ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ ଜେଏନ.୧ହେତୁ କରୋନା ସଂକ୍ରମଣ କେବଳ ବିଶ୍ୱରେ ବୃଦ୍ଧି ପାଇନାହିଁ, ବରଂ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏକ ମାସ ମଧ୍ୟରେ ସଂକ୍ରମଣ ମଧ୍ୟ ରେକର୍ଡ କରିଛି। ଯାହାର ଅର୍ଥ ହେଉଛି ଏହି ନୂତନ ଭାରିଏଣ୍ଟ ବିଶ୍ୱ ପାଇଁ ଏକ ବଡ ବିପଦ ଭାବରେ ଉଭା ହେଉଛି। ଅନେକ ଦେଶରେ ସଂକ୍ରମଣ ମାମଲା ଏତେ ବେଗରେ ବଢୁଛି ଯେ ସେଠାରେ ଥିବା ବିଶେଷଜ୍ଞମାନେ ମଧ୍ୟ କରୋନାର ଅନ୍ୟ ଏକ ସମ୍ଭାବ୍ୟ ତରଙ୍ଗକୁ ନେଇ ଆଶଙ୍କା ପ୍ରକାଶ କରୁଛନ୍ତି।
ଯଦି ଆମେ ଭାରତରେ ସଂକ୍ରମଣର ପରିସ୍ଥିତିକୁ ଦେଖିବା, ଏହା ସ୍ପଷ୍ଟ ଯେ ଏଠାରେ ମଧ୍ୟ ଗତ ଦେଢ ମାସ ମଧ୍ୟରେ କରୋନା ମାମଲାରେ ବହୁତ ବୃଦ୍ଧି ଘଟିଛି। ଗତ ଏକ-ଦୁଇ ସପ୍ତାହ ପାଇଁ, ପ୍ରତିଦିନ ହାରାହାରି ୫୦୦-୬୦୦ ନୂତନ କରୋନା ସଂକ୍ରମିତ ରୋଗୀଙ୍କର ଡାଟା ପଞ୍ଜିକୃତ ହେଉଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର (ଜାନୁଆରୀ ୧୧) ରେ ଶେୟାର କରିଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ତିନି ଜଣଙ୍କ ମୃତ୍ୟୁ ସହିତ ୫୧୪ ଟି ନୂଆ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ରିପୋର୍ଟରେ ଦର୍ଶାଯାଇଛି ଯେ ନୂତନ ଭାରିଏଣ୍ଟ ବର୍ତ୍ତମାନ ଉତ୍ତର ଭାରତ ଆଡକୁ ଗତି କରୁଛି, ଯାହାକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Belonging: A Journey of Love: ବହିରୁ ୩କୋଟି ରୋଜଗାର କଲେଣି ସୋନିଆ ଗାନ୍ଧୀ? ସତ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୮।୧୧: ବହି ଲେଖିବା କେବଳ ଜଣେ ଲେଖକ ପାଇଁ ନିଜର କାହାଣୀ ଦୁନିଆରେ ପହଞ୍ଚାଇବାର ଜରିଆ ନୁହେଁ, ବରଂ ରୋଜଗାରର ଏକ ବଡ଼ ମାଧ୍ୟମ ମଧ୍ୟ ପାଲଟିପାରେ।…

IPLରୁ ସନ୍ନ୍ୟାସ ନେବା ପରେ ଏଭଳି ସେଲିବ୍ରେଶନ କଲେ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୮।୧୧: IPLକୁ ଅଲ୍‌ବିଦା କହିବା ପରେ ନିଜ ଅବସରକୁ ନିଆରା ଢଙ୍ଗରେ ସେଲିବ୍ରେଟ୍‌ କରିଛନ୍ତି ଭାରତୀୟ କ୍ରିକେଟ୍‌ର ମହାନ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗ୍ସର…

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ ଦିନ ଦର୍ଶନ ବନ୍ଦ, ପୁରୀ ଆସୁଥିଲେ ଜାଣି ରଖନ୍ତୁ…

ପୁରୀ,୧୮ା୧୧: ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ଦୃଷ୍ଟିରେ ରଖି ପୁରୀର ଆରାଧ୍ୟ ସ୍ଥଳୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼…

ଯୁବପିଢିଙ୍କ ପାଇଁ ବଡ଼ ଖବର: ବଦଳିଲା ୨୫ବର୍ଷ ପୁରୁଣା ସରକାରୀ ଚାକିରି ନିୟମ, ଏମାନଙ୍କୁ ମିଳିବ…

ନୂଆଦିଲ୍ଲୀ,୧୮।୧୧: ମଧ୍ୟପ୍ରଦେଶର ଯୁବବର୍ଗ ଏବଂ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ସରକାରୀ ଚାକିରିରେ ନିଯୁକ୍ତି ଏବଂ…

ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ…

ବାତ୍ୟା ଅକ୍ୱାନକୁ ନେଇ ୪ ଜିଲା ପାଇଁ ୪ ଆଇଏଏସ୍‌ଙ୍କୁ ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୧୮ା୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ୪ଟି…

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ଖବରଦାତା

ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସଡ଼କ ଦୁର୍ଘଟଣା ସାଧାରଣରେ ପରିଣତ ହୋଇଛି। ସୋମବାର ସହରସ୍ଥିତ ଗୁରୁଦ୍ୱାରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର…

ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?