Posted inଜାତୀୟ

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି ବିବାହ କରିବାକୁ ଯାଉଛନ୍ତି। କଶ୍ମୀରର ଡାକ୍ତର ମେହେରିନ କାଜିଙ୍କୁ ସେ ବିବାହ କରିବେ। ଉଭୟଙ୍କ ନିର୍ବନ୍ଧ ସରିଥିବା ନେଇ ସେମାନେ ସୋସିଆଲ ମିଡିଆ ଜରିଆରେ ଖୁସିଖବର ସମସ୍ତଙ୍କୁ ଜଣାଇଛନ୍ତି।

୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ଟିନା ଟପ୍ପର ହୋଇଥିବା ବେଳେ ଅତହର ଦ୍ୱିତୀୟ ର଼୍ୟାଙ୍କ ପାଇଥିଲେ। ଟ୍ରେନିଂ ବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହି ସମ୍ପର୍କ ବେଶ ଚର୍ଚ୍ଚାରେ ରହିବା ପରେ ୨୦୧୮ରେ ଦୁହେଁ ବିବାହ କରିଥିଲେ। ହେଲେ ଉଭୟଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରି ନ ଥିଲା। ୨୦୨୦ରେ ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୨୧ ଅଗଷ୍ଟରେ ଏହାକୁ ମଞ୍ଜୁରୀ ମିଳିଥିଲା। ନିକଟରେ ଅତହରଙ୍କ ପ୍ରଥମ ସ୍ତ୍ରୀ ଟିନା ରାଜସ୍ଥାନର ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ପ୍ରଦୀପ ଗାୱାଣ୍ଡେଙ୍କ ସହ ବିବାହ କରିଥିଲେ। ଏବେ ଅତହର ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି। ଅତହର ମେହେରିନଙ୍କ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ଅକ୍ଟୋବର ମାସରେ ଦୁହେଁ ବିବାହ କରିବେ କୁହାଯାଉଛି। ହେଲେ ଆଧିକାରିକ ଭାବେ ସେ ନେଇ କିଛି ଜଣାପଡ଼ିନାହିଁ।

ପ୍ରକାଶ ଯେ, ଅତହର ବର୍ତ୍ତମାନ ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେଶନର କମିଶନର ତଥା ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଅଛନ୍ତି। ୨୯ ବର୍ଷୀୟ ଅତହର ମୂଳରୂପେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲାର ବାସିନ୍ଦା। ସେ ଆଇଆଇଟି ମାଣ୍ଡିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ। ଏହା ପରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କରି କୃତକାର୍ଯ୍ୟ ହୋଇଥିଲେ। ସେହିଭଳି ମେହେରିନ ଶ୍ରୀନଗରର ଲାଲ ବଜାରର ବାସିନ୍ଦା। ସେ ଏବେ ଦିଲ୍ଲୀର ରାଜୀବ ଗାନ୍ଧୀ କ୍ୟାନ୍‌ସର ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ଡାକ୍ତର ହେବା ସହ ଫ୍ୟାଶନଜଗତ ସହ ଜଡ଼ିତ। ମହିଳାମାନଙ୍କ ସହ ଜଡ଼ତ ବ୍ରାଣ୍ଡକୁ ସେ ପ୍ରମୋଟ୍‌ କରିଥାନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। କଥିତ ଭାବେ ସେ ଦୀର୍ଘଦିନରୁ ଅତହରଙ୍କୁ ଡେଟ୍‌ କରି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?