Odisha Elections 2024

ଦୁର୍ଗନ୍ଧରେ ସହରବାସୀ, ନିରୁପାୟ ବିଏମ୍‌ସି

ଭୁବନେଶ୍ୱର,୩୦।୧୧(ବନ୍ଦନା ସେଠୀ): ରାସ୍ତା, ଘାଟ, ଗଳିକନ୍ଦି ସମେତ ପୂରା ସହର ବହୁଦିନ ହେବ ଦୁର୍ଗନ୍ଧରେ ଫାଟିପଡ଼ୁଛି। ଦୁର୍ଗନ୍ଧ ଏତେ ଉତ୍କଟ ହେଉଛି ଯେ ନାକରେ ହାତ ନ ଦେଲେ ରହି ହେଉନାହିଁ କି ଯାଇ ହେଉନାହିଁ। ବିଶେଷକରି ରାତି ବଢିବା ସହ ପୁରା ରାଜଧାନୀରେ ଦୁର୍ଗନ୍ଧ ଖେଳି ଯାଉଛି। ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡ (ଟିଟିଏସ୍‌)ରେ ଆବର୍ଜନାର ପାହାଡ଼ ଗଦା ହେବା ପରେ ଏବେ ସହରବାସୀ ଦୁର୍ଗନ୍ଧରେ ଅଣନିଶ୍ୱାସୀ ହେବାକୁ ବସିଲେଣି। ଭିଏସ୍‌ଏସ୍‌ ନଗର, ଗାଡ଼କଣ, ରଙ୍ଗମାଟିଆ, ଭୋଟପଡ଼ା, ରେଲୱେ କଲୋନି, ଆଦିମାତା କଲୋନି, ଗଜପତିନଗର, ଗଜପତିନଗର, ଲକ୍ଷ୍ମୀବିହାର, ପ୍ରଗତିବିହାର, ବାଣୀବିହାର, ରସୁଲଗଡ଼, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ରହି ହେଉନାହିଁ। ଦିନେ ଅସ୍ଥାୟୀ ଭାବେ ଆବର୍ଜନା ପଡିବା ପାଇଁ ଆରମ୍ଭ ହୋଇଥିବା ଏହି ସ୍ଥାନ ଏବେ ସ୍ଥାୟୀ ଭାବେ ସ୍ଥାୟୀ ଡମ୍ଫିୟାର୍ଡରେ ପରିଣତ ହୋଇଛି।

ଟିଟିଏସ୍‌ ଏବେ ଆବର୍ଜନାରେ ଉଛୁଳୁଥିଲେ ମଧ୍ୟ ବିଏମ୍‌ସି ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ଅରପପକ୍ଷେ ସହରରୁ ଦୈନିକ ୬ଶହ ଟନ୍‌ ଆବର୍ଜନା ବାହାରୁ ଥିବାବେଳେ ଏହାର ସିଂହଭାଗ ଅର୍ଥାତ୍‌ ୪ଶହ ଟନ୍‌ ଆବର୍ଜନା ଟିଟିଏସ୍‌କୁ ଆସୁଛି। ମାତ୍ର ୨ଶହ ଟନ୍‌ ଆବର୍ଜନା ବିଭିନ୍ନ ଓ୍ବାର୍ଡରେ ନିର୍ମିତ ହୋଇଥିବା ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ପଠା ଯାଉଛି। ପୂର୍ବରୁ ସହରରୁ ବାହାରୁଥିବା ଅଳିଆ ଏଠାକୁ ଆସିବା ପରେ ଏହାର ବୃହତ୍‌ ଅଂଶ ଦାରୁଠେଙ୍ଗ ସ୍ଥିତ ଡମ୍ଫିଂୟାର୍ଡକୁ ଯାଉଥିଲା। ମାତ୍ର ମେ ୧୫ରୁ ଦାରୁଠେଙ୍ଗରେ ଆବର୍ଜନା ପକାଇବା ବନ୍ଦ ହେବା ପରଠାରୁ ଧିରେଧିରେ ସ୍ଥିତି ବିଗିଡି ଏବେ ଅସମ୍ଭାଳ ହେବାକୁ ବସିଲାଣି। କାରଣ ସହରର ସମସ୍ତ ଓ୍ବାର୍ଡରେ ଏବେବି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ସ୍ଥାପନ ହୋଇପାରି ନାହିଁ। ସେହିପରି ୬୭ଟି ଓ୍ବାର୍ଡ ପାଇଁ ଏବେ ମାତ୍ର ୩୭ଟି ଏମ୍‌ସିସି ଥିବାବେଳେ ତାହା ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ଅନ୍ୟ ଉପାୟ ନ ପାଇ ଆବର୍ଜନାର ସିଂହଭାଗ ଏହିଠାରେ ଗଦା କରାଯାଉଛି। ତେବେ ଏଠାରୁ ବାହାରୁଥିବା ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇ ପଡିଲେଣି। ସ୍ଥିତି ଏପରି ଯେ କବାଟ, ଝରକା ବନ୍ଦ କରି ମଧ୍ୟ ଘରେ ରହିହେଉ ନାହିଁ। ଅସ୍ବାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ ଓ ଅସହ୍ୟ ଦୁର୍ଗନ୍ଧ ପାଇଁ ଅଞ୍ଚଳବାସୀ ଘରର କବାଟ ବନ୍ଦ କରି ରହିବା ସହ ମୁହଁରେ ମାସ୍କ ପିନ୍ଧୁଛନ୍ତି। ଏପରିକି ଚର୍ମରୋଗ, ଶ୍ୱାସରୋଗ ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି। ଗତ କିଛିଦିନ ହେବ ଟିଟିଏସ୍‌ ଠାରେ ଟେରେକ୍ସ ମେସିନ୍‌ ଲଗାଇ ବର୍ଜ୍ୟ ପ୍ରକ୍ରିୟାକରଣ କରୁଛି। ତେବେ ପକ୍ରିୟାକରଣ ସମୟରେ ଗଦା ହୋଇ ରହିଥିବା ଆବର୍ଜାନାକୁ ଓଲଟପାଲଟ କରାଯାଉଥିବାବେଳେ ତୀବ୍ର ଗନ୍ଧରେ ଅଣନିଶ୍ୱାସୀ ଲାଗୁଛି। ଏବେ ଦିନକୁ ଦୁଇଥର ପ୍ରକ୍ରିୟାକରଣ କରାଯାଉଥିବାବେଳେ ୧ ତାରିଖ ଠାରୁ ଏହା ୩ଟି ସିଫ୍ଟରେ ହେବ। ତେଣୁ ସେ ସମୟରେ ସ୍ଥାନୀୟ ଅଞ୍ଚଳରେ ରହିବା ମୁସ୍କିଲ ହୋଇ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅପରପକ୍ଷେ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଡମ୍ଫିଂୟାର୍ଡକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବା ଦାବିରେ ମଙ୍ଗଳବାର ଠାରୁ ଭାଜପା ପକ୍ଷରୁ ସତ୍ୟାଗ୍ରହର ଡାକରା ଦିଆଯାଇଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିବ ବୋଲି ଭାଜପା ଜିଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଆଞ୍ଚଳିକ ସମନ୍ବୟ ସମିତିର କିଶୋର ଜେନା ଘଟଣା ନେଇ ବୁଧବାର କମିଶନରଙ୍କ ଆଲୋଚନା କରିଛନ୍ତି। ପ୍ରୋସେସିଂ ସମୟରେ ଦୁର୍ଗନ୍ଧ ହେଉଥିବାରୁ ଏହାକୁ ଦୂର କରିବା ଉପାୟ ଅବଲମ୍ବନ କରିବାକୁ ଦାବି କରିଥିଲେ।

ମାତ୍ର ଏତେସବୁ ପରେ ବି ବିଏମ୍‌ସି ନିରୁପାୟ ହୋଇପଡିଥିବା ଆଭିମୁଖ୍ୟ ଦେଖାଉଛି। ନିଜ ଦାୟିତ୍ୱ ଠିକ୍‌ ଭାବେ ତୁଲାଉଛି ବୋଲି ବାହାସ୍ପୋଟ ମାରିବା ସହ ସାଧାରଣ ଲୋକଙ୍କ ସହଯୋଗ ଲୋଡିଛି। ଟିଟିଏସ୍‌ରେ ପୂର୍ବରୁ ଗୋଟିଏ ଟେରେକ୍ସ ଓ୍ବାରିଅର ମେଶିନ୍‌ ଲାଗିଥିବାବେଳେ ବୁଧବାର ଆଉ ଏକ ମେସିନ୍‌ କାର୍ଯ୍ୟକ୍ଷମ ହୋଇଛି। ଏନେଇ ବିଏମ୍‌ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ପୂର୍ବରୁ ପ୍ରତିଦିନ ଆବର୍ଜନା ଦାରୁଠେଙ୍ଗ ଯାଉଥିଲା। ମାତ୍ର ଗତ ୬ମାସ ହେବ ତାହା ବନ୍ଦ ରହିଛି। ଟିଟିଏସ୍‌ ଆବର୍ଜନା ବର୍ଷା ପରଠାରୁ ପଚି ସଢି ରହିଛି। ଏବେ ବର୍ଜ୍ୟ ପ୍ରକ୍ରିୟାକରଣ କରିବା ସମୟରେ ସେହି ପୁରୁଣା ଆବର୍ଜନା ଦୁର୍ଗନ୍ଧ ସୃଷ୍ଟି କରୁଛି। ତେବେ ପ୍ରୋସେସିଂ ସରିବା ପରେ ଆଉ କୌଣସି ଅସୁବିଧା ହେବନାହିଁ। ଏଥିପାଇଁ ୩ ରୁ ୪ମାସ ସମୟ ଲାଗିବ। ସେହିପରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ୧୫ ଦିନ ମଧ୍ୟରେ ୧୮ ହଜାର ମେଟ୍ରିକ ଟନ୍‌ ବର୍ଜ୍ୟ ପୃଥକୀରଣ ହୋଇଛି। ଆବର୍ଜନା ଗଦାର ପ୍ରାୟ ୨ ମିଟର ଉଚ୍ଚତା ହ୍ରାସ କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ଆଖିଦୃଶିଆ କାମ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ୨୦୨୪ ସୁଦ୍ଧା ଜିରୋ ଡମ୍ପିଂ ଏବଂ ଶତପ୍ରତିଶତ ରିୟଲ ଟାଇମ୍‌ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ବିଏମ୍‌ସି ଉଦ୍ୟମ ଜାରି ରଖିଛି ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ...

ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ...

ଓଡିଶା ଆସୁଛନ୍ତି ରାମ, ଏହିଠି କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୧।୫: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ ଗସ୍ତ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସୋମବାର ସରିଥିବାବେଳେ କେନ୍ଦ୍ର ନେତାଙ୍କ ଘନଘନ ଓଡ଼ିଶା...

ମନ୍ମଥଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ବାର୍ତ୍ତାରେ କହିଲେ…

ଭୁବନେଶ୍ୱର,୨୧।୫: ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ମଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri