୮ ସାର ଦୋକାନରେ ପ୍ରଶାସନର ଧରପଗଡ଼

କୋକସରା,୨୫।୭(ଡି.ଏନ୍‌.ଏ.): କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ସାର ଚାଲାଣ ଧରାପଡ଼ିବା ପରେ କଳାହାଣ୍ଡି ଜିଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଜାରି ରହିଛି। ଧର୍ମଗଡ଼ ଉପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋକସରା ବ୍ଲକର ବିଭିନ୍ନ ସାର ହୋଲସେଲ୍‌ ସମେତ ରିଟେଲ ଦୋକାନରେ ଚଢାଉ କରାଯାଇଛି।

ଶୁକ୍ରବାର କୋକସରା ଓ ମୋଟେର ଅଞ୍ଚଳରେ ଥିବା ସାର ଦୋକାନ ଓ ଗୋଦାମରେ ଯାଞ୍ଚ କରାଯାଇଥିବା ବେଳେ ଶନିବାର କୋକସରା ବ୍ଲକ ଲଡୁଗାଁ ଓ ଆମପାଣିରେ ଥିବା ୮ ସାର ଦୋକାନ ଓ ଗୋଦାମରେ ଚଢାଉ କରି ଯାଞ୍ଚ କରାଯାଇଥିଲା। ଶନିବାର କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ଏବଂ କୋକସରା କୃଷି ବିଭାଗ କର୍ମଚାରୀ ଲଡୁଗାଁଠାରେ ଥିବା ଗୋୟଲ ସେଲସ୍‌ ଆଣ୍ଡ ସାର୍ଭିସ, ଅନୁପ କୁମାର ଅଗ୍ରୱାଲ ଆଣ୍ଡ କୋ, ଲିଙ୍ଗରାଜ ଟ୍ରେଡଂ କୋ, ମନୋଜ କୁମାର ଅଗ୍ରୱାଲଙ୍କ ହୋଲସେଲ୍‌ ଦୋକାନରେ ଚଢାଉ କରିଥିଲେ। ଏଥିସହ ଆମପାଣିରେ ଥିବା ଆସ୍ତିକ ଜେନେରାଲ ଷ୍ଟୋର, ବୁଢ଼ାରଜା ଏଗ୍ରୋ, ପ୍ରତିଭା ଫର୍ଟିଲାଇଜର ଓ ଦୀପକ ଫର୍ଟିଲାଇଜର ସାର ଦୋକାନ ଏବଂ ଗୋଦାମର ସମସ୍ତ କାଗଜପତ୍ର ସମେତ ଷ୍ଟକ ଷ୍ଟେଟମେଣ୍ଟ, ପରିବହନ ବିବରଣୀ ଯାଞ୍ଚ କରାଯାଇଛି। ତେବେ ଆମପାଣିଠାରେ ଥିବା ଦୀପକ ଫର୍ଟିଲାଇଜର ଦୋକାନରେ ରେଜିଷ୍ଟର ଓ ପି.ଓ.ଏସ୍‌ ମେଶିନରେ ଅନିୟମିତତା ଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଖଣ୍ଡ କୃଷି ଅଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri