ନେପାଳରେ ପୁଣି ରାଜନୈତିକ ସଙ୍କଟ

କାଠମାଣ୍ଡୁ, ୨୩।୫(ଆଇଏଏନ୍‌ଏସ୍‌): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରରେ ପାର୍ଲାମେଣ୍ଟ ଭଙ୍ଗ କରିବା ସହ ନଭେମ୍ବର ୧୨ ଓ ୧୯ରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ଏହାକୁ ନେଇ ନେପାଳରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ଓଲିଙ୍କ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି। ନିର୍ବାଚନ କରିହେବ କି ନାହିଁ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ପାର୍ଲାମେଣ୍ଟ ଭଙ୍ଗ ରାଜନୈତିକ ବିଦ୍ରୋହ ପାଇଁ ଉଦ୍ୟମ ଏବଂ ତଥାକଥିତ ନିର୍ବାଚନ ଘୋଷଣା ଏକ ଜାଲିଆତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ ଦଳ ନେତା ମାଧବ କୁମାର ନେପାଳ କହିଛନ୍ତି। ଓଲି ଏବଂ ନେପାଳ ଗୋଟିଏ ଦଳର ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଗୁରୁତର ମତପାର୍ଥକ୍ୟ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଘନିଷ୍ଠତା ବାରମ୍ବାର ପାର୍ଲାମେଣ୍ଟ ଭାଙ୍ଗିବା ପଛର କାରଣ ବୋଲି ଦଳୀୟ ନେତାମାନେ କହିଛନ୍ତି। ଏହା ପୂର୍ବରୁ ଓଲିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଗତବର୍ଷ ଡିସେମ୍ବର ୨୦ରେ ପାର୍ଲାମେଣ୍ଟ ଭାଙ୍ଗିଦେଇଥିଲେ। ଗତ ଫେବୃୟାରୀ ୨୩ରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ପୁନର୍ବାହାଲ କରାଯାଇଥିଲା। ସମ୍ବିଧାନକୁ ଧ୍ୱଂସ କରିବା ପାଇଁ ଭଣ୍ଡାରୀ ଏବଂ ଓଲି ଚାଲ୍‌ ଚଳାଇଥିବା ବିରୋଧୀ ଦଳ ନେପାଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲ କହିଛନ୍ତି। ନୂଆ ସରକାର ଗଢ଼ିବା ପାଇଁ ଓଲି ଶୁକ୍ରବାର ଗୃହରେ ସଂଖ୍ୟାଗରିଷ୍ଠତା ଦେଖାଇବାରେ ବିଫଳ ହୋଇଥିଲେ। ବିରୋଧୀ ଦଳଗୁଡ଼ିକ ସଂଖ୍ୟାଗରିଷ୍ଠ ଭୋଟ ସହ ସରକାର ଗଢ଼ିବାକୁ ଦାବି ଜଣାଇବା ସତ୍ତ୍ୱେ ପାର୍ଲାମେଣ୍ଟକୁ ଭାଙ୍ଗିଦିଆଯିବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ। ଏହା ବିରୋଧରେ ନେପାଳ କଂଗ୍ରେସ ଆଇନଗତ, ରାଜନୈତିକ ଓ ସାମ୍ବିଧାନିକ ଲଢ଼େଇ ଲଢ଼ିବ ବୋଲି ପୌଡେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ କରୋନା ପାଲଟିଛି ଶିଶୁଙ୍କ ପାଇଁ ବଡ ଶତ୍ରୁ

ୱାଶିଂଟନ,୧୮ ।୧: କରୋନାର ପ୍ରଭାବ ଶିଶୁଙ୍କ ଉପରେ ବେଶୀ ରହିବ ନାହିଁ । ଏବେ ଏହାର ବିପରିତ ପରିଣାମ ଆମେରିକାରେ ଦେଖିବାକୁ ମିଳିଲାଣି । ଏବେ...

ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…

ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି।...

ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

ଲିସବନ୍‌,୧୬।୬: ଗୋଟିଏ ଭୁଲ୍‌ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌...

ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍‌ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା

ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ...

ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ...

ବିଦେଶୀଙ୍କୁ ରୋକିବାକୁ ଶେଷ ଉଦ୍ୟମ

ଓ୍ବାଶିଂଟନ, ୨।୧(ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବାର ୨୦ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶରେ ବାହାର ଲୋକଙ୍କ ପ୍ରବେଶ ରୋକିବା ଲାଗି ଶେଷ...

ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଲା ଚାଇନା

ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି।...

Advertisement
Archives

Model This Week