ଟ୍ରକ୍‌ ପରେ ଏବେ ଟ୍ରେନ୍‌

ଯୋଡ଼ା, ୯।୫ (ଡି.ଏନ.ଏ.): ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ୨୦୦୯ ଖଣି ଦୁର୍ନୀତି। ଏହାକୁ ରୋକିବା ଲାଗି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିଲା ତଦନ୍ତ। ଖଣିଜ କାରବାରରେ ସ୍ବଚ୍ଛତା ଆଣିବା ଲାଗି ନୀତିରେ କରାଯାଇଥିଲା ପରିବର୍ତ୍ତନ। ହେଲେ ଏବେ ପୂର୍ବାପେକ୍ଷା ଖଣି ଦୁର୍ନୀତି କମିଛି ସତ, ହେଲେ ଖଣିଜ ସାମଗ୍ରୀର ଚୋରା ଚାଲାଣରେ ଲାଗିପାରୁନି ଅଙ୍କୁଶ। ଲାଭଖୋର ଖଣି ମାଫିଆମାନେ ପୂର୍ବରୁ ଟ୍ରକ୍‌ ଏବଂ ଅନ୍ୟ ଭାରିଯାନ ସହାୟତାରେ ମୂଲ୍ୟବାନ ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବାବେଳେ ଏବେ ଏହାର ମାଧ୍ୟମ ବଦଳିଛି। ପୂର୍ବରୁ ଟ୍ରକ୍‌ ଯୋଗେ ଖଣିଜ ଚାଲାଣ ହେଉଥିବାବେଳେ ଏବେ ମାଲ୍‌ବାହୀ ଟ୍ରେନ୍‌ରେ ହେଉଛି ସମାନ କାମ। କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡ଼ିରୁ ଆସିଛି ଏଭଳି ଦୃଶ୍ୟ।
ଜୁରୁଡି ରେଳ ସାଇଡିଂରେ ଗଦା ହୋଇ ରହିଛି ବହୁ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର। ଏହାର କେହି ଦାବିଦାର ନ ଥିବା ସ୍ପଷ୍ଟ କରିଛି ଖଣି ବିଭାଗ। ତେବେ ଏହାର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଖଣି ମାଫିଆମାନଙ୍କ ନଜର ପଡ଼ିଛି ଏହି ଖଣିଜ ଉପରେ। ଇତିମଧ୍ୟରେ ଲୁହାପଥର ଷ୍ଟାକରୁ ମେଶିନ ସହାୟତାରେ ବିପୁଳ ପରିମାଣର ଲୁହାପଥର ଚୋରାଚାଲାଣ ହୋଇଯାଇଛି। ତେବେ ଏହାକୁ ଅନ୍ୟତ୍ର ଚୋରା ଚାଲାଣ କରାଯିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ତାହା ଯେତିକି ଚର୍ଚ୍ଚିତ, ସେତିକି ସମ୍ବେଦନଶୀଳ ମଧ୍ୟ। ମାଲବାହୀ ଟ୍ରେନ୍‌ ଓ୍ବାଗନ୍‌ରେ ନିର୍ଦ୍ଧାରିତ ପରିମାଣଠାରୁ ଲୁହାପଥର କମିଗଲେ, ଷ୍ଟାକ୍‌ୟାର୍ଡରେ ଗଚ୍ଛିତ ଲୁହାପଥର ମେଶିନରେ ନେଇ ଭର୍ତ୍ତି କରିଦିଆଯାଉଛି। ଏହାକୁ ରାଜ୍ୟ ବହାରକୁ ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି। ଏଥିରେ ରେଳ ପରିବହନରେ ନିୟୋଜିତ କେତେଜଣ ଅସାଧୁ ଠିକାଦାରଙ୍କ ହାତ ରହିଛି। ସେମାନେ ଏହି ଲୁହାପଥରକୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକି ପର୍ଯ୍ୟପ୍ତ ଲାଭ କମାଉଥିବାବେଳେ ରାଜସ୍ବ ହରାଉଛନ୍ତି ସରକାର। ସେହିପରି ଖଣିରୁ ସିଧାସଳଖ ଟ୍ରକ୍‌ ଯୋଗେ ପରିବହନ ହେଉଥିବା ଲୁହାପଥରକୁ ରେଳ ସାଇଡିଂରେ ପକାଯାଉନାହିଁ। କେବଳ ପରିବହନ ଚାଲାଣକୁ ରିସିଭ୍‌ କରାଇ ଏହାକୁ ଅନ୍ୟତ୍ର ବହୁ ମୂଲ୍ୟରେ ବିକ୍ରି କରାଯାଉଛି। ଏଥିରେ ମଧ୍ୟ ସମ୍ପୃକ୍ତ ପରିବହନ ଠିକାଦାରଙ୍କ ହାତ ଥିବା ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ରେଳ ସାଇଡିଂରେ ରେଳ ବିଭାଗ ପକ୍ଷରୁ ଏକ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଜେସିବି ସହାୟତାରେ ଟ୍ରେଞ୍ଚ୍‌ ଖୋଳାଯାଉଛି। ଏହାର ସୁଯୋଗରେ ବହୁ ପରିମାଣର ଲୁହାପଥର ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଚାଲାଣ ହେଉଛି। ଫଳରେ ୨୦୦୯-୧୦ରେ ଜୁରୁଡି ରେଳ ସାଇଡିଂରେ ଜବତ ହୋଇଥିବା ମୂଲ୍ୟବାନ ଲୁହାପଥର ପରିମାଣ କମିବାରେ ଲାଗିଛି। ଖଣି ବିଭାଗ ଦ୍ୱାରା ଆକଳନ କରାଗଲେ ମୋଟ୍‌ କେତେ ପରିମାଣର ଲୁହାପଥର ମହଜୁଦ୍‌ ଅଛି ଏବଂ କେତେ ଚୋରା ଚାଲାଣ ହୋଇଛି ତାହା ଜଣାପଡ଼ିବ। ଏ ସମ୍ପର୍କରେ ବିଭାଗୀୟ ଖଣି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସୋମବାର ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି କହିଛନ୍ତି। ସେହିପରି ଟ୍ରେନ୍‌ ନିର୍ମାଣ ବନାଞ୍ଚଳକୁ ପ୍ରଭାବିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ୍‌ଡି କହିଛନ୍ତି, ଏ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଖୁବଶୀଘ୍ର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): କେନ୍ଦୁଝର ସହରର କୃଷି ବିଭାଗ ପୋଖରୀ ନିକଟ ମାଧପୁରଠାରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ଜେସିବି ମେସିନ...

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼...

ପାଇପ୍‌ରୁ ଆସୁଛି ନାଲି ରଙ୍ଗର ପାଣି: ପାନୀୟଜଳ ପାଇଁ ଓ୍ବାର୍ଡବାସୀ ହଇରାଣ

ଯୋଡ଼ା, ୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୯ନଂ ଓ୍ବାର୍ଡ ଗୋପ ମହାନ୍ତି ହଟିଂ ଠାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ନିମନ୍ତେ ଦିଆଯାଇଥିବା...

ଗୁରୁଦିବସରେ ଶିକ୍ଷୟିତ୍ରୀ,ଶିକ୍ଷକ ସମ୍ବର୍ଦ୍ଧିତ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁର ଗୟାଧର ସାହୁ ସ୍ମୃତି ସଂସଦ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୭ ଜଣ...

କେନ୍ଦୁଝରରେ ପୁଣି ୫ କରୋନା ରୋଗୀ

କେନ୍ଦୁଝର,୧୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି। ସମସ୍ତ ରୋଗୀ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

ରକ୍ତଦାନ ଶିବିରରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର କଲେଜରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଲବଠାରେ ବୁଧବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ, ଏମଆଇଏସ ସ୍ନିଗ୍ଧା ରାୟ,...

ନବଜାତକର ମୃତ୍ୟୁ: ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୨୩ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଜଣେ ପ୍ରସୂତିଙ୍କୁ ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁର ହୋଇଥିବା ଅଭିଯୋଗ...

Advertisement
Archives

Model This Week