ଗୋଠ ପୂଜା ପରେ ଅଣ୍ଡା ଉପରେ ଚାଲିଲେ ଗୋରୁ

କେନ୍ଦୁଝର/ପାଟଣା,୨୬।୧୦(ସ୍ବ.ପ୍ର.):  କାଳୀପୂଜା ବା ଦୀପାବଳିକୁ ଅନେକେ ବାଣ ଫୁଟାଇ, ବିଭିନ୍ନ ପ୍ରକାର ଆଲୋକରେ ସଜାଇ ପାଳନ କରିଥାନ୍ତି। କୁଡୁମୀ ତଥା ଅନ୍ୟ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଧୁମ୍‌ଧାମ୍‌ରେ କୃଷିଭିତ୍ତିକ ବାନ୍ଦନା ପରବ ଭାବେ ପାଳନ କରିଛନ୍ତି। ଏହାକୁ ମଧ୍ୟ ଗୋବର୍ଦ୍ଧନ ବା ହାତୀ ଲେଖେନ ପରବ କୁହାଯାଏ। ୩ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଦୀପାବଳି ଅବସରରେ ଆରମ୍ଭ ହୋଇଛି। ପ୍ରଥମ ଦିନ ଗୋଠ ପୂଜା, ଦ୍ୱିତୀୟ ଦିନ ଗୁହାଳ ପୂଜା ଓ ତୃତୀୟ ଦିନକୁ ବୁଢ଼ୀ ବାନ୍ଦନା ଓ ଗୋରୁ ଖୁଣ୍ଟା ଭାବେ ପାଳନ କରାଯାଇଥାଏ। ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ବୁଧବାର, ଗୁରୁବାର ଦ୍ୱିତୀୟ ଓ ତୃତୀୟ ଦିନ ପୂଜା ସମ୍ପନ୍ନ ହେବ ବୋଲି ସମ୍ପ୍ରଦାୟର ପୂଜାରୀ(ଦେହୁରୀ) ସୂଚନା ଦେଇଛନ୍ତି।
ପାଳସପଙ୍ଗା ପଞ୍ଚାୟତର ମୁରୁସୁଅଁା ଗ୍ରାମରେ ପ୍ରଥମ ଦିନର ପୂଜା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସମସ୍ତେ ନିଜ ଘରକୁ ମାଟିରେ ଲିପାପୋଛା କରି ନୂତନ ରଙ୍ଗ କରିଥିଲେ। ବଳଦ ଓ ପଣ୍ଡାଙ୍କୁ ଖୁଣ୍ଟରେ ବାନ୍ଧି ନେତୃତ୍ୱ ନେବାର ତାଲିମ ଦିଆଯାଇଥିଲା। ଗ୍ରାମ ପଡ଼ିଆରେ ଗ୍ରାମର ଦେହୁରୀ ଅନନ୍ତ ମହାନ୍ତ ଅଣ୍ଡା ରଖି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଅଣ୍ଡା ଉପରେ ଗୋରୁମାନଙ୍କୁ ଏକତ୍ରିତ ଛଡ଼ାଯାଇଥିଲା। ଯେଉଁ ଗୋରୁ ଅଣ୍ଡା ମାଡ଼ିଥିଲା ତାକୁ ପୂଜାର୍ଚ୍ଚନା କରାଯିବା ସହ ଗୋରୁ ମାଲିକଙ୍କୁ ଫୁଲମାଳ ପିନ୍ଧାଇ କାନ୍ଧରେ ବସାଇ ଗ୍ରାମ ପରିକ୍ରମା କରାଯାଇଥିଲା। ସେହିପରି କୃଷି କାର୍ଯ୍ୟରେ ସହାୟକ ଯନ୍ତ୍ରପାତି ହଳ, ଲଙ୍ଗଳ, ଜୁଆଳି, ମଇ, ଟ୍ରାକ୍ଟର, ପାୱାର ଟିଲର ଆଦିକୁ ବନ୍ଦାପନା କରିଥିଲେ। ୯ ଗୋଟି ପ୍ରାକୃତିକ ଶକ୍ତି ଯଥା-ଗରାମ/ଜାହିର ମାଇଁ, ଧରମ ଦେଉତା, ବସମତା, ଗରୟା, ଗୋସାଇଁ ରାଇ, ବଳ ପାହାଳ, ବାନସିନୀ, କୁଦ୍ରା ଓ ବାଘୁତଙ୍କୁ ୯ ଗୋଟି କୁକୁଡ଼ା ସମର୍ପଣ କରି ଆରାଧନା କରିଥିଲେ। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ବୁଧବାର ଘରଗୁଡିକରେ ଗୁହାଳ ପୂଜା, ବୁଢ଼ୀ ବାନ୍ଦନା ଓ ଗୋରୁ ଖୁଣ୍ଟା ପୂଜା ପରବର୍ତ୍ତୀ ଦିନରେ ହେବ ବୋଲି ଦେହୁରୀ ମହାନ୍ତ କହିଛନ୍ତି। ପର୍ବରେ ନିଜସ୍ବ କୁଡୁମି ଦେହୁରୀ/ମହତୋ ଗୋପନରେ ପୂଜା କରିବାର ସାମାଜିକ ବ୍ୟବସ୍ଥା ରହିଛି। ଏଥିସହ ଘରେ ମୁଖିଆ ମଧ୍ୟ ପୂଜା କରିଥାନ୍ତି। ଘରେ ଘରେ ପିଠାପଣା, ଆମିଷ ଆଦି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ନୂଆ ଲୁଗା ପିନ୍ଧି, ପିଠାପଣା ଖାଇ, ନାଚ ଗୀତ କରି ଦିନଟିକୁ କଟାଇଥାନ୍ତି ବୋଲି ପାଳସପଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?