ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି। ହେଲେ ସରକାର ଏହାକୁ ପ୍ରତ୍ୟାହାର କରିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏସବୁ ବିରୋଧ ଏବଂ ଅଭିଯୋଗ ମଧ୍ୟରେ ଏବେ ସରକାର ପେଟ୍ରୋଲ ପରେ ମିଶ୍ରିତ ଡିଜେଲ ଆଣିବାକୁ ମଧ୍ୟ ପ୍ରସ୍ତୁତି କରୁଛନ୍ତି। ଯେପରି ବଜାରକୁ E20 ଆସିସାରିଛି, ସେହିପରି ଏବେ B5 ମଧ୍ୟ ଆସିବାକୁ ଯାଉଛି।

ବାସ୍ତବରେ E-20 ପରେ ଏବେ ସରକାର ଖୁବ୍ ଶୀଘ୍ର B-5 ଫ୍ୟୁଏଲ୍ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ଏହା ଏକ ମିଶ୍ରିତ ଡିଜେଲ ହେବ, ଯେପରି ପେଟ୍ରୋଲରେ ୨୦ ପ୍ରତିଶତ ଏଥାନୋଲ ମିଶାଇ E-20 ପେଟ୍ରୋଲ ତିଆରି କରାଯାଇଛି, ସେହିପରି ୯୫ ପ୍ରତିଶତ ଡିଜେଲରେ ୫ ପ୍ରତିଶତ ଜୈବ ସାମଗ୍ରୀ (ବ୍ରାନ୍/ଜୈବିକ ତେଲ) ମିଶାଇ ଏହି B-5 ଡିଜେଲ ପ୍ରସ୍ତୁତ କରାଯିବ। ଇଞ୍ଜିନରେ କୌଣସି ପ୍ରକାରର ପରିବର୍ତ୍ତନ ନକରି ଏହାକୁ ବ୍ୟବହାର କରାଯାଇପାରିବ ବୋଲି ସରକାର କହିଛନ୍ତି।

କିପରି ତିଆରି ହେବ ବାୟୋଡିଜେଲ?

ଇଣ୍ଡିଆନ ଅଏଲ୍ (Indian Oil) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଡିଜେଲ ଜଟ୍ରୋଫା (Jatropha) ଏବଂ କରଞ୍ଜରୁ ତିଆରି କରାଯିବ। ଏହି ଦୁଇଟି ଯାକ ଉଦ୍ଭିଦ ଜାତୀୟ ତେଲ, ଯାହାକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଏଗୁଡ଼ିକର ସାହାଯ୍ୟରେ ଭଲ ଗୁଣବତ୍ତା ବିଶିଷ୍ଟ ବାୟୋଡିଜେଲ ତିଆରି ହୋଇପାରିବ। ସରକାରଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ବାୟୋଡିଜେଲ ତିଆରି କରି ଏହାର ପରୀକ୍ଷଣ କରାଯାଇସାରିଛି, ଯାହା ସଫଳ ହୋଇଥିଲା। ହରିୟାଣା ରୋଡୱେଜ୍, ରେଳବାଇ ଏବଂ ଟାଟାର ସାହାଯ୍ୟରେ ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ମିଶ୍ରଣ କରି ବ୍ୟାପକ ପରୀକ୍ଷଣ କରାଯାଇସାରିଛି।

ଏହି ବାୟୋଡିଜେଲ ତିଆରି କରିବାର ଉଦ୍ଦେଶ୍ୟ ସେହିଆ, ଯାହା E-20 କୁ ନେଇ ସରକାରଙ୍କ ଲକ୍ଷ୍ୟ ରହିଛି। ସରକାର ଚାହୁଁଛନ୍ତି ଯେ ତେଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ। ଏଭଳି ପରିସ୍ଥିତିରେ ଘରୋଇ ଉତ୍ପାଦନ ହିଁ ଅଧିକ ଉପଯୁକ୍ତ ହେବ। ଏହା ବ୍ୟତୀତ ଏହି ଇନ୍ଧନ ସାହାଯ୍ୟରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରିତ ହେବ। E-20 ର ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ହାସଲ ହୋଇସାରିଛି। ଏଭଳି ସ୍ଥିତିରେ ବାୟୋଡିଜେଲ ଆଣିବା ପାଇଁ ମଧ୍ୟ ସରକାରଙ୍କର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri