ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ଟଙ୍କା ଆଣିବା ନେଇ ଧନୁଯାତ୍ରା କଂସ ଅଭିନେତା ହୃଷୀକେଶ ଭୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବରଗଡ଼ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଚଳାଉଥିବା ହୃଷୀକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିଭାଗୀୟ ତଦନ୍ତ ଚାଲିଛି। କିନ୍ତୁ ସେ କଂସ ଅଭିନେତା ହୋଇଥିବା ଯୋଗୁ ଆସନ୍ତା ଧନୁଯାତ୍ରାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଧନୁଯାତ୍ରାରେ ହୃଷୀକେଶଙ୍କୁ ଏଥର ଅଭିନୟ ସୁଯୋଗ ଦିଆଯିବା ଉଚିତ୍‌ କି ନୁହେଁ, ତାକୁ ନେଇ ସବୁଠି ଚର୍ଚ୍ଚା। ଏ ନେଇ ବରଗଡ଼ ଜିଲାର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ମତାମତ ଭିତ୍ତିକ ଉପସ୍ଥାପନା।

କଳାକାର ଯତ୍ନଶୀଳ ହେବା କଥା
କଂସ ଭୂମିକା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଭିନୟ। ବରଗଡ଼ରେ ଯଦି ଏହା ଅଭିନୀତ ହେଉଛି, ଏହା ସାରା ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛି। ଅଭିନୟ ହେଲେ ବି ବାସ୍ତବିକ କ୍ଷେତ୍ରରେ କଂସ ଅଭିନେତାଙ୍କଠାରୁ ସେଭଳି ଅଭାବନୀୟ କାର୍ଯ୍ୟ ଆଶା କରାଯାଇ ନ ପାରେ। ତେବେ ଏହାର ସ୍ପଷ୍ଟୀକରଣ ହୋଇଯିବା ଉତ୍ତମ ହେବ। ଘଟଣାକୁ ନେଇ କାଁ ଭାଁ ଚର୍ଚ୍ଚା ଚାଲିଛି। ଏଭଳି ଘଟଣା ଉତ୍ତର ପିଢ଼ିକୁ ସଂକ୍ରମିତ କରିବ ଏବଂ ଯେଉଁମାନେ କଂସ ଅଭିନୟ କରୁଛନ୍ତି, ସେମାନଙ୍କ ଗାରିମା କ୍ଷୂର୍ଣ୍ଣ ହେବା ଆଶଙ୍କା ରହିଛି। ଅଭିନୟ ହେଲେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ଚରିତ୍ରର ଅଭିନେତାଙ୍କୁ ଗଭୀର ସମ୍ମାନ ଦିଆଯାଏ। ଏଥିପ୍ରତି କଳାକାରମାନେ ଯତ୍ନଶୀଳ ହେବା କଥା।
-କିରଣ କୁମାର ମିଶ୍ର, ଆଡ୍‌ଭୋକେଟ, ବରଗଡ଼
ବେଆଇନ କାମ କଲେ ବାହାର କରାଯାଉ
ହୃଷୀକେଶଙ୍କୁ ଗତବର୍ଷ ଧନୁଯାତ୍ରା କଳାକାର ସଂଘର ସଭ୍ୟ ଭାବେ ଗ୍ରହଣ କରାଯାଇଛି। ସେତେବେଳେ ସେ କିଛି ଭୁଲ୍‌ କାମ କରିବେ ନାହିଁ ବୋଲି ଶପଥ ନେଇଥିଲେ। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ସତ ହେଲେ ତାହା ସାଂଘାତିକ। କଂସ ଅଭିନେତା ଭଳି ଜଣେ କଳାକାରଙ୍କଠାରୁ ତାହା କେବେ ଆଶା କରାଯାଇ ନ ପାରେ। ଧନୁଯାତ୍ରା ସରିବା ପରେ ମଧ୍ୟ କଂସ ମହାରାଜ ଭାବେ ଲୋକଙ୍କଠାରୁ ସମ୍ମାନ ମିଳେ। ଏହାସତ୍ତ୍ୱେ ତାଙ୍କ ବିରୋଧରେ ସେଭଳି ଅଭିଯୋଗ ଅତି ନିନ୍ଦନୀୟ। ଧନୁଯାତ୍ରା କଳାକାର ହୁଅନ୍ତୁ କିମ୍ବା କମିଟି କର୍ମକର୍ତ୍ତା ଯିଏ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପ୍ରମାଣ ମିଳିଲେ ଧନୁଯାତ୍ରାରୁ ସେମାନଙ୍କୁ ବାହାର କରାଯାଉ।
-ଦୟାନିଧି ପ୍ରଧାନ, ସଭାପତି, ଧନୁଯାତ୍ରା କଳାକାର ସଂଘ
ଧନୁଯାତ୍ରା କମିଟି ସୁବିଚାର କରୁ
ହୃଷୀକେଶ ଭୋଇ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ ନିୟୋଜିତ ହେବା ଏକ ମହତ୍‌ କାର୍ଯ୍ୟ। କିନ୍ତୁ ଉକ୍ତ ପଦର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରି ଯେଉଁଭଳି ଭାବେ ସେ ନିଜ ଆଚରଣ ଦେଖାଇଛନ୍ତି ତାହା ସମାଜ ପାଇଁ କଳଙ୍କ। ଅପରପକ୍ଷେ ହୃଷୀକେଶ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିଆସୁଛନ୍ତି। ଏଭଳିସ୍ଥଳେ ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ବେଆଇନ ଭାବେ ମୃତକଙ୍କ ପରିବାର ଲୋକଙ୍କଠାରୁ ଟଙ୍କା ଆଣିବା କାର୍ଯ୍ୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସୁନିଶ୍ଚିତ। ପ୍ରକୃତରେ କଂସ ଜ୍ଞାନୀ, ପଣ୍ଡିତ ଥିଲେ। କିନ୍ତୁ ପୌରାଣିକ ଏବଂ ଆଧୁନିକ କଂସ ମହାରାଜ ମଧ୍ୟରେ ବହୁତ ଫରକ୍‌ ରହୁଛି। ଏହାକୁ ଦୃଷ୍ଟିରେ ରଖି ଧନୁଯାତ୍ରା କମିଟି ସୁବିଚାର କରିବା ଉଚିତ୍‌।
-ସୁରେନ୍ଦ୍ର ପଣ୍ଡା, କୋଶଲ ସଂଗ୍ରାମୀ, ବରଗଡ଼
ଅଭିଯୋଗ ସତ ହେଲେ ଅବ୍ୟାହତି ନେବା କଥା
ବରଗଡ଼ ଧନୁଯାତ୍ରା ସବୁବେଳେ ନିଷ୍କଳଙ୍କ କଂସ ଖୋଜେ। ବର୍ତ୍ତମାନ ଯାହା ଶୁଣାଯାଉଛି, ତାହା ଯଦି ସତ୍ୟ, ଧନୁଯାତ୍ରାର ଗାରିମା ଦୃଷ୍ଟିରୁ କଂସ ମହାରାଜ ନିଜେ ଅବ୍ୟାହତି ନେଇଯିବା କଥା। ସେହିପରି କମିଟିର ପୁନର୍ଗଠନ ନିହାତି ଆବଶ୍ୟକ। କାହାରି କଥାକୁ ଭ୍ରୂକ୍ଷେପ ନ କରି ପ୍ରଶାସନ ଗୋଟିଏ କମିଟିକୁ ବିଶ୍ୱାସ କରିଆସୁଛି। ସାଧାରଣ ଜନତା ସମସ୍ତେ ଚାହୁଁଛନ୍ତି, କମିଟି ପରିବର୍ତ୍ତନ ହେଉ। କମିଟିରେ କଳାକାର ସଙ୍ଗଠନକୁ ସାମିଲ କରି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ବାଦ୍‌ ଦିଆଯାଉ। କମିଟି ପରିବର୍ତ୍ତନ ହେଲେ ଧନୁଯାତ୍ରାର ମାନ ଉଚ୍ଚରୁ ଉଚ୍ଚକୁ ପହଞ୍ଚତ୍ବ ବୋଲି ଆଶା। ନଚେତ୍‌ ଯଥା ପୂର୍ବଂ, ତଥା ପରଂ।
-ଜୟନ୍ତ କୁମାର ମହାରଣା, ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଘଟଣା ଅତି ନିନ୍ଦନୀୟ
ସରକାରୀ ଡାକ୍ତରଖାନାରୁ ମୃତକଙ୍କ ଘରକୁ ମୃତଦେହ ବିନାଖର୍ଚ୍ଚରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏଭଳି ଯୋଜନାରେ ମୃତକଙ୍କ ପରିବାର ଲୋକଙ୍କଠାରୁ ଟଙ୍କା ଆଣିବା ଘଟଣା ଅତି ନିନ୍ଦନୀୟ। ଯଦି ହୃଷୀକେଶ ସେଭଳି କରିଛନ୍ତି, ତାହା ଆଦୌ ଠିକ୍‌ ନୁହେଁ। ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ହୋଇଛି। ତେବେ ହୃଷୀକେଶଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଉପରେ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରୁଥିବା ଶୁଣିବାକୁ ପାଇଛି। ଅନ୍ୟପଟେ ଧନୁଯାତ୍ରାରେ ତାଙ୍କୁ ସାମିଲ୍‌ କରାଯିବ କି ନାହିଁ, ତାହା ଧନୁଯାତ୍ରା ମହୋତ୍ସବ ସମିତି ହିଁ ନିଷ୍ପତ୍ତି ନେବ।
-ଶିବାନନ୍ଦ ମଟାରୀ, ସମାଜସେବୀ, ବରଗଡ଼
ଧନୁଯାତ୍ରାରୁ ବାଦ୍‌ ଦିଆଯାଉ
ହୃଷୀକେଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଯାହା ହେବା କଥା, ତାହା ତ ହେବ। ତଥାପି ସେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା। ହୃଷୀକେଶଙ୍କ ବିରୋଧରେ ଯେଭଳି ଅଭିଯୋଗ ଆସିଛି, ଧନୁଯାତ୍ରା ଇତିହାସରେ କୌଣସି କଂସ ଅଭିନେତାଙ୍କ ବିରୋଧରେ ତାହା ହୋଇ ନ ଥିଲା। ମହାପ୍ରୟାଣ ଗାଡ଼ିରେ ମୃତଦେହ ନେଇ ମୃତକଙ୍କ ପରିବାରଠାରୁ ଟଙ୍କା ଆଣି ସେ ଯେଉଁ ଘୃଣ୍ୟ କାମ କରିଛନ୍ତି ତାହା ଅକ୍ଷମଣୀୟ। ତାଙ୍କ ଭୁଲକୁ ନେଇ ବର୍ତ୍ତମାନ ଯେଉଁ ବିତର୍କ ଚାଲିଛି, ସେଥିପାଇଁ ସମଗ୍ର ବରଗଡ଼ବାସୀଙ୍କ ମୁଣ୍ଡ ନଇଁ ଯାଉଛି। ତେଣୁ ଏଭଳି ବିବାଦୀୟ ବ୍ୟକ୍ତିଙ୍କୁ ଧନୁଯାତ୍ରାରୁ ଅନ୍ତର କରାଗଲେ ଭଲ ହେବ।
-ସୁରେଶ ମହାପାତ୍ର, ଅମ୍ବାପାଲି, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?