ଗୋଠ ପୂଜା ପରେ ଅଣ୍ଡା ଉପରେ ଚାଲିଲେ ଗୋରୁ

କେନ୍ଦୁଝର/ପାଟଣା,୨୬।୧୦(ସ୍ବ.ପ୍ର.):  କାଳୀପୂଜା ବା ଦୀପାବଳିକୁ ଅନେକେ ବାଣ ଫୁଟାଇ, ବିଭିନ୍ନ ପ୍ରକାର ଆଲୋକରେ ସଜାଇ ପାଳନ କରିଥାନ୍ତି। କୁଡୁମୀ ତଥା ଅନ୍ୟ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଧୁମ୍‌ଧାମ୍‌ରେ କୃଷିଭିତ୍ତିକ ବାନ୍ଦନା ପରବ ଭାବେ ପାଳନ କରିଛନ୍ତି। ଏହାକୁ ମଧ୍ୟ ଗୋବର୍ଦ୍ଧନ ବା ହାତୀ ଲେଖେନ ପରବ କୁହାଯାଏ। ୩ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଦୀପାବଳି ଅବସରରେ ଆରମ୍ଭ ହୋଇଛି। ପ୍ରଥମ ଦିନ ଗୋଠ ପୂଜା, ଦ୍ୱିତୀୟ ଦିନ ଗୁହାଳ ପୂଜା ଓ ତୃତୀୟ ଦିନକୁ ବୁଢ଼ୀ ବାନ୍ଦନା ଓ ଗୋରୁ ଖୁଣ୍ଟା ଭାବେ ପାଳନ କରାଯାଇଥାଏ। ମଙ୍ଗଳବାର ସୂର୍ଯ୍ୟୋପରାଗ ଥିବାରୁ ବୁଧବାର, ଗୁରୁବାର ଦ୍ୱିତୀୟ ଓ ତୃତୀୟ ଦିନ ପୂଜା ସମ୍ପନ୍ନ ହେବ ବୋଲି ସମ୍ପ୍ରଦାୟର ପୂଜାରୀ(ଦେହୁରୀ) ସୂଚନା ଦେଇଛନ୍ତି।
ପାଳସପଙ୍ଗା ପଞ୍ଚାୟତର ମୁରୁସୁଅଁା ଗ୍ରାମରେ ପ୍ରଥମ ଦିନର ପୂଜା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସମସ୍ତେ ନିଜ ଘରକୁ ମାଟିରେ ଲିପାପୋଛା କରି ନୂତନ ରଙ୍ଗ କରିଥିଲେ। ବଳଦ ଓ ପଣ୍ଡାଙ୍କୁ ଖୁଣ୍ଟରେ ବାନ୍ଧି ନେତୃତ୍ୱ ନେବାର ତାଲିମ ଦିଆଯାଇଥିଲା। ଗ୍ରାମ ପଡ଼ିଆରେ ଗ୍ରାମର ଦେହୁରୀ ଅନନ୍ତ ମହାନ୍ତ ଅଣ୍ଡା ରଖି ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଉକ୍ତ ଅଣ୍ଡା ଉପରେ ଗୋରୁମାନଙ୍କୁ ଏକତ୍ରିତ ଛଡ଼ାଯାଇଥିଲା। ଯେଉଁ ଗୋରୁ ଅଣ୍ଡା ମାଡ଼ିଥିଲା ତାକୁ ପୂଜାର୍ଚ୍ଚନା କରାଯିବା ସହ ଗୋରୁ ମାଲିକଙ୍କୁ ଫୁଲମାଳ ପିନ୍ଧାଇ କାନ୍ଧରେ ବସାଇ ଗ୍ରାମ ପରିକ୍ରମା କରାଯାଇଥିଲା। ସେହିପରି କୃଷି କାର୍ଯ୍ୟରେ ସହାୟକ ଯନ୍ତ୍ରପାତି ହଳ, ଲଙ୍ଗଳ, ଜୁଆଳି, ମଇ, ଟ୍ରାକ୍ଟର, ପାୱାର ଟିଲର ଆଦିକୁ ବନ୍ଦାପନା କରିଥିଲେ। ୯ ଗୋଟି ପ୍ରାକୃତିକ ଶକ୍ତି ଯଥା-ଗରାମ/ଜାହିର ମାଇଁ, ଧରମ ଦେଉତା, ବସମତା, ଗରୟା, ଗୋସାଇଁ ରାଇ, ବଳ ପାହାଳ, ବାନସିନୀ, କୁଦ୍ରା ଓ ବାଘୁତଙ୍କୁ ୯ ଗୋଟି କୁକୁଡ଼ା ସମର୍ପଣ କରି ଆରାଧନା କରିଥିଲେ। ମଙ୍ଗଳବାର ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ବୁଧବାର ଘରଗୁଡିକରେ ଗୁହାଳ ପୂଜା, ବୁଢ଼ୀ ବାନ୍ଦନା ଓ ଗୋରୁ ଖୁଣ୍ଟା ପୂଜା ପରବର୍ତ୍ତୀ ଦିନରେ ହେବ ବୋଲି ଦେହୁରୀ ମହାନ୍ତ କହିଛନ୍ତି। ପର୍ବରେ ନିଜସ୍ବ କୁଡୁମି ଦେହୁରୀ/ମହତୋ ଗୋପନରେ ପୂଜା କରିବାର ସାମାଜିକ ବ୍ୟବସ୍ଥା ରହିଛି। ଏଥିସହ ଘରେ ମୁଖିଆ ମଧ୍ୟ ପୂଜା କରିଥାନ୍ତି। ଘରେ ଘରେ ପିଠାପଣା, ଆମିଷ ଆଦି ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ନୂଆ ଲୁଗା ପିନ୍ଧି, ପିଠାପଣା ଖାଇ, ନାଚ ଗୀତ କରି ଦିନଟିକୁ କଟାଇଥାନ୍ତି ବୋଲି ପାଳସପଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri