ସାକ୍ଷାତକାରରେ ଲାଇଭ୍‌ ଥିବା ବେଳେ କାନ୍ଦିପକାଇଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନର୍ସ ଶିଖା ମଲହୋତ୍ରା ନିଜ କାମ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ସବୁଠାରେ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଶିଖା କରୋନା ମୁକାବିଲା ପାଇଁ ମୁମ୍ବାଇର ଏକ ହସ୍ପିଟାଲରେ ସ୍ବେଚ୍ଛସେବୀ ଭାବେ କାମ କରୁଛନ୍ତି। ସେ କାମ କରିବା ଇତିମଧ୍ୟରେ ୧୦୦ ଦିନରୁ ଊର୍ଦ୍ଧ୍ୱ ହେଲାଣି। ତେବେ ନିକଟରେ ଏକ ସାକ୍ଷାତକାରେ ଶିଖା ଲାଇଭ୍‌ ଥିବା ସମୟରେ କାନ୍ଦି ପକାଇଛନ୍ତି।
ଶିଖା ହିନ୍ଦୀ ଫିଲ୍ମ ‘କାଞ୍ଚି ଲାଇଫ୍‌ ଇନ୍‌ ଏ ସ୍ଲଗ୍‌’ ମାଧ୍ୟମରେ ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ବିଷୟରେ କଥା ହେବା ସମୟରେ କାନ୍ଦି ପକାଇଛନ୍ତି। ସେ କହିଛନ୍ତି, ଏକ ଚରିତ୍ର ଭୂମିକାରେ ଅଭିନୟ ପାଇଁ ୬ ବର୍ଷ ସମୟ ଲାଗିଗଲା। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି। ମାତ୍ର ଏହି ଫିଲ୍ମ ରିଲିଜ୍‌ ପାଇଁ ଥିଏଟର ମିଳିଲା ନାହିଁ। ଓଟିଟି ପ୍ଲାଟଫର୍ମ ସହ କଥାହେବାରୁ, ଏପରି ଚଳଚିତ୍ର ପାଇଁ କୌଣସି ସେଗମେଣ୍ଟ ନ ଥିବା ସେମାନେ କହିଥିଲେ। ତେବେ ଏହି ଫିଲ୍ମ ଗତ ଫେବୃୟାରୀରୁ ରିଲିଜ୍‌ ହୋଇସାରିଥିବା ବେଳେ ଅଧିକାଂଶ ଲୋକ ଏହା ଜାଣି ନାହାନ୍ତି। ଗେଟିଏ ବଡ଼ ଫିଲ୍ମ ରିଲିଜ୍‌ ପାଇଁ ୩/୪ ହଜାର ଥିଏଟର ମିଳୁଥିବା ବେଳେ ‘କାଞ୍ଚଲି’ ସମଗ୍ର ଭାରତରେ ମାତ୍ର ୭୫ଟି ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିବା ସେ କହି କାନ୍ଦିପକାଇଥିଲେ। ଏଥିସହ ସୁଶାନ୍ତ ସିଂ ରାଜପୁରଙ୍କ ଭଳି ଜଣେ ବଡ କଳାକାରଙ୍କ ମୃତ୍ୟୁକୁ ନେଇ ସେ ଡରିଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ୍‌ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ

ନ୍ୟୁୟର୍କ: ବଲିଉଡ୍‌ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍‌ର ଭେଟେରାନ ଆକ୍ଟର ରୋବର୍ଟ...

ହ୍ରିତିକ୍‌-ଅମିତାଭ ପାଲଟିଲେ ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଫ୍ୟାନ୍‌

ବମ୍ବେ: ସୋସିଆଲ ମିଡିଆରେ ନିଜର କଳା ପ୍ରଦର୍ଶନ କରି ଅନେକେ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି। ସେପରି ଏକ ପ୍ଲାଟଫର୍ମ ଟିକ୍‌ଟକ୍‌ରେ ନିଜର ଏକ ଭିଡିଓ...

ଏହି ବ୍ୟକ୍ତିଙ୍କୁ ଡରି ଦେଶଛାଡି ଚାଲିଯାଇଥିଲେ ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି

ବଲିଉଡ୍‌ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଇତିମଧ୍ୟରେ ୫୭ ବର୍ଷର ହୋଇଯାଇଛନ୍ତି। ୧୬ ନଭେମ୍ବର, ୧୯୬୩ରେ ସେ ଧନବାଦରେ ଜନ୍ମଗ୍ରହଣ କରିଥିଲେ। ଅନେକ ସଫଳ ଫିଲ୍ମରେ କାମ...

ହ୍ବିଲ୍‌ଚେୟାର୍‌ରେ ବସିଥିବା ନଜର ଆସିଲେ କପିଲ ଶର୍ମା

କମେଡିଆନ୍‌ କପିଲ ଶର୍ମା ମୁମ୍ବାଇ ବିମାନବନ୍ଦରରେ ଏକ ହ୍ବିଲ ଚେୟାର ବସିଥିବା ନଜର ଆସିଥିଲେ। ତାଙ୍କୁ ଦେଖି ପ୍ରଶଂସକ ଚିନ୍ତିତ ହୋଇଯାଇଛନ୍ତି। କପିଲ ବିମାନବନ୍ଦରରେ ମିଡିଆ...

ସବୁ ଭିକାରିଙ୍କ ପାଖରେ ରହିଛି ଏହି ଅଭିନେତାଙ୍କ ପର୍ସନାଲ ଫୋନ୍‌ ନମ୍ବର

ମୁମ୍ବାଇ: ମାୟାଗନରୀ କହିଲେ ବୁଝାଏ ବଲିଉଡ୍‌ କଳାକାରଙ୍କ ନଗରୀ। ଆଉ ଏହା ହେଉଛି ମୁମ୍ବାଇରେ। ଏଠାରେ ଥିବା ସବୁ ସେଲିବ୍ରିଟି କୋଟିପତି। ଏଠି ଗରିବ ବୋଲି...

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ ପରେ ହଲିଉଡ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କୋଟି...

ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଲେ ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୭: ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ପୁଣି ଏକ ରେକର୍ଡ ହାସଲ କରିଛନ୍ତି। ଜୁନିଅର ନ୍ୟାଶନାଲ ଆକ୍ୱାଟିକ୍ସର ୧୫୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ବେଦାନ୍ତ...

ରୋମାଣ୍ଟିକ୍‌ ହେଲେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମାନଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ...

Advertisement
Archives

Model This Week