ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସହଯୋଗରେ ଶନିବାର ଦାରିଙ୍ଗବାଡ଼ିଠାରେ ସାମୁହିକ ସ୍ବଚ୍ଛ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଏହି ଅଭିଯାନରେ ବଣିକ ସଙ୍ଗଠନର କର୍ମକର୍ତ୍ତା, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା ଜାଗୃତି, ଗ୍ରାମବିକାଶ, ପ୍ରେମ ଏଡୁକୋ, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନର କର୍ମକର୍ତ୍ତା, ଭାଜପାର କର୍ମକର୍ତ୍ତା, କଂଗ୍ରେସ ଦଳର ଉପସଭାପତି ତ୍ରିନାଥ ପ୍ରଧାନ, ଚିତ୍ରସେନା ନାୟକ, ଜିତୁ ନାୟକ, ବିଦ୍ୟାଧର ମଲିକ ଜି. ଉଦୟଗିରି ବିଧାୟକ ପ୍ରଫୁଲ ପ୍ରଧାନଙ୍କ ଦାରିଙ୍ଗବାଡି ପ୍ରତିନିଧି ତଥା ଜିଲା କଂଗ୍ରେସ ସମ୍ପାଦକ ପ୍ରମୋଦ ଦିଗାଲଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣଙ୍କ ସହଯୋଗରେ ଦାରିଙ୍ଗବାଡ଼ିବ୍ଲକଠାରୁ ତିନି ଚ୍ଛକ ଯାଏ ରାସ୍ତାକୁ ସଫା କରି ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜନା ସଫା କରାଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନ, ବଣିକ ସଂଗଠନ ଓ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳର ସହଯୋଗରେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆହ୍ବାନ କରାଯାଉଛି।

