ପ୍ରଜ୍ଞାପନ ମେଢ଼: ଚିଠି ଆସିଲାନି

ଭୁବନେଶ୍ୱର, ୩।୧(ସୁନିତ୍‌ ମିଶ୍ର): ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀସ୍ଥିତ ରାଜପଥରେ ହେଉଥିବା ପରେଡ୍‌ରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ(ଟାବ୍‌ଲୋ) ପ୍ରଦର୍ଶିତ ହୋଇଥାଏ। ପ୍ରତିବର୍ଷ କେଉଁସବୁ ରାଜ୍ୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ ସେନେଇ ପ୍ରତିରକ୍ଷା ଏବଂ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଚୟନ କରିଥାଆନ୍ତି। ହେଲେ ଗତ ୩ବର୍ଷ ଅର୍ଥାତ୍‌ ୨୦୨୧, ୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ଚୟନ ତାଲିକାରୁ ବାଦ୍‌ ପଡିଆସୁଛି। ଶେଷଥର ଲାଗି ୨୦୨୦ ଜାନୁଆରୀ ୨୬ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା। ଚଳିତ ବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିବ ନା ନାହିଁ ସେନେଇ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ସୂଚନା ଆସିନାହିଁ। କେବଳ ଯାହା ମୌଖିକ ଭାବେ ଏଥର ଓଡିଶାକୁ ସୁଯୋଗ ମିଳିବ ବୋଲି କେନ୍ଦ୍ରର ଯେଉଁ କମିଟି ଚୟନ କରୁଥିଲେ ସେମାନେ କହିଛନ୍ତି। ଜାନୁଆରୀ ୨ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଆସିବ ବୋଲି ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ୩ତାରିଖ ଅର୍ଥାତ୍‌ ବୁଧବାର ରାଜ୍ୟ ସରକାରଙ୍କ ଅଧିକାରୀମାନେ ନୂଆଦିଲ୍ଲୀ ଗସ୍ତ କରିବେ ଏବଂ ଗୁରୁବାର ସେମାନଙ୍କୁ ମେଢ଼ ପ୍ରସ୍ତୁତି ଲାଗି ଆବଶ୍ୟକ ଟ୍ରାକ୍ଟର ଏବଂ ଟ୍ରଲର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର କହିଥିଲେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କୌଣସି ଚିଠି ନ ଆସିବା ଯୋଗୁ ଗତ ୩ ବର୍ଷ ଭଳି ଏଥର ମଧ୍ୟ ସମାନ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ଉପୁଜିପାରେ ବୋଲି ସନ୍ଦେହ କରାଯାଉଛି। ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ଲାଗି ଗତ ଡିସେମ୍ବରରେ ୪ଟି ବୈଠକ ସରିଛି। ପ୍ରଥମେ ଭାରତକୁ ମୋଟ ୬ଟି ଜୋନ୍‌ରେ ଭାଗ କରାଯାଇଥିଲା। ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ, କେନ୍ଦ୍ର ଓ ଉତ୍ତରପୂର୍ବ ଜୋନ୍‌। ଏହି ସବୁ ଜୋନ୍‌ରୁ ମୋଟ ୧୪ଟି ଟାବ୍‌ଲୋ ଏଥର ପ୍ରଦର୍ଶିତ ହେବାର ଅଛି। ପୂର୍ବ ଜୋନ୍‌ରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଛନ୍ତି। ସେଥିରୁ ପଶ୍ଚିମବଙ୍ଗ ଏବଂ ବିହାରକୁ କେନ୍ଦ୍ର କାଟି ସାରିଛି। ଓଡ଼ିଶାର ବିକଶିତ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବା ନେଇ ୪ଟି ପର୍ଯ୍ୟାୟ ବୈଠକରେ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ହେଲେ ଯେଉଁ ସମୟ ସୁଦ୍ଧା ଓଡ଼ିଶା ସରକାରଙ୍କୁ ଖବର ଦେବା ଲାଗି କେନ୍ଦ୍ର କହିଥିଲା, ସେହି ସମୟ ଅତିକ୍ରମ ହୋଇସାରିଥିବାରୁ ଏନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। ତେବେ କେନ୍ଦ୍ର କୌଣସି କାରଣ ନ ଜଣାଇ ଗତ ୩ ବର୍ଷ ଧରି ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ପ୍ରତ୍ୟାଖାନ କରିଆସୁଛି। ଲଗାତର ଗତ ୩ ବର୍ଷକୁ ଦେଖିଲେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ହେୟଜ୍ଞାନ କରାଯାଉଛି। ଫଳରେ ଓଡ଼ିଶାର ଉଭୟ ପଶ୍ଚିମ ଓ ଉପକୂଳବର୍ତ୍ତୀ ଅଞ୍ଚଳର କଳା, ସଂସ୍କୃତି, ସଙ୍ଗୀତ, ସ୍ଥପତିକୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଉପସ୍ଥାପନ କରାଯାଇ ପାରୁନାହିଁ। ସ୍ବୀକାର କରିବାକୁ ହେବ ଯେ, ୨୬ ଜାନୁଆରୀ ଦିନ ଦିଲ୍ଲୀର ରାଜପଥରେ ବୁଲି ଆସୁଥିବା ପ୍ରଜ୍ଞାପନ ମେଢ଼ରୁ ଓଡ଼ିଶା ବାଦ୍‌ ପଡ଼ିଲେ ରାଜ୍ୟର କୌଣସି କ୍ଷତି ଘଟେ ନାହିଁ। ତେବେ ଅନ୍ୟ ଦିଗକୁ ଦେଖିଲେ ଏହି ପ୍ରଦର୍ଶନରୁ ବଞ୍ଚତ୍ତ ହେଲେ ମନେହୁଏ ଯେପରି ଓଡ଼ିଶାକୁ ଭାରତର ଏକ ଅଂଶ ଭାବେ ଧରାଯାଉ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ବର୍ଷରେ ଓଡ଼ିଶା ତାର ଟାବ୍‌ଲୋ ପ୍ରଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥିବା ବେଳେ ପୂର୍ବରୁ ଏହା କେବେ ଘଟି ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୨ତାରିଖ ଅଫିସ କାର୍ଯ୍ୟକାରୀ ସମୟରେ କେନ୍ଦ୍ରରୁ ସ୍ବୀକୃତି ପତ୍ର ଆସି ପହଞ୍ଚିବାର ଥିଲା। ଅନ୍ୟ ରାଜ୍ୟଗୁଡ଼ିକୁ ଗତ ଡିସେମ୍ବର ମାସରେ ଏହି ପତ୍ର ପହଞ୍ଚତ୍ ସାରିଛି। ପୂର୍ବରୁ ମଧ୍ୟ ଏହିଭଳି ବିଳମ୍ବ ଘଟାଇ ଶେଷ ସମୟରେ କେନ୍ଦ୍ର ତାହାର ଚିଠି ପଠାଇ ନ ଥିବାରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ହୋଇପାରିନାହିଁ। ୨୦୨୪ରେ ମଧ୍ୟ ସେହିଭଳି ଘଟିପାରେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହାର ପ୍ରତିକାର କିଭଳି କରାଯାଇପାରେ ବୋଲି ପଚାରିବାରୁ ନିଜ ନାମ ଉଲ୍ଲେଖ ନ କରିବା ପାଇଁ କହି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଧରିତ୍ରୀକୁ କହିଛନ୍ତି ଯେ, ପ୍ରତିକାର କେବଳ ରାଜନୈତିକ, ସାମାଜିକ ଚାପରୁ ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?