ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍‌ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ ଦଣ୍ଡାଦେଶ ଆରମ୍ଭ ହେବ ବୋଲି ଜଣାପଡିଛି। କୋର୍ଟରେ, ମ୍ୟାକ ବିଚାରପତିମାନଙ୍କୁ ମଧ୍ୟ କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟକଳାପରେ ଅନୁତାପ କରୁଛନ୍ତି। ଦଣ୍ଡାଦେଶ ପୂର୍ବରୁ ଆଲିସନ ପୀଡିତା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ ଯୌନ ବ୍ୟବସାୟ ଗୋଷ୍ଠୀରେ ଥିବାବେଳେ ତାଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଘୃଣ୍ୟ ଏବଂ ବେଆଇନ ଅଟେ। ଯୌନ କାରବାର ତଥା ଅନ୍ୟାନ୍ୟ ଅପରାଧ ପାଇଁ ୧୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏନ୍‌ଏକ୍ସଆଇ ଭିଏମ୍‌ (NXIVM) ନେତା କିଥ ରେନାୟାର ତାଙ୍କୁ ଏହି କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କିଥ NXIVM ନାମକ ଏକ ସଂଗଠନ ଗଠନ କରିଥିଲେ ଏବଂ ଏଥିରେ ସମସ୍ତେ ମହିଳା କର୍ମୀ ଥିଲେ। ଏହି ସଂଗଠନରେ ମହିଳାଙ୍କ ସହ ପଶୁଙ୍କ ପରି ବ୍ୟବହାର କରାଯାଉଥିଲା। ସମ୍ପୃକ୍ତ ମହିଳାମାନେ କିଥଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ। ଏଥିରେ ଆଲିସନ ସେମାନଙ୍କୁ ସାହାଯ୍ୟ କରୁଥିଲେ ଏବଂ ଝିଅମାନଙ୍କୁ ଚୋରା ଚାଲାଣ କରି ସଂଗଠନରେ ଯୋଗ ଦେବାକୁ ବାଧ୍ୟ କରୁଥିଲେ। ଡବ୍ଲୁବି ଟେଲିଭିଜନ ସିରିଜ ସ୍ମଲଭିଲେ ପ୍ରୋଗ୍ରାମ ସହିତ ଆଲିସନ ମ୍ୟାକ ବହୁତ ଲୋକପ୍ରିୟ। ଆଲିସନ ପ୍ରାୟତଃ ୱେବ ସିରିଜରେ କାମ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବା ପରେ ଗ୍ଲାମରସକୁ ଫେରିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଅଭିନୟ ଜଗତ ଏବଂ ରାଜନୀତିରେ ବେଶ୍‌ ନାଁ କମାଇଛନ୍ତି। ନୁସରତ ସବୁବେଳେ କିଛି...

ପ୍ରେମିକାର ପୋଷା କୁକୁରକୁ ଭୁଲିପାରୁନି

ଏବେ ତ ଲକ୍‌ଡାଉନ୍‌ ଚାଲିଛି। ଯେହେତୁ ଶୁଟିଂ ନାହିଁ, ତେଣୁ ଘରେ ହିଁ ରହିବାକୁ ପଡୁଛି । ଏହି ସମୟରେ ନିଜ ଶୁଟିଂ ସମୟର ଅନୁଭୂତି...

କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର...

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏମିତି ଭାଲେଣ୍ଟାଇନ୍‌ ଓ୍ବିଶ୍‌ କଲେ ରାଜକୁମାର

ଭାଲେଣ୍ଟାଇନ୍‌ ଡେ’ ହେଉଛି ପ୍ରେମ ପରିପ୍ରକାଶର ଦିନ। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ବଲିଉଡ୍‌ ଷ୍ଟାରମାନେ ମଧ୍ୟ ଏହିଦିନକୁ ସ୍ବତନ୍ତ୍ର ଭାବରେ...

ପାକିସ୍ତାନୀ ଗାୟକ ଫର୍‌ହାଦ୍‌ଙ୍କ ପରଲୋକ

ଇସ୍‌ଲାମାବାଦ: ପାକିସ୍ତାନୀ ଗାୟକ ଫର୍‌ହାଦ୍‌ ହୁମାୟନ୍‌ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍‌ ଅସ୍‌ଲାମ, ଅଭିନେତା ଅଲି ଜାଫର୍‌, ଅର୍ଜୁନ ମାଥୁରଙ୍କ...

କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ...

ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ

ନିର୍ଦ୍ଦେଶକ ସୁଜିତ୍‌ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍‌ ଭଲ...

କପିଲଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ସୁମୋନା, କହିଲେ କପିଲ ମୋତେ…

କମେଡି କିଂ ‘କପିଲ ଶର୍ମା ଶୋ’ ଲୋକପ୍ରିୟ ସିରିଏଲ ମଧ୍ୟରୁ ଅନ୍ୟତମ । ଅବଶ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ ବାଦ ବିବାଦ ଦେଖାଦେଇଛି...

Advertisement
Archives

Model This Week