ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୨୧।୧୦ (ଅରୁଣ ସାହୁ)-ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତତି ବୈଠକ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ତହସିଲଦାର ଶରତ ଶବର ପରିଚାଳନା କରି କହିଥିଲେ ଯେ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ ଓଡିଶାର ବିଭିନ୍ନ ଜିଲାରେ ପ୍ରଭାବିତ କରିବ। ଏହା ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ଏଥିରେ କନ୍ଧମାଳ ଜିଲାରେ ମଧ୍ୟ ପ୍ରଭାବିତ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ପୂର୍ବ ପ୍ରସ୍ତୁତି କରାଯିବା ସହ ପ୍ରଭାବିତ ଆଶଙ୍କା ରହିଥିବା ଅଞ୍ଚଳକୁ ପ୍ରଶାସନ ଆଶ୍ରୟସ୍ଥଳର ବ୍ୟବସ୍ଥା ସହ ଶୁଖିଲା ଖାଦ୍ୟ, ଆବଶ୍ୟକ ଔଷଧ, ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରଖାଯିବ।

ସେହିପରି ଦାରିଙ୍ଗବାଡିର ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ପୂର୍ବରୁ ଦୁଇ ଦୁଇଟି ବାତ୍ୟାରେ ଭୂସ୍ଖଳନ ହୋଇଥିବା ନଜିର ରହିଥିବା ବେଳେ ଦାରିଙ୍ଗବାଡି-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ନଂ ଜାତୀୟରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇ ଦୀର୍ଘ ଦିନ ରାସ୍ତାରେ ଯାତାୟାତ ଠପ ହୋଇଥିବା ଦେଖାଯାଇଥିଲା। ତେଣୁ ଏହି ‘ଦାନା’ ବାତ୍ୟା ମଧ୍ୟ ପ୍ରଭାବିତ କରିବା ଆଶଙ୍କାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବିଡ଼ିଓ ପାତ୍ର କହିଛନ୍ତି।

ଏହି ବୈଠକରେ ବିଡ଼ିଓ ପାତ୍ରଙ୍କ ସମେତ ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାାରାଣୀ ପଣ୍ଡା, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ବ୍ଲକ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା,ଏବିଇଓ ବନମାଳୀ ମାଝୀ, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରି ମାନେ ଯୋଗଦାନ କରିଥିଲେ। ଏଥିରେ ୨୫ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ ମାନେ ନୋଡାଲ ଅଫିସର ଭାବେ ଦାୟିତ୍ୱ ତୁଲାଇବେ। ବିଭିନ୍ନ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିବେ। ପାହାଡ଼ ଉପରେ କିମ୍ବା ପାହାଡ଼ ତଳେ ରହୁଥିବା ପରିବାର ଓ କଚ୍ଚା ଘରେ ରହୁଥିବା ପରିବାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ସେହିପରି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ବିଡ଼ିଓ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୨୪ ଘଣ୍ଟିଆ ଜରୁରୀକାଳୀନ କାର୍ଯ୍ୟାଳୟ ଖୋଲା ରହିବ।

ସେହିପରି ଗର୍ଭବତୀ ମହିଳା ଯେଉଁମାନଙ୍କ ପ୍ରସୂତିର ସମୟ ପାଖେଇଥିବ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ଦିଲୀପ କୁମାର ବେହେରା କହିଛନ୍ତି। ସେହିପରି କୃଷକମାନଙ୍କ ଫସଲ ପାଇଁ ସତର୍କ ଓ ସଚେତନ କରାଯାଇଛି। ବିଶେଷ କରି ତଳ ଜମି ପାଇଁ ସମସ୍ୟା ରହିଛି ତେଣୁ କୃଷକଙ୍କୁ ସଚେତନ କରାଯାଇଛି। ପ୍ରାଣୀ ଚିକିତ୍ସକମାନେ ଯୋଗଦେଇ କିଭଳି ପ୍ରାଣୀର ସୁରକ୍ଷା ସହ ବିଭିନ୍ନ ବିଭାଗର ରାସ୍ତାର ସୁରକ୍ଷା ସମ୍ପର୍କରେ କୁହାଯାଇଥିଲା।

ବାତ୍ୟାରେ ଯଦି ଗଛ, ପଥର, ମାଟି ଆଦି ପକ୍କା ରାସ୍ତା ଅବରୋଧ ହୁଏ ତେବେ ତାକୁ ମୁକାବିଲା ପାଇଁ କୁହାଯାଇଥିଲା। ବାତ୍ୟା ପାଇଁ ଅଗ୍ନିଶମ ବିଭାଗକୁ ମଧ୍ୟ ଆବଶ୍ୟକ ସରଞ୍ଜାମକୁ ପ୍ରସ୍ତୁତ ରଖିବାକୁ ବିଡ଼ିଓ ପାତ୍ର ଓ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗର ଫାୟାରମେନ ଜୁଗୁନୁ କୁମାର ବେହେରା ପ୍ରସ୍ତୁତ ସମ୍ପର୍କରେ ଅବଗତ କରାଇଥିଲେ। ପୋଲିସ ମଧ୍ୟ ବାତ୍ୟା ପ୍ରଭାବିତ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ବୈଠକରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri