ହଟ୍‌ ସିନ୍‌ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ

ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍‌ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୪ ରେ ଯୋଗ ଦେଇଛନ୍ତି। ‘Splendid Miss Samantha’ ଶୀର୍ଷକ ସେସନରେ ଯୋଗ ଦେଇ ସାମନ୍ଥା କହିଛନ୍ତି, ସେ କିପରି ହଟ୍‌ ସିନ ଦେବାକୁ୍‌ ଅସହଜ ଅନୁଭବ କରନ୍ତି।

ସେ ‘ଫ୍ୟାମିଲି ମ୍ୟାନ’ ଓ ‘ପୁଷ୍ପା’ ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଇଣ୍ଡିଆ ଟୁଡେର ଏହି ଇଭେଣ୍ଟରେ ଯୋଗଦେଇ ସାମନ୍ଥା କହିଛନ୍ତି, ଏହି ଫିଲ୍ମରେ ଅଭିନିୟ କରିବା ପାଇଁ ତାଙ୍କୁ ଷ୍ଟେରୋୟଟାଇପ ହେବାକୁ ପଡିଥିଲା। ‘ଓ ଅଣ୍ଟାଭା’ ରେ ପ୍ରଦର୍ଶନ କରିବା ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ସେ କହିଛନ୍ତି, ସବୁଠାରୁ ଭଲ ଜିନିଷ ହେଉଛି ଆପଣଙ୍କ ଚାରିପାଖରେ ବେଶୀ ଲୋକ ନ ରହିବା। ସେମାନେ ଆପଣଙ୍କର କୌଣସି କାମରେ ନିଜର ଓପିନିଅନ ଲଦି ଦେବେ ନାହିଁ। ପ୍ରତିଟି କାମରେ ଭୂଲ କରି ସେଥିରୁ କିଛି ଶିଖିବାକୁ ମୁଁ ଚାହେଁ। ଭୂଲରୁ ହିଁ ବହୁତ କିଛି ଜିନିଷ ଶିଖିଥାଏ। କିନ୍ତୁ ‘ଓ ଅଣ୍ଟାଭା’ରେ ଡ୍ୟାନ୍ସ କରିବାକୁ ଅଫର ସେହି ସମୟରେ ଆସିଥିଲା ଯେଉଁ ସମୟରେ ମୁଁ ହଟ୍‌ ସିନ୍‌ କରିବାକୁ ଅସହଜ ମଣୁଥିଲି। ସେହି ସମୟରେ ଏପରି ସ୍ଥିତିରେ ଥିଲି, ଯେଉଁଠି ମୋତେ କିଛି ବି ଠିକ୍‌ ଲାଗୁ ନ ଥିଲା। ମୋ ପାଖରେ ଆତ୍ମବିଶ୍ୱାସ ନ ଥିଲା କି ନିଜକୁ ଅସୁନ୍ଦର ଭାବୁଥିଲି। ମୁଁ କୌଣସି କାମ ଠିକ୍‌ ସେ କରିପାରୁଥିଲି।

‘ଓ ଅଣ୍ଟାଭା’ କରିବା ସମୟରେ ମୁଁ ଭୟରେ ଥରୁଥିଲି। ଏପରି ବୋଲ୍ଡ ଦେଖାଯିବାକୁ ମୁଁ ଡରୁଥିଲି। ହେଲେ ପଛରେ ଜାଣିଲି ଯେ, ଏହି ଭୟ ହିଁ ମୋ ସାହସକୁ ବଢେଇବାରେ ସାହାର୍ଯ୍ୟ କରିଛି ବୋଲି ସାମନ୍ଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri