ଭିଜିଲାନ୍ସ ଜାଲରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ

ବାରିପଦା ଅଫିସ,୨ା୧୨: ମୟୂରଭଞ୍ଜ ଜିଲା ଯଶୀପୁର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ରାଜସ୍ବ ନୀରିକ୍ଷକ ଭାର୍ଗବ ମହାକୁଡ଼ ଶୁକ୍ରବାର ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ା ତାଙ୍କଠାରୁ କେମିକାଲ୍‌ ବୋଳା ସମସ୍ତ ନୋଟ୍‌ ଜବତ ହେବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା(ନଂ. ୩୪/୨୨) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଯଶୀପୁର ତହସିଲ ଅଧୀନ କାଳିଆଣି ଗ୍ରାମର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଏକ ଜମିର ମ୍ୟୁଟେସନ ବାବଦକୁ ଅତିରିକ୍ତ ରାଜସ୍ବ ନୀରିକ୍ଷକ ମହାକୁଡ଼ ଅଗ୍ରୀମ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ା ଏହା ପରେ ଆହୁରି ୪୦ହଜାର ଦାବି କରିଥିଲେ। ଏ ନେଇ ଭୀଷ୍ମ ଚରଣ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଖଡ଼ିଆ-ମାଙ୍କିଡିଆ ଅଫିସ ପାଖରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ ମହାକୁଡ଼ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ପରେ ତାଙ୍କ ଅଫିସ କାଗଜପତ୍ର ତନଖି ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ...

ପୁଣି ପୋତାଗଲା ଅପମିଶ୍ରିତ ସାମଗ୍ରୀ

କଟକ ଅଫିସ, ୧୦ା୨: କଟକ ସହରର ବିଭିନ୍ନ ସ୍ଥାନରେ ଗତ କିଛିମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି।...

ଟିଏମ୍‌ସି କେନ୍ଦ୍ରରୁ ବିଏସ୍‌ଏଫ୍‌ ଯବାନ ଫେରାର

ନବରଙ୍ଗପୁର,୧୨।୭(ବି.ପ୍ର.)- ନବରଙ୍ଗପୁର ସଦର ବ୍ଲକ ଟିରଲୀ ଛକ ନିକଟରେ ଥିବା ପଲିଟେକ୍ନିକ ଟିଏମ୍‌ସି କେନ୍ଦ୍ରରୁ ଜଣେ ବିଏସ୍‌ଏଫ୍‌ ଯବାନ ଫେରାର ହୋଇଥିବା ବିଏସ୍‌ଏଫ୍‌ ୧୫ ବାଟାଲିଆନ...

ବିଦେଶୀ ମଦବୋଝେଇ ବୋଲେରୋ ଜବତ: ୬ ଗିରଫ

ଶେରଗଡ଼,୯ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ଚାରିଛକରେ ଶନିବାର ବିଦେଶୀ ମଦ ବୋଝେଇ ଏକ ବୋଲେରୋ ନଂ. ଓଡି ୦୭ ଆର୍‌ ୬୯୭୨କୁ ଶେରଗଡ଼ ଏସ୍‌ଡିପିଓ...

ବରଗଡ଼ରେ ପୁଣି ୧୦ କରୋନା ପଜିଟିଭ୍‌: ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାର ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୭...

ଚୋରି ପିକ୍‌ଅପ ଭ୍ୟାନ୍‌ ଉଦ୍ଧାର, ୪ ଗିରଫ

ଯୋଡ଼ା, ୨୯।୫ (ଡି.ଏନ.ଏ.)-କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି।...

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଜମନକିରା,୧୮ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଜମନକିରା ପଞ୍ଚାୟତ ମହକୁମା ଚାହାବଗାନ ପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ...

ଲୁହା ସାମଗ୍ରୀ ଚୋରି କରି ୨ ଗିରଫ

ବଡ଼ବିଲ,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନ ରୋଡ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆର ଏକ ଓ୍ବାର୍କଶପ୍‌ରୁ ବିଭିନ୍ନ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ବୁଧବାର ଦୁଇ...

Advertisement
Archives

Model This Week