Posted inଜାତୀୟ

ପ୍ରଥମ ସୌରଝଡ଼ର ପ୍ରଭାବ ରେକର୍ଡ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୮।୧୧ ଭାରତର ପ୍ରଥମ ସୌର ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ର ଉଚ୍ଚ ଶକ୍ତିସମ୍ପନ୍ନ ଏଲ୍‌୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର (ଏଚ୍‌ଇଏଲ୍‌୧ଓଏସ୍‌) ପେଲୋଡ୍‌ ଅକ୍ଟୋବର ୨୯ରେ ସୌର ଝଡ଼ର ପ୍ରଭାବ ପ୍ରଥମ ଥର ପାଇଁ ରେକର୍ଡ କରିଛି। ଏହି ପେଲୋଡ୍‌ ପ୍ରାୟ ୧୦ ଘଣ୍ଟା ଧରି ସୌରଝଡ଼ର ସମ୍ମୁଖୀନ ହୋଇଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଙ୍ଗଳବାର ପ୍ରକାଶ କରିଛି। ଇସ୍ରୋର ବେଙ୍ଗାଲୁରୁରେ ଥିବା ମହାକାଶ ବିଜ୍ଞାନ ସଂଗଠନ ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର (ୟୁଆର୍‌ଏସ୍‌ସି) ଏହି ପେଲୋଡ୍‌ର ବିକାଶ କରିଛି। ସୋଲାର ଫ୍ଲେୟାର ବା ସୌର ଝଡ଼ ହେଉଛି ସୂର୍ଯ୍ୟ ପୃଷ୍ଠରେ ହଠାତ୍‌ ଉଜ୍ଜ୍ୱଳତା ଦେଖାଯିବା ସହ ଏହା ରେଡିଓ, ଅପ୍ଟିକାଲ, ୟୁଭି, ସଫ୍ଟ ଏକ୍ସ-ରେ’, ହାର୍ଡ ଏକ୍ସ-ରେ’ ଏବଂ ଗାମା ରେ’ ଆଦି ବିଦ୍ୟୁତଚୁମ୍ପକୀୟ ସ୍ପେକ୍ଟ୍ରମ୍‌ରେ ସବୁ ଓ୍ବେଭ୍‌ଲେଙ୍ଗଥ୍‌ର ବର୍ଦ୍ଧିତ ଏମିଶନ ସୃଷ୍ଟି କରିଥାଏ। ଗତ ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ଉତ୍‌କ୍ଷେପଣ ହୋଇଥିବା ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟଙ୍କଠାରେ ହେଉଥିବା ପରିବର୍ତ୍ତନ ଓ ପୃଥିବୀ ଜଳବାୟୁ ଉପରେ ଏହାର ପ୍ରଭାବ ଅନୁଧ୍ୟାନ କରିବା ଲକ୍ଷ୍ୟରେ ଏଲ୍‌୧ ପଏଣ୍ଟ ଅଭିମୁଖେ ଅଗ୍ରସର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା: ବଦଳିଲା ୧୫ ବିମାନର ରୁଟ୍‌

ନୂଆଦିଲ୍ଲୀ,୨୪।୮: ଦିଲ୍ଲୀ ଏନ୍‌ସିଆରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦରରେ ୧୫ଟି ବିମାନର…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri