ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି ଅଦିନିଆ ବର୍ଷା

ପଦ୍ମପୁର/ବନ୍ତ, ୧୫ା୧(ଡି.ଏନ.ଏ.) ଚଳିତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଚାଷ ଆରମ୍ଭରେ ଅନିୟମିତତା ବର୍ଷା, ସାରର ଅଭାବୀ ବିକ୍ରି ପରେ ଲଘୁଚାପ ଜନିତ ବର୍ଷା ଏବଂ ଏବେ ଅମଳ ସମୟରେ କଟାଯାଇଥିବା ପାଚିଲା ଧାନ ବିଲରେ ଭିଜୁଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଭଦ୍ରକ ଜିଲା ବାସୁଦେବପୁର, ଭଦ୍ରକ ଓ ବନ୍ତ ବ୍ଲକର ବହୁ ପଞ୍ଚାୟତରେ ପାଚିଲା ଧାନ ଅଦିନିଆ ବର୍ଷାରେ ଭିଜୁଛି। ସେହିପରି ଅମଳ ଧାନ ସବୁ ଖଳାରେ ଭିଜୁଥିବା ଦେଖାଯାଇଛି। ବାସୁଦେବପୁର ବ୍ଲକର ପଦ୍ମପୁର, ଜଗନ୍ନାଥପ୍ରସାଦ, ଏଡ଼ତାଳ, ଲୁଙ୍ଗା, ଲକ୍ଷ୍ମୀଦାସପୁର, ରାଜଘରପୋଖରୀ, ଆନ୍ଦୋଳା, କରଞ୍ଜଆଡ଼ିଆ, ଭଦ୍ରକ ବ୍ଲକର ସାହାଡ଼ା, ଏରଡ଼ା, ଚଣ୍ଡିଗାଁ ପଞ୍ଚାୟତରେ ଅମଳ ହୋଇଥିବା ଓ କଟାଯାଇଥିବା ଧାନ ପାଣିରେ ଭିଜି ନଷ୍ଟ ହେଉଛି। ଅମଳ ହୋଇଥିବା ଧାନକୁ ଚାଷୀମାନେ ବିକ୍ରି କରି ପାରିନାହାନ୍ତି। ବିଭିନ୍ନ ସେବା ସମବାୟ ସମିତିରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀମାନେ ଟୋକନ ପାଇନାହାନ୍ତି। ଗତ ୩ ଦିନ ଧରି ଲଗାତର ବର୍ଷା ଫଳରେ ଧାନ ଭିଜି ଗଜାହେବାକୁ ବସିଛି। ଅଦିନିଆ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି।
ସେହିପରି ବନ୍ତ ବ୍ଲକ ନିଳୋକ, ପଧାନପଡ଼ା, ଶେଣ୍ଢତୀରା ସମେତ ବିିଭିନ୍ନ ପଞ୍ଚାୟତରେ ଏପରି ସମସ୍ୟା ଦେଖାଯାଇଛି। ପ୍ରତିବର୍ଷ ଡିସେମ୍ବର ୨୦ରୁ ୨୨ ମଧ୍ୟରେ ଫସଲ ଅମଳ ଶେଷ ହେଉଥିବା ବେଳେ ଏଥର ବିଳମ୍ବ ହୋଇଛି। ଚାଷୀମାନେ କିପରି ଫସଲ ଅମଳ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଶନିବାର ସୁଦ୍ଧା ବର୍ଷା କମିଲେ ଜମି ଶୁଖିବାକୁ ପ୍ରାୟ ୧୦ ଦିନ ଲାଗିବ। ସେତେବେଳକୁ ପାଚିଲା ଧାନ ସବୁ ନଷ୍ଟ ହୋଇଯାଇଥିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଓ ଜିଲା କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଫସଲ ବୀମା ପ୍ରଦାନ ସହ କୃଷି ଋଣ ଛାଡ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରାଙ୍କୁ ପଚାରିବାରୁ କେତେକ ପଞ୍ଚାୟତରେ ଏପରି ସମସ୍ୟା ଦେଖାଯାଇଛି, ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଫାର୍ମରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଟଡିହୀ,୨୦ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମଠାରୁ ଅନତି ଦୂରରେ ଅବସ୍ଥିତ କେନାଲ ନିକଟ ଏକ କୁକୁଡ଼ା ଫାର୍ମରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ...

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୪୮୦ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୬୨ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୧୮ ଲୋକାଲ...

ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଦ୍ୟାଳୟରେ କୋଭିଡ୍‌-୧୯ ମାର୍ଗଦର୍ଶିକା ସଠିକ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ପଶ୍ଚିମବଙ୍ଗରୁ ଫେରିଥିବା୧୬ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୬ଜଣ...

ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତି ସଞ୍ଜୟ ସାହୁଙ୍କ ମୃତଦେହ ଶନିବାର ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି। ପ୍ରକାଶ...

ମୂଲ୍ୟବାନ କାଠପଟା ଜବତ

ଓଡଗାଁ, ୨୫।୭(ସ୍ବ.ପ୍ର): ଓଡଗାଁ ବନାଞ୍ଚଳ ଅଧିନସ୍ଥ ମଗରବନ୍ଧ ଗଁାରେ ଜଣେ ବ୍ୟକ୍ତିଙ୍କ ଘରେ ଗୁରୁବାର ବନବିଭାଗ ଚଢ଼ାଉ କରିଛି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଉକ୍ତ...

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ...

ସହରର କଞ୍ଜରଭାନ୍ସି ଲେନ୍‌ରୁ ହଟିବ ଜବରଦଖଲ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍‌ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ...

Advertisement
Archives

Model This Week