ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ ସଜାଇବା ପରେ ମୁସଲମାନ ପରିବାରର ସଦସ୍ୟମାନେ ତାଙ୍କୁ କାନ୍ଧେଇ ନେଇ ଶେଷ ରୀତିନୀତି ସମ୍ପନ୍ନ କରିଛନ୍ତି।

ସାବନପୁରାକୁ ରାମଦେବ ୨୫ ବର୍ଷ ପୂର୍ବେ ଅରମାନ ନାମକ ଜଣେ ମୁସଲମାନଙ୍କ ଦୋକାନରେ ଆସି ପହଞ୍ଚିଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଦୟା ଦେଖାଇ ରାମଦେବଙ୍କୁ ଅରମାନ ନିଜ ଦୋକାନରେ କାମରେ ରଖିଥିଲେ। ରାମଦେବ ପାଠପଢ଼ିଥିଲେ। ସେ ଦୋକାନର ହିସାବ ରଖିବା କାମ କରୁଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାମଦେବ ଅରମାନ୍‌ଙ୍କ ପରିବାର ସଦସ୍ୟ ଭଳି ରହିଆସୁଥିଲେ।

ଗତ ଶୁକ୍ରବାର ୭୫ ବର୍ଷୀୟ ରାମଦେବଙ୍କ ଦେହାନ୍ତ ଘଟିଥିଲା। ଅରମାନଙ୍କ ପରିବାର ଏବଂ ଆଖପାଖର ମୁସଲମାନ ସମ୍ପ୍ରଦାୟର ଲୋକମାନେ ସହଯୋଗ କରି ରାମଦେବଙ୍କ ଅନ୍ତିମ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ କୋକେଇ ପ୍ରସ୍ତୁତ କରି କାନ୍ଧରେ ରାମଦେବ ମୃତଦେହକୁ ଶ୍ମଶାନକୁ ନେଇଥିଲେ। ଏହା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା। ରାମଦେବଙ୍କ ମୃତ୍ୟୁରେ ଅରମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରାମଦେବଙ୍କ ପରିବାରରେ କେହି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଇଞ୍ଜେକଶନ୍‌, ମିଛ ଆର୍‌ଟି-ପିସିଆର୍‌ ରିପୋର୍ଟ ଯୋଗୁ ବଢୁଛି ସଙ୍କଟ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବଜାରରେ କରୋନାର ନକଲି ଇଞ୍ଜେକଶନ କାରବାର କରୁଥିବା ଲାଭଖୋର୍‌ ବେପାରୀଙ୍କ ସହିତ ନକଲି ଆର୍‌ଟି-ପିସିଆର୍‌...

୨୬/୧୧ ଭଳି ହେବ ବିସ୍ଫୋରଣ: ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ

ମୁମ୍ବାଇ, ୩୦।୬: ମୁମ୍ବାଇର ତାଜ୍‌ ହୋଟେଲକୁ ପାକିସ୍ତାନରୁ ଫୋନ୍‌ରେ ଧମକ ମିଳିଛି। ୨୬/୧୧ ଭଳି ପୁଣି ହୋଟେଲରେ ବିସ୍ଫୋରଣ ହେବ ବୋଲି ଫୋନ୍‌ରେ କେହି ଜଣେ...

ଅଜବ ଟୋପି ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀଛାତ୍ର, ଏହା ପଛର କାରଣ ଜାଣିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯାଞ୍ଚ୍‌ କରୁଥିବା ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କୁ ଧମକ…

ନୂଆଦିଲ୍ଲୀ, ୧୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ଅନୁସନ୍ଧାନ କମିଟିର...

ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି...

ଗେହଲଟ୍‌ଙ୍କ ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌: ୫୦ ହଜାର ଟଙ୍କାର ସୁଧମୁକ୍ତ ଋଣ

ଜୟପୁର,୨୪।୨: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାର ବୁଧବାର ବଜେଟ ଉପସ୍ଥାପନା କରିଛନ୍ତି। ରାଜ୍ୟରେ କୋବିଡ୍‌ ମୁକାବିଲା ପାଇଁ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ୍‌ ଆବଣ୍ଟିତ କରାଯାଇଛି।...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ...

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌...

Advertisement
Archives

Model This Week