ବାଜି ଲାଗିଛି ଜୀବନ ଜୀବିକା: ପୁଣି ପ୍ରବାସୀ କର୍ମଭୂମି ମୁହାଁ

ମାଧପୁର,୧୮ା୯(ଡି.ଏନ୍‌.ଏ.): ଜୀବନ ଜୀବିକା ଲାଗିଛି ବାଜିରେ। ଦୁଇ ଓଳା ଦୁଇମୁଠା ଦାନା ଯୋଗାଡ଼ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଅଞ୍ଚଳରୁ ପ୍ରବାସୀମାନେ ପୁଣି ଭିଟାମାଟି ଛାଡ଼ି କର୍ମଭୂମି ମୁହାଁ ହୋଇଛନ୍ତି। କାରଣ ଲକ୍‌ଡାଉନ ପରେ ରୋଜଗାର ହରାଇ ନିଜ ନିଜ ଘରକୁ ଫେରିଥିବା ପ୍ରବାସୀ ପରିବାର ସହିତ ଦୁର୍ବିସହ ଜୀବନ କାଟୁଛନ୍ତି। ରାଜ୍ୟ ସରକାର କର୍ମ ସଂସ୍ଥାନ ଯୋଗାଇବାରେ ବିଫଳ ହେବାରୁ ସେମାନେ ବାଧ୍ୟ ହୋଇ ଘରୁ ଗୋଡ଼ କାଢ଼ିଛନ୍ତି। କୌଣସି ଦୁର୍ଘଟଣା ଆଉ ଅଘଟଣକୁ ଖାତିର ନାହିଁ। କେବଳ ପେଟ ପୋଷିବା ଚିନ୍ତା ବାରମ୍ବାର ବସ୍‌ ଦୁର୍ଘଟଣା ଖବରକୁ ଭୁଲି ପୁଣି ତାମିଲନାଡୁ,ହାଇଦ୍ରାବାଦ, ସୁରଟ, ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ଅନ୍ୟ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ନେବାପାଇଁ ପ୍ରତି ଗାଁରେ ବସ୍‌ ଲାଗୁଥିବାର ଦେଖିବାକୁ ମିଳୁଛି। ବାରମ୍ବାର ବସ୍‌ ଦୁର୍ଘଟଣା ହେତୁ ସରକାର କିଛି ବନ୍ଦୋବସ୍ତ କରିବେ ବୋଲି ଆଶା କରାଯାଉଥିଲା। ଆଉ ଶ୍ରମିକ ବା ପ୍ରବାସୀମାନେ ମଧ୍ୟ ବସ୍‌ରେ ଯିବାକୁ ଅମଙ୍ଗ ହେବେ ବୋଲି ଆଶା କରାଯାଉଥିଲା। ହେଲେ ସ୍ଥିତି ଯେମିତିକୁ ସେମିତି। ସରକାର ଗୋଟିଏ ପଟେ କର୍ମସଂସ୍ଥାନ ଯୋଗାଇବାରେ ବିଫଳ ହେଇଥିବା ବେଳେ ଅନ୍ୟ ପଟେ ପ୍ରବାସୀମାନେ ବିପଦସଙ୍କୁଳ ଭାବରେ ବସ୍‌ରେ ଏତେ ଏତେ ବାଟ ଯାଉଥିବାର ଦେଖିବାକୁ ମିଳୁଛି। ପ୍ରତିଦିନ ଆଠମଲ୍ଲିକ ଅଞ୍ଚଳକୁ ଶତାଧିକ ପ୍ରବାସୀଙ୍କୁ ନେବା ପାଇଁ ବସ୍‌ ଅସୁବିଧା ବେଳେ ମାଲିକମାନଙ୍କ ସ୍ଥାନୀୟ ଏଜେଣ୍ଟ ସେମାନଙ୍କ ସହିତ ଯୋଗାଯୋଗ କରି ବାହାର ରାଜ୍ୟକୁ ନେବାପାଇଁ ରାଜି କରାଉଥିବା ଦେଖିବାକୁ ମିଳୁଛି। ଏହା ସହିତ ହାତ ଖର୍ଚ୍ଚ ଏବଂ ଅଗ୍ରୀମ ଟଙ୍କା ମଧ୍ୟ ଦେଉଥିବା ଜଣାପଡ଼ିଛି। ଲକ୍‌ଡାଉନ ସମୟରେ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରଶାସନ ଯେତିକି ତତ୍ପର ଦେଖାଉଥିଲା ବର୍ତ୍ତମାନ ଆଉ ତାହା ନାହିଁ। ଏଠି ନିଯୁକ୍ତିର କୌଣସି ବ୍ୟବସ୍ଥା ନାହିଁ ଏତେଦିନ ରହିଲା ପରେ ଟଙ୍କାଟିଏ ରୋଜଗାର ହେଇପାରିଲା ନାହିଁ। ତେଣୁ ବାଧ୍ୟ ହୋଇ ପୁଣି କର୍ମସ୍ଥଳୀକୁ ଫେରିବାକୁ ପଡୁଛି ବୋଲି ପ୍ରବାସୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri