Posted inଫୁରସତ

ଟିଭିରେ ଘୋଡ଼ା ଦୌଡ଼ ଦେଖି କୁକୁର ଦେଲା ଏମିତି ପ୍ରତିକ୍ରିୟା, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର ହୋଇଛି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଏଥିସହିତ ବହୁତ ଭଲ ଭଲ କମେଣ୍ଟ ମଧ୍ୟ ଦେଉଛନ୍ତି।
ନିତିନ୍‌ ସଙ୍ଗଓ୍ବାନ୍‌ ନାମକ ଜଣେ ଆଇଏସ୍‌ ଅଫିସର ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଦୁନିଆରେ ଏହି କୁକୁରକୁ ଦେଖିବା ପରେ ଘୋଡ଼ା ଦୌଡ଼କୁ ଦେଖିଲେ ଆଉ ମଜା ଆସିବ ନାହିଁ। ଭିଡିଓରେ ଦେଖିବାକୁ ମିଳିଛି ଟିଭିରେ ଘୋଡ଼ା ଦୌଡ଼ ହେଉଛି। ଟିଭି ସାମ୍ନାରେ ଏକ କୁକୁର ଠିଆ ହୋଇ ଘୋଡ଼ାଦୌଡ଼କୁ ଧ୍ୟାନ ସହକାରେ ଦେଖୁଛି। ମାତ୍ର ଦୌଡ଼ ଦେଖି କୁକୁରଟି ଏତେ ମାତ୍ରାରେ ଖୁସି ହୋଇଯାଉଛି ଆପଣ ଦେଖିଲେ ବି ହସ ରୋକି ପାରିବେନି।

୧୧ତାରିଖରେ ଶେୟାର ହୋଇଥିବା ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଥର ଦେଖା ସରିଲାଣି। ୧ ହଜାରରୁ ଅଧିକ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି। କିଛି ୟୁଜର କୁକୁର ଏପରି ପ୍ରତିକ୍ରିୟା ଦେଖି ପ୍ରଶଂସା କରିବା ସହ ନିଜ ନିଜ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆକାଶରେ ଉଡ଼ିଥାଏ ପକ୍ଷୀ ମାତ୍ର ପାରେନି ମଣିଷ, ଜାଣନ୍ତୁ ଏହାର ପଛରେ ଥିବା କାରଣ

ବେଳେବେଳେ ପିଲାଦିନେ ଆମ ସମସ୍ତଙ୍କର ଇଚ୍ଛା ହୋଇଥାଏ, ମୋ’ର ଡେଣା ବା ପକ୍ଷୀ ଥାଆନ୍ତା କି ମୁଁ ବି ଆକାଶରେ ଉଡ଼ନ୍ତି। ଏବେ ବି ଏହି...

କୁଣ୍ଡେ ପାଣି ଦେଖି ଏମିତି କଲା ହାତୀ ଛୁଆ

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ମଜାଳିଆ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ମନ ନିଶ୍ଚିନ୍ତ...

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା...

କରୋନା ସଚେତନତା ବାର୍ତ୍ତା: ଠାକୁର ପିନ୍ଧିଲେ ମାସ୍କ

ବାରାଣାସୀ: କରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସହିତ ଆଲିଙ୍ଗନ ଏବଂ...

ସ୍ବାମୀଙ୍କ ଖୁସି ପାଇଁ ଛାଡ଼ପତ୍ର ଦେଲେ ସ୍ତ୍ରୀ, ପ୍ରେମିକାଙ୍କ ସହ କରାଇଲେ ବିବାହ

ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ୩ ବର୍ଷର ବିବାହକୁ ଭାଙ୍ଗିବା ସହ ପ୍ରେମିକାଙ୍କ ସହ ବିବାହ କରାଇବାରେ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାମୀସ୍ତ୍ରୀ...

ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି...

ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ, ଏକାଥରକେ ବସି ଖାଇବେ…

କୋଲକାତା: ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେଶନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି। ଏହାର ନାମ ‘ରେଷ୍ଟୁରାଣ୍ଟ ଅନ୍‌ ହ୍ବିଲ୍ସ’ରଖାଯାଇଛି।...

ଏହି ଦେଶରେ ଅପରାଧୀଙ୍କୁ ମିଳେ ଅଜବ ଦଣ୍ଡ, ଯାହା ଆଗରୁ କେବେ ଶୁଣି ନ ଥିବେ

ଓ୍ବାଶିଂଟନ୍‌: ସାଧାରଣତଃ ଯେ କୌଣସି ଅପରାଧୀଙ୍କୁ ନ୍ୟାୟାଳୟ ଦଣ୍ଡ ତ ନିଶ୍ଚିତ ପ୍ରଦାନ କରିଥାନ୍ତି। ସେ ଛୋଟ ଅପରାଧ ହେଉ କି ବଡ଼। କିନ୍ତୁ କିଛି...

Play 250+ Trending Games
Archives

Model This Week

Why Dharitri