Posted inଖେଳ

ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ଆଫଗାନିସ୍ତାନ

ଆଣ୍ଟିଗୁଆ,୨୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗୁରୁବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ କ୍ୱାର୍ଟର ଫାଇନାଲରେ ୧୩୪ ରନ୍‌ର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରି ଦେଖାଇଛନ୍ତି ଆଫଗାନିସ୍ତାନ ବୋଲରମାନେ। ଏହି ଦଳ ଆସନ୍ତା ୧ ତାରିଖରେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଏକଦା ୨୪ ରନ୍‌ରେ କୌଣସି ଉଇକେଟ ହରାଇ ନ ଥିବା ଆଫଗାନିସ୍ତାନ ୨ ରନ୍‌ ମଧ୍ୟରେ ୪ ଉଇକେଟ ହରାଇ ଥିଲା। ଏଭଳି ସଙ୍କଟ ଜନକ ପରିସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲେ ଆଲା ନୁର ଓ ଅବଦୁଲ ହାଦି। ସେମାନେ ମାତ୍ର ୪୭ ରନ୍‌ ଯୋଡ଼ି ପାରି ଥିଲେ। ପରେ ନିମ୍ନକ୍ରମର ବ୍ୟାଟରଙ୍କ ଯୋଗୁ ଦଳୀୟ ସ୍କୋର ୧୦୦ ଡେଇଁ ଥିଲା। ୧୩୨ ରନ୍‌ରେ ୭ ଉଇକେଟ ହରାଇଥିବା ଆଫଗାନିସ୍ତାନ ଅଲଆଉଟ୍‌ ହୋଇଯାଇଥିଲା ୧୩୪ରେ। ଶ୍ରୀଲଙ୍କା ପାଇଁ ବିନୁଜା ରାନପଲ ୯.୧ ଓଭରରେ ୧୦ ରନ୍‌ ଦେଇ ୫ ଉଇକେଟ ନେଇଥିଲେ।

କିନ୍ତୁ ୧୩୫ ରନ୍‌ର ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଶ୍ରୀଲଙ୍କାକୁ କଦାପି ମ୍ୟାଚ୍‌ରେ ରଖେଇ ଦେଇ ନ ଥିଲେ ଆଫଗାନିସ୍ତାନ ବୋଲର। ଶ୍ରୀଲଙ୍କା ୨ ରନ୍‌ ମଧ୍ୟରେ ପ୍ରଥମ, ୨୦ ରନ୍‌ରେ ୩ୟ, ୩୦ରେ ୫ମ ଉଇକେଟ ହରାଇଥିଲା। ୧୮ ଓଭର ସୁଦ୍ଧା ଦଳ ୪୩ ରନ୍‌ରେ ୭ ଉଇକେଟ ହରାଇ ବିଜୟ ଆଶା ହରାଇ ସାରିଥିଲା। ଶ୍ରୀଲଙ୍କାର ୬ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଭଳି ସ୍ଥିତିରେ କ୍ୟାପଟେନ ଦୁନିଥ ଓ୍ବେଲାଲାଗେ(୩୪) ୯ମ କ୍ରମରେ ବ୍ୟାଟିଂ ଆସିଥିବା ରବୀନ ଡେ ସିଲଭା(୨୧)ଙ୍କ ସହ ମିଶି ୨୩ ଓଭର ଖେଳି ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ଉଇକେଟ ପଡ଼ିବାର ୫ ଓଭର ମଧ୍ୟରେ ଶ୍ରୀଲଙ୍କା ୧୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ ଚାମ୍ପିୟନ୍‌ଶିପରେ ୬ ପଏଣ୍ଟ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୮।୧- ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟକୁ ଇଂଲଣ୍ଡ ୧୯୧ ରନ୍‌ରେ ଜିତି ସିରିଜ୍‌କୁ ୩-୧ ବ୍ୟବଧାନରେ ହାତେଇ ନେଇଛି। ଅନ୍ତିମ ଟେଷ୍ଟରେ...

ଭାରତ ଏ’ ଦଳରେ ଋତୁରାଜ, ଅନମୋଲପ୍ରୀତ, ଇଶାନ

ନୂଆଦିଲ୍ଲୀ,୪।୭(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଏ’ ଦଳ ଘୋଷଣା କରିଛି। ଏହି ଦଳରେ କେତୋଟି ପରିବର୍ତ୍ତନ କରାଯାଇଛି। ଆଗାମୀ ଓ୍ବେଷ୍ଟଇଣ୍ଡିଜ ଏ’...

କ୍ରିକେଟ ଖେଳ ଭଳି ପାରିବାରିକ ଜୀବନ ବି ରହିଛି ଅନିଶ୍ଚିତ…

ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସୋମବାର ୫୮ ବର୍ଷ ପୂରଣ ହୋଇଛି। ୧୯୬୩ ଫେବୃୟାରୀ ୮ରେ ସେ ହାଇଦ୍ରାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ।...

ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ

ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ...

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ...

ଓ୍ବର୍ନଙ୍କୁ ଶେଷ ବିଦାୟ

ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍‌ଡା ଫୁଟବଲ୍‌ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ...

ଭାରତକୁ ଚାପରେ ଦେଖିବା ଖୁସି ଦେଉଛି; ଏଣୁ ପୂର୍ବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ: ଲାଙ୍ଗର

ମେଲବର୍ନ,୨୪।୧୨: ଭାରତ ବିପକ୍ଷରେ ଶନିବାର ଖେଲାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଗୁରୁବାର ଅଷ୍ଟ୍ରେଲିଆର ପ୍ରମୁଖ କୋଚ୍‌ ଜଷ୍ଟିନ ଲାଙ୍ଗର...

କୋଲକାତା ସାମ୍ନାରେ ୧୯୬ ରନ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୨୩।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୩ତମ ସିଜନର ୫ମ ମୁକାବିଲାରେ ବୁଧବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ...

Advertisement
Archives

Model This Week