ମାଓବାଦୀଙ୍କ କବଳରୁ ମୁକ୍ତ ହୋଇ ବିଜୟ ଉତ୍ସବ ପାଳିଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୨୫ା୧(ଡି.ଏନ୍‌.ଏ.): ଆସନ୍ତାକାଲି ପାଳନ ହେବ ୭୪ତମ ସାଧାରଣତନ୍ତ୍ର ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପାଳିତ ହୋଇଛି ବିଜୟ ଉତ୍ସବ। ୨୦୨୦ରେ ସ୍ବାଭିମାନ ଅଞ୍ଚଳ ଜନ୍ତୁରାଇରେ ମାଓବାଦୀ ଏବଂ ଜନତାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡ ଯୁଦ୍ଧ। ସ୍ବାଭିମାନ ଅଞ୍ଚଳର ୩ଟି ଗ୍ରାମ ଯଥା ଜନ୍ତୁରାଇ, ଯୋଡ଼ାମ୍ବ ଏବଂ ସିନ୍ଧିବାଡ଼ି ଗ୍ରାମ ଏକତ୍ର ହୋଇ ମାଓବାଦୀଙ୍କ ଅତ୍ୟାଚାରରେ ଅସହ୍ୟ ହୋଇ ଟେକିଥିଲେ ମୁଣ୍ଡ ଏବଂ ସେମାନେ ଅସତ୍ୟକୁ ବଳି ଦେଇ ସତ୍ୟପଥରେ ସରକାର ତଥା ପ୍ରଶାସନକୁ ସହଯୋଗ କରି ସ୍ବାଭିମାନ ଆଞ୍ଚଳିକ ୨୦୨୦ ଜାନୁୟାରୀ ୨୫ ଦିନ ମାଓବାଦୀ କବଳରୁ ମୁକ୍ତ ହୋଇ ସ୍ବାଧୀନତା ପାଇଥିବା ସ୍ବାଭିମାନ ଅଞ୍ଚଳବାସୀ ପ୍ରକାଶ କରିବା ସହ ତ୍ରିରଙ୍ଗା ପତାକା ଉଠାଇ ବିଜୟ ଉତ୍ସବ ମନାଇଛନ୍ତି l ଉକ୍ତ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଆର୍‌ଲେକ୍‌ସିଅସ କିସ୍‌ପୋଟା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦାରାଲା ବେଢ଼ା ବିଏସ୍‌ଏଫ୍‌ କ୍ୟାମ୍ପର ଏସି ଆଶିଷ କୁମାର, ପୋଲିସ ଇନ୍ସପେକ୍ଟର ଲକ୍ଷ୍ମୀନାରାୟଣ ମୁଦୁଲି, ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଓଆଇସି ଯୋଡ଼ାମ୍ବ ଓ ପାପରମେଟେଲା ଉପସ୍ଥିତ ଥିବାବେଳେ ସ୍ବାଭିମାନ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ବିଜୟ ଉତ୍ସବ ମନାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ଜଣେ ମୃତ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ଗଙ୍ଗାଲୁର ଥାନା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କୁ ଲକ୍ଷ୍ୟକରି ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବ ଆଇଇଡି ବୋମା ବିସ୍ଫୋରଣରେ ଜଣେ...

ଆତ୍ମସମର୍ପଣ କଲେ ୯ ମାଓବାଦୀ

ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍‌ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ

ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ...

ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri