Posted inଖେଳ

କିସ୍‌ ଓ ଏଫ୍‌ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୪।୧୨: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ (ଏଫ୍‌ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଏଫ୍‌ଆଇଭିବି ସଭାପତି ଆରି ଗ୍ରାକା ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। କିସ୍‌ ଓ ଏଫ୍‌ଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଲକ୍ଷ୍ୟରେ କାର୍ଯ୍ୟ କରିବେ। ଏହା ସହିତ କିସ୍‌ ଭଲିବଲ୍‌ ତାଲିମ୍‌ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବ୍‌ରେ ପରିଣତ ହେବ। କୌଣସି ଶିକ୍ଷାନୁଷ୍ଠାନ ସହ ଏଭଳି ବୁଝାମଣା ହେବାରେ କିସ୍‌ ବିଶ୍ୱର ପ୍ରଥମ ଅନୁଷ୍ଠାନ। ଏଫ୍‌ଆଇଭିବି ଭଲିବଲ୍‌ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ।
ବୁଝାମଣା ଅବସରରେ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା କହିଲେ, ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‌ ଓ ବିଚ୍‌ ଭଲିବଲର ପ୍ରସାର ନିମନ୍ତେ କିସ୍‌ ସହ ମିଶି କାମ କରିବାର ସୁଯୋଗ ମିଳିଲା। ଏହି ଉଦ୍ୟମ ଦ୍ୱାରା ଭଲିବଲ୍‌ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ। କିସ୍‌କୁ ଏଥିପାଇଁ ନୋଡାଲ୍‌ ଏଜେନ୍ସି କରାଯାଇଥିବାରୁ ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘକୁ ଅଚ୍ୟୁତ ଧନ୍ୟବାଦ ଜଣାଇଥିଲେ। ଏହା ଦ୍ୱାରା ଭାରତ ବିଶେଷ କରି ଓଡ଼ିଶାର ବାଳିକାମାନେ କିଭଳି ଅଧିକରୁ ଅଧିକ ଭଲିବଲ୍‌ ଖେଳିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି। ତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆମେ ଏଭଳି କାର୍ଯ୍ୟ କରିପାରୁଛୁ ବୋଲି ଅଚ୍ୟୁତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?