ବର୍ଷାରେ ଉଡିଯାଇଥିଲା ସନ୍ତୋଷୀଙ୍କ ଘର ଜରିପାଲ, ଖବର ପ୍ରସାରିତ ପରେ ତହସିଲ ପକ୍ଷରୁ ମିଳିଲା…

ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲୀ ସାହିର ସନ୍ତୋଷୀ ନାୟକଙ୍କ ଘର ଜରିପାଲ ଓ ଆଜବେଷ୍ଟ ଉଡିଯାଇଥିଲା। ଏନେଇ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପରାମର୍ଶ କ୍ରମେ ସନ୍ତୋଷୀଙ୍କ ପ୍ରାଥମିକ ଥଇଥାନ ନିମନ୍ତେ ପାଲ ପ୍ରଦାନ କରାଯାଇଛି । ପାଲ ପ୍ରଦାନ ବେଳେ ଶତ୍ରୁଜିତ ରାଉଳ, ତହସିଲ କର୍ମଚାରୀ ବର୍ଷା ପ୍ରିୟଦର୍ଶିନୀ ଓ ରଙ୍କନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ମିଶ୍ର ସୂଚନା ଦେଇଛନ୍ତି। ଖବର ପ୍ରକାଶ ପାଇବା ପରେ ବିଡିଓ ଅଚ୍ୟୁତାନନ୍ଦ ଯାନୀ, ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କ ସହ ଏନେଇ ଆଲୋଚନା କରିଥିବା ଜଣାପଡିଛି । ଏନଏସି ଇଓ ଡାଙ୍ଗୁଆଙ୍କ ନିର୍ଦ୍ଦେଶ କ୍ରମେ ଏନଏସି କର୍ମଚାରୀ ଉତ୍ତମ ବେହେରା ଓ ଟୁଟୁ ମହାପାତ୍ର ୱାର୍ଡ ୭ ବାଲୀ ସାହି ଯାଇ ସନ୍ତୋଷୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ବୋଲି ସନ୍ତୋଷୀ ଗଣମାଧ୍ୟମକୁ କହିଛନ୍ତି । ଏହା ସହିତ ଖବରପାଇ ଗଞ୍ଜାମ ସହରର ସୁଧୀର କୁମାର ପାଢ଼ୀ, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକ, ପ୍ରତୀକ କୁମାର ରାଉଳ, ବିଭୁତି ପଲାଇ ପ୍ରମୁଖ ସନ୍ଧ୍ୟାରେ ସନ୍ତୋଷୀଙ୍କ ସହଯୋଗର ହାତ ବଢ଼ାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

ନିଜର ହକ୍‌ ପାଇଁ ଶୋଭାଯାତ୍ରାରେ ବାହାରିଲେ ଆଦିବାସୀ, କୁସଂସ୍କାର ଦୂର ପାଇଁ ଏକଜୁଟ୍‌ ହୋଇ…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ରବିବାର ପାଳିତ…

ରାଞ୍ଚିରେ ଆନ୍ଦୋଳନର ବଡ଼ ପ୍ରଭାବ! ରଦ୍ଦ ହେବ ୧୪ତମ JPSC ପରୀକ୍ଷା! ୯୦ ଦିନରେ CID ତଦନ୍ତ…

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନଙ୍କ ଦାବି ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଅଟକି ରହିଥିବା ପରୀକ୍ଷା ଏବଂ…

ଜଳାଭିଷେକ ପାଇଁ ଯାଉଥିଲେ କାଉଡ଼ିଆ,ବାଟରେ ଓଲଟିଲା ଗାଡ଼ି, ଆଉ ତା’ ପରେ…

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି।…

ବାରାମତୀରେ ପୁଣି ବିମାନ ଦୁର୍ଘଟଣା, ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍

ମୁମ୍ବାଇ,୯ା୮: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ବାରମତୀ ଏୟାରପୋର୍ଟ ପରିସରରେ ପୁଣି ଏକ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସୁଛି । ଏକ ଟ୍ରେନି ଏୟାରକ୍ରାଫ୍ଟ କ୍ରାଶ୍…

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri