Posted inଜାତୀୟ

ପଲିଗ୍ରାଫ୍‌ ପରେ ନାର୍କୋ ଟେଷ୍ଟରେ ମଧ୍ୟ ନିଜ ଅପରାଧ ସ୍ବୀକାର କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ହୋଇଛି। ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ ୧ଘଣ୍ଟା ୫୦ମିନିଟ ଧରି ଚାଲିଥିଲା। ଟେଷ୍ଟ ପରେ ଅଭିଯୁକ୍ତ ଆଫ୍‌ତାବଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏହି ସମୟରେ ଆଫ୍‌ତାବ ପୁଣି ଥରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ନିଜ ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ଆଫ୍‌ତାବ ଟେଷ୍ଟରେ ପଚରାଯାଇଥିବା ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ଇଂରାଜୀରେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହିପରି ଆଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଆଫ୍‌ତାବ କିଛି ସମୟ ମଧ୍ୟ ନେଇଥିବା ଜଣାପଡ଼ିଛି। କିନ୍ତୁ ଯେତେବେଳେ ପ୍ରଶ୍ନର ପୁନରାବୃତ୍ତି ହୋଇଥିଲା ସେତେବେଳେ ବି ସେ ଉତ୍ତର ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ବହୁ ଆତ୍ମବିଶ୍ୱାସୀ ଦେଖାଯାଇଥିଲେ। ଅଭିଯୁକ୍ତ ଆଫ୍‌ତାବ ନାର୍କୋ ଟେଷ୍ଟ ସମୟରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ ଶ୍ରଦ୍ଧାଙ୍କ ମୃତଦେହକୁ କାଟିବା ପାଇଁ ସେ କେଉଁ ଅସ୍ତ୍ର ବ୍ୟବହାର କରିଛନ୍ତି ଏବଂ କେଉଁଠି ଫିଙ୍ଗିଛନ୍ତି ତାହ ମଧ୍ୟ ସୂଚନା ଦେଇଥିଲେ। ପରୀକ୍ଷା ସମୟରେ ଆଫ୍‌ତାବ ଚତୁରତା ଦେଖାଇଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ପୋଲିସର ସମସ୍ତ କଥା ମାନିବା ସହ ତଦନ୍ତରେ ସହଯୋଗ କରୁଛନ୍ତି। ଏପରିକି ପଲିଗ୍ରାଫ୍‌ ଏବଂ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇଯାଇଥିଲେ। ତାଙ୍କର ଏହି ଭଲ ଆଚରଣ ଉପରେ ପୋଲିସ ସନ୍ଦେହ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri