Posted inଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲ ପରେ ଏବେ ପ୍ରିୟଙ୍କା ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୮: କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦାବି ଜୋର ଧରିଛି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡିବା ପରେ ଆଗାମୀ ଦିନରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ମଙ୍ଗ ଧରିବେ ବୋଲି କଳ୍ପନା ଜଳ୍ପନା ଲାଗି ରହିଥିଲା। କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କାରଣ ପ୍ରିୟଙ୍କା ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ, ରାହୁଲ ହିଁ ତାଙ୍କର ନେତା। ଏକ ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ଆଗାମୀ ଭବିଷ୍ୟତରେ ବି କଂଗ୍ରେସ ମଙ୍ଗ ସମ୍ଭାଳିବା ଦୌଡ଼ରେ ସେ ନାହାନ୍ତି। ବର୍ତ୍ତମାନ ସେ ଉତ୍ତରପ୍ରଦେଶରେ ଦଳକୁ ଶକ୍ତିଶାଳୀ କରିବାରେ ଫୋକସ୍‌ କରୁଛନ୍ତି। ଯଦି ଗାନ୍ଧୀ ପରିବାର ବାହାରୁ ବି କେହି ନେତା ହୁଅନ୍ତି ତେବେ ତାଙ୍କ ଅଧିନରେ କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କୁ ଇସ୍ତଫା ଦେବା ନିଷ୍ପତ୍ତିକୁ ଏବଂ ଗାନ୍ଧୀ ପରିବାର ବାହାରୁ କେହି ଅଧ୍ୟକ୍ଷ ହେବା ପରାମର୍ଶକୁ ସେ ସମ୍ମାନ କରନ୍ତି। ରାହୁଲ ଆମର ନେତା ଥିଲେ ଓ ରହିବେ ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମିଲା ଦିଲ୍ଲୀ ପ୍ରଚାର : ୭୦ ଆସନରେ ବଳ କଷାକଷି

ନୂଆଦିଲ୍ଲୀ,୭-୨: ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶନିବାର ନିର୍ବାଚନ ହେବ। ଏଥିପାଇଁ ସମସ୍ତ ନିର୍ବାଚନମଣ୍ଡଳୀରେ ସବୁ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟା ୬ଟାରେ ହାଇଭୋଲ୍ଟେଜ୍‌ ନିର୍ବାଚନ...

ନବାବ ମଲିକଙ୍କୁ ଆଇନଗତ ନୋଟିସ ପଠାଇଲେ ଫଡନଭୀସ୍‌ଙ୍କ ସ୍ତ୍ରୀ

ମୁମ୍ବାଇ,୧୧।୧୧: ମୁମ୍ବାଇ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ମଧ୍ୟରେ...

ମନି ଲଣ୍ଡରିଂ ମାମଲା: ଟିଏମ୍‌ସି ମୁଖପାତ୍ର ଗିରଫ

ନୂଆଦିଲ୍ଲୀ,୨୫।୧: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଇଡି ଅଧିକାରୀ ଏହା ନିଶ୍ଚିତ...

୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ...

୫୮ ଆସନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଲକ୍ଷ୍ନୌ,୯ା୨: ଉତ୍ତର ପ୍ରଦେଶର ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୮ ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ପଶ୍ଚିମ ୟୁପିର ୧୧ ଜିଲାରେ ସକାଳ ୭ଟାରୁ...

ନିର୍ବାଚନ ମଇଦାନରେ ଷ୍ଟାର ପ୍ରଚାରକ

ହରିୟାଣା/ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ଥିଲା ଶେଷ ପ୍ରଚାର। ଭୋଟରଙ୍କୁ ପ୍ରଭାବିତ କରିବାକୁ ଶନିବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା...

ଆଉ ଲାଗୁ ହେବ ନାହିଁ ଅଡ୍‌-ଇଭିନ୍‌ ନମ୍ବର: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ରାଜଧାନୀ ଦିଲ୍ଲୀରେ ଏବେ ଆଉ ଆବଶ୍ୟକ ନାହିଁ ଅଡ୍‌-ଇଭିିନ୍‌ ନମ୍ବର। କାରଣ ଦିଲ୍ଲୀ ଆକାଶ ଏବେ ନିର୍ମଳ ଥିବା ସୋମବାର ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ...

ୟୁକ୍ରେନ ଛାଡ଼ିଲେଣି ୧୮ହଜାର ଭାରତୀୟ

ନୂଆଦିଲ୍ଲୀ,୩।୩: ରୁଷିଆ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଦିନକୁ ଦିନ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଫସି ରହିଥିବା...

Advertisement
Archives

Model This Week