯ୍ୟ କରିଦେଲା। ତାଙ୍କ ଦ୍ୱାରା ନିର୍ମିତ ମେଶିନ ଦେଖିବାକୁ ଅନେକ ଲୋକ ଆସୁଛନ୍ତି।
-ଲମ୍ବୋଦର ଦଣ୍ଡପାଟ,
ପୁଟଗାଡିଆ
କୃଷି ବିଭାଗ ମାର୍ଗଦର୍ଶନ କରୁ
ଚାଷୀଟିଏ ହେଲେ ମଧ୍ୟ ପ୍ରତାପଙ୍କ ମଧ୍ୟରେ ପ୍ରତିଭା ରହିଛି। ଅଦରକାରୀ ପାଣି ବୋତଲରେ କୀଟନାଶକ ସ୍ପ୍ରେ ମେଶିନ, ଜମିରେ ପଟି କରିବା ନିମନ୍ତେ ଲଙ୍ଗଳ, ପାଓ୍ବାରଟିଲର ତିଆରି କରିଛନ୍ତି। କୃଷି ବିଭାଗ ମାର୍ଗଦର୍ଶନ କଲେ ସେ ଆଗକୁ ଆହୁରି ଭଲ କୃଷି ଯନ୍ତ୍ରପାତି ତିଆରି କରିପାରିବେ।
ଅନିଲ ପ୍ରଧାନ, କୋରଡା ସରପଞ୍ଚ
କୃଷି ବିଭାଗ ପ୍ରୋତ୍ସାହନ ଦେବ
ପ୍ରତାପଙ୍କ ଏପରି ଉଦ୍‌ଭାବନ ସମ୍ପର୍କରେ ଖବର ନ ଥିଲା। କମ୍‌ ଖର୍ଚ୍ଚରେ ଓ ନିଜସ୍ବ ଜ୍ଞାନ କୌଶଳରେ ସେ କିପରି ଅଧିକ କୃଷି ଯନ୍ତ୍ରପାତି ନିର୍ମାଣ କରିବେ, ସେ ନେଇ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ପୁରସ୍କାର ପ୍ରଦାନ ପାଇଁ ସୁପାରିଶ କରାଯିବ।
-ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri