Posted inଜାତୀୟ

କଂଗ୍ରେସରେ ସାମିଲ ହେଲେ ବିଏସପି ପ୍ରାର୍ଥୀ, କଂଗ୍ରେସ ସମର୍ଥନ ଉପରେ କରାଯିବ ପୁନଃବିଚାର:ମାୟାବତୀ

ଭୋପାଳ,୩୦।୪: ଉତରପ୍ରଦେଶରେ ଏସ୍‌ପି-ବିଏସ୍‌ପି ସହ କଂଗ୍ରେସର ମେଣ୍ଟ ହୋଇ ପାରି ନ ଥିବା ବେଳେ କଂଗ୍ରେସ ଲଗାତାର ମାୟାବତୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି। ଗତ ମାସରେ ଅନେକ ବିଏସ୍‌ପି ନେତା ଦଳ ଛାଡିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମତଦାନ ପରେ ମଧ୍ୟପ୍ରଦେଶରେ ଆଉ ଜଣେ ନେତା ମାୟାବତୀଙ୍କୁ ଝଟକା ଦେଇଛନ୍ତି। ମଧ୍ୟପ୍ରଦେଶର ଗୁନା-ଶିବପୁରୀ ଆସନରୁ ବିଏସ୍‌ପି ଆଶାୟୀ ପ୍ରାର୍ଥୀ ଲୋକେନ୍ଦ୍ର ସିଂ ରାଜପୁତ ବିଏସ୍‌ପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଆସନରୁ ସେ କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଥିଲେ। ଅପରପକ୍ଷରେ ଏହାକୁ ନେଇ ମାୟାବତୀ କଂଗ୍ରେସ ଉପରେ ବର୍ଷିବା ସହ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରିଛନ୍ତି। ସେ କହିଛନ୍ତି, ପ୍ରଶାସନିକ କଳର ଦୂରୁପଯୋଗ କରାଯାଉଥିବା ବେଳେ କଂଗ୍ରେସ ତାଙ୍କ ପ୍ରାର୍ଥୀଙ୍କୁ ଧମକ ଦେଉଛି। କିନ୍ତୁ ବିଏସ୍‌ପି ନିଜ ପ୍ରତୀକ ଚିହ୍ନରେ ଲଢ଼ି କଂଗ୍ରେସକୁ ଏହାର ଜବାବ ଦେବ। ତେବେ କଂଗ୍ରେସକୁ ସମର୍ଥନ ଜାରି ରହିବା ଉପରେ ପୁନଃବିଚାର କରାଯିବ ବୋଲି ମାୟାବତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ: ସୂଚନା ଦେଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ,୪।୨ : ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି),...

ପିତାଙ୍କ ସହ ଦେଖା କରିବାକୁ ରାଞ୍ଚି ପହଞ୍ଚିଲେ ତେଜ ପ୍ରତାପ

ପାଟନା,୨୨।୬: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କଟୁଥିବା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଶନିବାର ରାଞ୍ଚି ପହଞ୍ଚିଛନ୍ତି ତାଙ୍କ ବଡ...

ବାତ୍ୟା ନିସର୍ଗକୁ ନେଇ ମୁମ୍ବାଇରେ ରେଡ ଆଲର୍ଟ: ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହିପାରେ ପବନ

ମୁମ୍ବାଇ,୨।୬: ବାତ୍ୟା‘ ନିସର୍ଗ’ ବୁଧବାର ଅର୍ଥାତ୍‌ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ...

ମୁଁ ନୁହେଁ ସାଧାରଣ ଲୋକ, ମତେ ବି ଜଣା ଅଛି ଉତ୍ତର…

ନାସିକ,୨୪।୮: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା...

ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ

କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ...

ଟୁଇଟର୍‌ରେ ନଜର ଆସିଲା ଭିନ୍ନ ରଙ୍ଗର ଭେରିଫିକେଶନ ଟିକ୍‌; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ‘ଗ୍ରେ’

ନୂଆଦିଲ୍ଲୀ,୨୦।୧୨: ଦୀର୍ଘ ସମୟ ଧରି ଟୁଇଟରକୁ ‘ନୀଳ ପକ୍ଷୀ’ ବୋଲି କୁହାଯାଉଥିଲା। କିନ୍ତୁ ନିକଟରେ ଏଲୋନ ମସ୍କଙ୍କ ପ୍ରବେଶ ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ...

ପ୍ରତିବାଦ ବେଳେ ରାସ୍ତା ଅବରୋଧ ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଧାରଣା ପ୍ରଦର୍ଶନ ସମୟରେ ରାସ୍ତା ଜାମ୍‌ ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏବ ବଡ଼...

ପର୍ତ୍ତୁଗାଲ, ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ଆତଙ୍କ ଖେଳାଇଛି। ଭାରତ କରୋନାର ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଏବଂ...

Advertisement
Archives

Model This Week