ଇନ୍‌ଫୋସିସ୍‌କୁ ସେପ୍ଟେମ୍ବର ୧୫ ଯାଏ ମହଲତ

ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ ସରକାର ଏ ଦିଗରେ ଯତ୍ନବାନ ହୋଇଛନ୍ତି। ରବିବାର ଇନ୍‌ଫୋସିସ ସିଇଓ ସଲିଲ ପାରେଖଙ୍କୁ ସରକାର ସମନ ଜାରି କରିଥିଲେ। ତେବେ ଆସନ୍ତା ମାସ ୧୫ ସୁଦ୍ଧା ଏ ସଂକ୍ରାନ୍ତ ସବୁ କାମ ଶେଷକରି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଇନ୍‌ଫୋସିସ୍‌ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଆୟକର ରିଟର୍ନ ଫାଇଲିଂ ନେଇ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଏହି କାର୍ଯ୍ୟ କରିବାକୁ କୁହାଯାଇଛି।
ବିଭିନ୍ନ ସମୟରେ ହଇରାଣ ହେଉଥିବାରୁ ଏ ନେଇ ସୀତାରାମନ କମ୍ପାନୀକୁ କୈଫିୟତ ମାଗିଛନ୍ତି। ନୂଆ ଆଇଟି ରିଟର୍ନ ପୋର୍ଟାଲରେ ସମସ୍ୟା ଲାଗି ରହିବାକୁ ଆୟକର ରିଟର୍ନ ଫାଇଲ କରୁଥିବା ଲୋକମାନେ ପ୍ରଥମେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଜାହିର କରିଥିଲେ। ଏହା ପରେ ସରକାର ରିଟର୍ନ ଫାଇଲର ଧାର୍ଯ୍ୟ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଏହି ସମସ୍ୟାକୁ ନେଇ ସୀତାରାମନ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରାୟ ଅଢେଇ ମାସ ହେବ ଏହି ସମସ୍ୟା ଲାଗି ରହିଥିବା ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ସୂଚନା ରହିଛି।
ମୁତାବକ, ସନ୍ତୋଷଜନକ ସେବା ଯୋଗାଣ କରିବାରେ ଇନ୍‌ଫୋସିସ ସକ୍ଷମ ହୋଇନାହିଁ। ଏଥିଲାଗି ଅଧିକ ସମ୍ବଳ ଏବଂ ଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସରକାର ଉପଲବ୍ଧି କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଇନ୍‌ଫୋସିସ୍‌ ସିଇଓଙ୍କୁ ଅବଗତ କରାଯାଇଛି। ପୋର୍ଟାଲ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ବେଳେ ରିଟର୍ନ ଫାଇଲିଂରେ ବିଳମ୍ବ ହେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri