ପଦାରେ ପଡ଼ିଲା ରାଜ ପରିବାରର କଳି:ନ୍ୟାୟ ମାଗି ସିଂଦେଓ ପରିବାର ଉପରେ ବର୍ଷିଲେ ଅଦ୍ରିଜା

ବଲାଙ୍ଗୀର, ୧୦ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂ ଗୁରୁବାର ସ୍ଥାନୀୟ ଏକ ହୋଟେଲଠାରେ ଏକ ଖବରଦାତା ସମ୍ମିଳନୀ କରି ତାଙ୍କ ପାରିବାରିକ ନିର୍ଯାତନା ପ୍ରସଙ୍ଗ ଉଠାଇ ନ୍ୟାୟ ମାଗିଛନ୍ତି। ପୁଣି ଥରେ ସେ ତାଙ୍କ ସ୍ବାମୀ ଅର୍କେଶ ନାରାୟଣ ସିହଦେଓ, ଦେଢ଼ଶୁର କଳିକେଶ ନାରାୟଣ ସିଂଦେଓ ଏବଂ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ନିର୍ଯାତନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିବା କହିଥିଲେ। ଏହାସତ୍ତ୍ୱେ ସେ ଏହି ପରିବାର ସଦସ୍ୟଙ୍କୁ ବିଜେଡି ଟିକେଟ ଦେଇଛନ୍ତି। ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବହୁତ କିଛି କରୁଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟାୟ ଦେଇନାହାନ୍ତି ବୋଲି ସେ କହିଥିଲେ। ଯେଭଳି ନିର୍ଯାତନା ତାଙ୍କୁ ଦିଆଯାଇଛି ତାହା ବଲାଙ୍ଗୀରର ଜନସାଧାରଣ ଜାଣନ୍ତୁ ଓ ଏହା ଉପରେ ବିଚାର କରି ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ। ଖବରଦାତା ସମ୍ମିଳନୀରେ ଅଦ୍ରିଜାଙ୍କ ସହ ଆଡଭୋକେଟ୍‌ ଦେବାଶିଷ ବିଶ୍ୱାଲ ଓ ସାମାଜିକ କର୍ମୀ ବିଜୁଳି ପ୍ରଧାନ ମଞ୍ଚାସୀନ ଥିଲେ।
ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀ ଉପରେ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓଙ୍କୁ ପଚାରିବାରେ ସେ କହିଛନ୍ତି କିଛି ପର ସ୍ତ୍ରୀକୁ ନେଇ ରାଜନୀତି କରୁଛନ୍ତି। ତାଙ୍କ ପାରିବାରିକ ବିବାଦ ମାମଲା ଡେରାଡୁନ୍‌ କୋର୍ଟରେ ବିଚାରାଧୀନ ରହିଛି। ସେଠାକାର ଜଜ୍‌ ତାଙ୍କୁ ନ୍ୟାୟ ଦେବେ। ବଲାଙ୍ଗୀର ଆସି ଲୋକଙ୍କୁ ନ୍ୟାୟ ମାଗିଲେ କ’ଣ ହେବ ବୋଲି କହିଥିଲେ। ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀକୁ ନେଇ ସେ ସ୍ଥାନୀୟ କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଓ ବିଧାୟକ ନରସିଂହ ମିଶ୍ରଙ୍କୁ ସମାଲୋଚନା କରିଥିଲେ। ଏହା ସେମାନଙ୍କ ନିର୍ବାଚନ ପରାଜୟ ଲକ୍ଷଣ ବୋଲି କହିଥିଲେ। ଗଣମାଧ୍ୟମରେ ଅର୍କେଶଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି, କାହାରି ପାରିବାରିକ ବିବାଦରେ ତାଙ୍କର କୌଣସି ଭୂମିକା ନାହିଁ। ଜାଣିଶୁଣି ତାଙ୍କୁ ଏହି ବିବାଦକୁ ଟଣାଯାଉଛି ବୋଲି ସେ କହିଥିଲେ। ଅଦ୍ରିଜାଙ୍କ ଖବରଦାତା ସମ୍ମିଳନୀ ଉପରେ ତାଙ୍କ ଦେଢ଼ଶୁର ତଥା ବିଜେଡି ବିଧାୟକ ପ୍ରାର୍ଥୀ କଲିକେଶ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri