ରଣବୀର କପୁରଙ୍କ ଠାରୁ ବି ଏହି ଅଭିନେତାଙ୍କୁ ହ୍ୟାଣ୍ଡସମ୍‌ ଭାବନ୍ତି ଆଲିଆ

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ରଣବୀର କପୁର ବି-ଟାଉନର ଚର୍ଚ୍ଚିତ ଲଭବାର୍ଡ। ଦୁହେଁ ଦୁହିଁଙ୍କୁ କେତେ ଭଲ ପାଆନ୍ତି ଏହାର ଉଦାହରଣ ବହୁଥର ଦେଖିବାକୁ ମିଳିସାରିଛି। ସାଧାରଣତଃ ଆଲିଆଙ୍କ ରଣବୀରଙ୍କ ପ୍ରତି କେତେ କ୍ରସ ରହିଛି, ତାହା କହିବା ଆବଶ୍ୟକ ନାହିଁ, ଏହା ସମସ୍ତେ ଜାଣନ୍ତି। ତେବେ ଏହାସତ୍ତ୍ୱେ ବି ଆଲିଆ ଏମିିତି କିଛି କରିିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଲିଆ ରରବୀରଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ହେଲେ ସେ ଆଉ ଜଣେ ଅଭିନେତାଙ୍କୁ ରଣବୀରଙ୍କ ଠାରୁ ହ୍ୟାଣ୍ଡସମ୍‌ ଭାବନ୍ତି। ନିକଟରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରେ ନେଗେଟିଭ୍‌ ଚରିତ୍ରରେ ନଜର ଆସୁଥିବା ଅଭିନେତା ଆଦିତ୍ୟ ସିଲ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ରଣବୀରଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଦୁଇ ଜଣ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା। ଆଦିତ୍ୟଙ୍କ ଏହି ଫଟୋକୁ ବହୁ ଲାଇକ୍ସ୍‌ ଓ କମେଣ୍ଟ ମଧ୍ୟ ମିଳିଥିଲା। ଆଦିତ୍ୟଙ୍କୁ ଲୁକ୍ସକୁ ନେଇ ବହୁ ପ୍ରଶଂସକ ପ୍ରଶଂସା କରିଥିବା ବେଳେ ଜଣେ ୟୁଜର ନିଜ କମେଣ୍ଟରେ ଲେଖିଥିଲେ, ‘ମୋତେ ଲାଗୁଛି ଆଦିତ୍ୟ ରଣବୀରଙ୍କ ଠାରୁ ବହୁ ହ୍ୟାଣ୍ଡସମ୍‌’। ଆଉ ଏହି କମେଣ୍ଟକୁ ଆଲିଆ ମଧ୍ୟ ଲାଇକ୍‌ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ଆଲିଆ ମଧ୍ୟ ଆଦିତ୍ୟଙ୍କୁ ରଣବୀରଙ୍କ ଠାରୁ ବେଶୀ ହ୍ୟାଣ୍ଡସମ୍‌ ଭାବନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି। ଷ୍ଟୁଡେଣ୍ଟ ଅଫ ଦ ଇୟର-୨ ଆସନ୍ତା ୧୦ରେ ପରଦାକୁ ଆସିବ। ଏହି ଫିଲ୍ମରେ ଟାଇଗର ଶ୍ରୋଫ, ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହ ଆଦିତ୍ୟ ସିଲ୍‌ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri