ପୁଣି ଜୋର୍‌ ଧରିଲା ବୈତରଣୀରୁ ବାଲି ଚାଲାଣ

ଯାଜପୁର/କୋରେଇ,୧୦ା୭(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ସାଆଁଲା-୨ ଓ ଶାଳବା ଘାଟରୁ ବାଲି ଚୋରା ଚାଲାଣ ପୁଣି ଜୋର ଧରିଛି। କିିଛି ମାସ ତଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଆନ୍ଦୋଳନ ହେବା ପରେ ବେଆଇନ ବାଲି ଉତ୍ତୋଳନରେ ସାମାନ୍ୟ ଅଙ୍କୁଶ ଲାଗିଥିଲା। କିନ୍ତୁ ସେସବୁକୁ ଭ୍ରୂକ୍ଷେପ ନ କରି ବାଲି ବ୍ୟବସାୟୀମାନେ ଅନାୟାସରେ ବାଲି ପରିବହନ କରୁଥିବା ଦେଖିବାକୁ ମିଳିଛି। ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ବାଲିଘାଟରୁ ପରିବହନ ହେଉଥିବା ୨୦ରୁ ଊର୍ଦ୍ଧ୍ୱ ବାଲି ବୋଝେଇ ହାଇୱା ଗାଡ଼ିକୁ ସରସଦା ଗ୍ରାମବାସୀ ଶୁକ୍ରବାର ରାତିରୁ ଅଟକ ରଖିବା ଘଟଣା ଉପରୋକ୍ତ ଅଭିଯୋଗକୁ ବଳ ଦେଇଛି।
ସୂଚନା ଅନୁଯାୟୀ, ବ୍ୟାସନଗର ତହସିଲ ଅଧୀନ ସାଆଁଳା-୨ ବାଲିଘାଟକୁ ଯାଜପୁର ଜିଲା ରୁଢ଼ିଆ ଅଞ୍ଚଳର ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ଲିଜ୍‌ ଆକାରରେ ଦିଆଯାଇଛି। କିନ୍ତୁ ଲିଜ୍‌ଧାରୀ ମହାନ୍ତି ଏହି ବାଲିଘାଟକୁ ପରିଚାଳନା ନ କରି ସ୍ଥାନୀୟ ଜଣେ ବ୍ୟବସାୟୀଙ୍କୁ ବାଲି ଉତ୍ତୋଳନ ପାଇଁ କ୍ଲିନ୍‌ଚିଟ୍‌ ଦେଇଛନ୍ତି । ସେହି ବ୍ୟବସାୟୀଙ୍କ ଇସାରାରେ କୋରେଇ ଅଞ୍ଚଳର ସମସ୍ତ ବାଲିଘାଟ ଚାଲିଥିବା ବେଳେ ବ୍ୟାସନଗର ତହସିଲ ସହ କୁଆଡେ ମାସିକ ମୋଟା ଅଙ୍କର ମୁନାଫା ଡିଲ୍‌ ହୋଇଥିବା ଆଲୋଚନା ହେଉଛି । ଉଲ୍ଲେଖଯୋଗ୍ୟ, ସାଆଁଳା-୨ ଘାଟକୁ ପ୍ରତି ଘନ ମିଟର ୬୩୩ ଟଙ୍କା ଦରରେ ବାର୍ଷିକ ୨.୮୪ ଲକ୍ଷ ଘନମିଟର ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି । ହେଲେ ଲିଜ୍‌ ଏରିଆ ବାହାରୁ ନିର୍ଦ୍ଧାରିତ ପରିମାଣଠାରୁ ବହୁଗୁଣରେ ଅଧିକ ବାଲି ମାସକ ମଧ୍ୟରେ ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ମାନୁଆଲ ଲୋଡିଂ ପାଇଁ ଅନୁମତି ରହିଥିଲେ ହେଁ ଏହାର ଉଲ୍ଲଂଘନ କରି ପ୍ରତିଦିନ ୫ ରୁ ୬ ପ୍ରୋକୋଲିନ ମେଶିନ ସାହାଯ୍ୟରେ ଲୋଡିଂ କରାଯାଉଛି । ଓଭରଲୋଡିଂ ହାଇୱା ଚଳପ୍ରଚଳ ଯୋଗୁ ନିକଟସ୍ଥ ଗ୍ରାମର ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇ ପଡୁଥିବା ଅଭିଯୋଗ ହେଉଛି। ବର୍ଷା ଦିନେ ନଦୀବନ୍ଧ ଓ ରାସ୍ତାର ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ପ୍ରଭାବିତ ଗ୍ରାମବାସୀ ଦାବି କରୁଛନ୍ତି। ଏହି ରାସ୍ତାରେ ବର୍ଷା ଦିନେ ଭାରିଯାନ ଚଳାଚଳ ଯୋଗୁ ଯାତାୟତରେ ବାଧା ଉପୁଜିଛି ା ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ସୁରୁଖୁରୁରେ ଯାତାୟତ କରିପାରୁ ନ ଥିବା ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବାଲି ଲିଜ୍‌ଧାରୀଙ୍କ ସପକ୍ଷରେ କେତେଜଣ ଲୋକ ବାହାରି ଗଣ୍ଡଗୋଳ ମଧ୍ୟ କରୁଛନ୍ତି। ଯାହା ଫଳରେ ଗ୍ରାମାଞ୍ଚଳର ଭାଇଚାରା ନଷ୍ଟ ହେଉଥିବା ସଂପୃକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାବାଦ୍‌ ବୈତରଣୀ ନଦୀବନ୍ଧ ହାଣି ବାଲି ପରିବହନ ଫଳରେ ଅନେକ ଜାଗାରେ ଘାଇ ସୃଷ୍ଟି ହୋଇ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାର ଲାଗିଛି । ଜଳପ୍ରବାହ ମୁଖ୍ୟ ପଥରେ ବନ୍ଧ ପକାଇ ବାଲି ପରିବହନ କରୁଥିବା ହେତୁ ସାମାନ୍ୟ ବର୍ଷା ହେଲେ ନଦୀବନ୍ଧ ନିକଟସ୍ଥ ଗ୍ରାମଗୁଡିକରେ ବନ୍ୟାଜଳ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଭିଯୋଗ ହେଲେ ବାଲି ବ୍ୟବସାୟୀମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଗୁଣ୍ଡାମାନେ ଜୀବନରୁ ମାରିବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏପରି ବ୍ୟବସାୟୀଙ୍କ ନିକଟରୁ ମୋଟା ଅଙ୍କର ଅର୍ଥ ଅସୁଲ କରି ବାଲି ଚୋରିକୁ ସବୁଜ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼କଥା ହେଉଛି ବାଲି ବିକ୍ରୟ ସମୟରେ ମିଳୁଥିବା ୱାଇ ଫର୍ମରେ ସମୟ ଓ ତାରିଖ ଉଲ୍ଳେଖ ରହୁନାହିଁ । ଯେଉଁଠି ରାଜସ୍ବ ବିଭାଗ ପକ୍ଷରୁ ଧରପଗଡ଼ ହେଉଛି ସେଠାରେ ରାଜସ୍ବ କର୍ମଚାରୀ ନିଜେ ଏହି ଫର୍ମ ଭରୁଛନ୍ତି । ଏହାର ସୁଯୋଗ ନେଇ ବାଲି ବ୍ୟବସାୟୀମାନେ ଗୋଟିଏ ଫର୍ମରେ ଶତାଧିକ ଟ୍ରିପ ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହି ମର୍ମରେ ବୈତରଣୀ ନଦୀର ଅଧିକାଂଶ ବାଲି ଖାଦାନ ଚାଲୁଥିବାରୁ ସରକାର ଯେଉଁ ଆକାରରେ ରାଜସ୍ବ ପାଇବା କଥା ତାହା ସମ୍ଭବ ହେଉନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଶନିବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?