Posted inଖେଳ

ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ଆଫଗାନିସ୍ତାନ

ଆଣ୍ଟିଗୁଆ,୨୮।୧: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗୁରୁବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ କ୍ୱାର୍ଟର ଫାଇନାଲରେ ୧୩୪ ରନ୍‌ର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରି ଦେଖାଇଛନ୍ତି ଆଫଗାନିସ୍ତାନ ବୋଲରମାନେ। ଏହି ଦଳ ଆସନ୍ତା ୧ ତାରିଖରେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରି ଏକଦା ୨୪ ରନ୍‌ରେ କୌଣସି ଉଇକେଟ ହରାଇ ନ ଥିବା ଆଫଗାନିସ୍ତାନ ୨ ରନ୍‌ ମଧ୍ୟରେ ୪ ଉଇକେଟ ହରାଇ ଥିଲା। ଏଭଳି ସଙ୍କଟ ଜନକ ପରିସ୍ଥିତିରୁ ଦଳକୁ ଉଦ୍ଧାର କରିଥିଲେ ଆଲା ନୁର ଓ ଅବଦୁଲ ହାଦି। ସେମାନେ ମାତ୍ର ୪୭ ରନ୍‌ ଯୋଡ଼ି ପାରି ଥିଲେ। ପରେ ନିମ୍ନକ୍ରମର ବ୍ୟାଟରଙ୍କ ଯୋଗୁ ଦଳୀୟ ସ୍କୋର ୧୦୦ ଡେଇଁ ଥିଲା। ୧୩୨ ରନ୍‌ରେ ୭ ଉଇକେଟ ହରାଇଥିବା ଆଫଗାନିସ୍ତାନ ଅଲଆଉଟ୍‌ ହୋଇଯାଇଥିଲା ୧୩୪ରେ। ଶ୍ରୀଲଙ୍କା ପାଇଁ ବିନୁଜା ରାନପଲ ୯.୧ ଓଭରରେ ୧୦ ରନ୍‌ ଦେଇ ୫ ଉଇକେଟ ନେଇଥିଲେ।

କିନ୍ତୁ ୧୩୫ ରନ୍‌ର ଛୋଟିଆ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଶ୍ରୀଲଙ୍କାକୁ କଦାପି ମ୍ୟାଚ୍‌ରେ ରଖେଇ ଦେଇ ନ ଥିଲେ ଆଫଗାନିସ୍ତାନ ବୋଲର। ଶ୍ରୀଲଙ୍କା ୨ ରନ୍‌ ମଧ୍ୟରେ ପ୍ରଥମ, ୨୦ ରନ୍‌ରେ ୩ୟ, ୩୦ରେ ୫ମ ଉଇକେଟ ହରାଇଥିଲା। ୧୮ ଓଭର ସୁଦ୍ଧା ଦଳ ୪୩ ରନ୍‌ରେ ୭ ଉଇକେଟ ହରାଇ ବିଜୟ ଆଶା ହରାଇ ସାରିଥିଲା। ଶ୍ରୀଲଙ୍କାର ୬ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଏଭଳି ସ୍ଥିତିରେ କ୍ୟାପଟେନ ଦୁନିଥ ଓ୍ବେଲାଲାଗେ(୩୪) ୯ମ କ୍ରମରେ ବ୍ୟାଟିଂ ଆସିଥିବା ରବୀନ ଡେ ସିଲଭା(୨୧)ଙ୍କ ସହ ମିଶି ୨୩ ଓଭର ଖେଳି ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ଉଇକେଟ ପଡ଼ିବାର ୫ ଓଭର ମଧ୍ୟରେ ଶ୍ରୀଲଙ୍କା ୧୩୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?