କରୋନା ସଂକ୍ରମଣରେ ୩୨ ବର୍ଷ ପୁଅର ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ମା’

ହାଇଦ୍ରାବାଦ,୧୪।୮: କରୋନା ଭାଇରସ ସଂକ୍ରମଣ ଏବେ ଅନେକ ଘରର ଆଲୋକକୁ ଅନ୍ଧାରରେ ପରିବର୍ତ୍ତନ କରିଛି କହିଲେ ଚଳେ। ଶୁକ୍ରବାର ତେଲେଙ୍ଗାନାର ନାରାୟଣଖେଡ ଅଞ୍ଚଳରେ ରହୁଥିବା ଏକ ପରିବାରରେ ୩୨ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଡାକ୍ତର ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ। ଏହାପରେ ପରିବାରର ଅନ୍ୟ ୫ଜଣ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ବୁଧବାର ରାତିରେ ଉକ୍ତ ୩୨ ବର୍ଷୀୟ ବ୍ୟକ୍ତିଙ୍କର ଶୋଫା ଉପରେ ବସିଥିବା ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାକୁ ଦେଖି ପରିବାର ଲୋକେ ଡରିଯାଇ ଶୋଫାସହ ମୃତବ୍ୟକ୍ତିଙ୍କୁ ଘରବାହାରେ ରଖିଦେଇଥିଲେ। ଘଣ୍ଟାଘଣ୍ଟାଧରି ଶୋଫା ଉପରେ ମୃତ ଶରୀର ବର୍ଷାରେ ଭିଜିଥିଲେ ମଧ୍ୟ ଏକଥା ତାଙ୍କ ମା’ଙ୍କୁ କେହି କହି ନ ଥିଲେ। ଏହାପରେ ଯେତେବେଳେ ଏହି ଖବର ତାଙ୍କ ମାଆଙ୍କ ପାଖରେ ପହଞ୍ଚିଥିଲା ସେ ହଠାତ୍‌ ବେହୋସ ହୋଇଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା। ଉଭୟଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବାରୁ ପଡୋଶୀ ମଧ୍ୟ ସେମାନଙ୍କ ମୃତଦେହକୁ ଛୁଇଁ ନ ଥିଲେ। ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ୨ ମୃତଦେହର ସଂସ୍କାର କରାଯାଇଥିଲା। ଏବେ ଅଭିଯୋଗ ହେଉଛି କି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତର ଯଦି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥାଆନ୍ତେ ତେବେ ଆଜି ଏହି ବିପଦକୁ ଏଡାଇ ଦିଆଯାଇ ପାରିଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

୪ ଆତଙ୍କବାଦୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୧ା୧୨(ପି.ଟି.): ରାଜସ୍ଥାନର ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର କୋର୍ଟ ପକ୍ଷରୁ ୪ ଦୋଷୀସାବ୍ୟସ୍ତ ଆତଙ୍କବାଦୀଙ୍କୁ ଶୁକ୍ରବାର...

ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଚନ୍ନୀ: ଖେଳି ପାରନ୍ତି ଲମ୍ବା ଇନିଂସ୍‌

ଚଣ୍ଡିଗଡ଼,୨୫ ।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ । ସେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ବେଳେ...

ଉପବାସ ଭାଙ୍ଗିଲେ ହରିବଂଶ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍‌ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ...

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ

ମୁମ୍ବାଇ,୧୫।୧୨: ରାହୁଲ ଗାନ୍ଧୀ, ବୀର ସଭରକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଲାଣି। ଗୋଟିଏ ଦିନ ପୂର୍ବରୁ ଶିବସେନା କହିଥିଲା ସଭରକରଙ୍କୁ...

ହାତୀକୁ ଖୁଆଇଦେଲେ ବାଣଭର୍ତ୍ତି ସପୁରି

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌, ୪।୬: ନିରୀହ ପ୍ରାଣୀଙ୍କ ପ୍ରତି ମନୁଷ୍ୟର ବର୍ବରତା ସୀମା ଟପିବାରେ ଲାଗିଛି। ହେଲେ ନିକଟର କେରଳ ରାଜ୍ୟର ମଲ୍ଲାପୁରମ୍‌ରୁ ଆସିଥିବା ପ୍ରାଣୀ ନିଷ୍ଠୁରତାର ହୃଦୟ...

ବୃହତ୍‌ ଶିଳ୍ପରେ ପରିଣତ ହେଲାଣି ହସ୍ପିଟାଲ

ନୂଆଦିଲ୍ଲୀ, ୨୦।୭(ଆଇଏଏନ୍‌ଏସ୍‌): ହସ୍ପିଟାଲଗୁଡ଼ିକ ବୃହତ ଶିଳ୍ପରେ ପରିଣତ ହୋଇଛନ୍ତି। ଜନସାଧାରଣଙ୍କ ବିପତ୍ତିରୁ ଫାଇଦା ଉଠାଇ ସେମାନେ ବଡ଼ ହୋଇଛନ୍ତି। ଜୀବନ ବଦଳରେ ସେଗୁଡ଼ିକୁ ସମୃଦ୍ଧ ହେବାକୁ...

ସ୍ବଚ୍ଛତା ଅଭିଯାନ: ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ ମହାଦେବ ଯାଦବ

ପୁଣେ,୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି। ପୁଣେ ମ୍ୟୁନିସିପାଲିଟିରେ କାମ କରୁଥିବା ମହାଦେବ ଯାଦବ ରାସ୍ତା ଘାଟ ସଫା...

Advertisement


Archives

Model This Week