ରିଲିଜ ହେଲା ମଲାଇକାଙ୍କ ଶୋ’ର ପ୍ରମୋ, ଶେୟାର କଲେ ପର୍ସନାଲ ଲାଇଫର କଥା

ମୁମ୍ବାଇ: ବଲିଉଡର ଗଳି କନ୍ଦିରେ ଏମିତି ଏକ ଖବର ପ୍ରଚାର ହୋଇଯାଇଛି ଯାହାକୁ ନେଇ ଚୁପଚାପ କିଛି ନା କିଛି ଆଲୋଚନା ହେଉଛି । କଥାଟା ହେଲା ବଲିଉଡ ବୋଲ୍ଡ ବିୟୁଟି ମଲାଇକା ପ୍ରେଗ୍ନେଟ ହୋଇଛନ୍ତି । ହେଲେ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ତାଙ୍କ ବର୍ତ୍ତମାନର କଥିତ ପ୍ରେମିକ ଅର୍ଜୁନ କପୁର । ଏହାପରେ ପୁଣିଥରେ ମଲାଇକା ଲାଇମଲାଇଟକୁ ଆସିଛନ୍ତି । ଏଥର କିନ୍ତୁ ଅର୍ଜୁନ କପୁରଙ୍କ ସହ ନୁହେଁ ବରଂ ନିଜ ଶୋ’ର ପ୍ରମୋ ରିଲିଜକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ ।
କିଛିଦିନ ପୂର୍ବରୁ ମଲାଇକା ତାଙ୍କ ନୂଆ ଶୋ’ ସମ୍ପର୍କରେ ସୂଚନା ଦେଇଥିଲେ । ଏବେ ଏହି ଶୋ’ର ପ୍ରମୋ ରିଲିଜ ହୋଇଛି । ଏହାକୁ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର ବି କରିଛନ୍ତି । ଭିଡିଓ ଶେୟାର କରି କ୍ୟାପଶନରେ ମଲାଇକା ଲେଖିଛନ୍ତି, ଏବେ ସମୟ ଆସିଯାଇଛି ମୁଁ ଆପଣମାନଙ୍କୁ ସ୍ପେଶ ଦେବି ଆଉ ନିଜର କେୟାର କମ କରିଦେବି ।
ଶେୟାର କରାଯାଇଥିବା ପ୍ରମୋରେ ମଲାଇକା କେମିତି ତାଙ୍କ ଗ୍ଲାମରସ ଲୁକରେ ଶୁମିଂ ପୁଲରେ ନିଆଁ ଲଗାଉଛନ୍ତି ତାହା ଦେଖିବାକୁ ମିଳିଛି । ଏହାସହ ସେ ଯୋଗ କରୁଥିବା ଦେଖାଯାଇଛି । ଏସବୁ ଭିତରେ କରିନା କୁପର ଖାଁ ବି ମଲାଇକାଙ୍କ ପ୍ରଶଂସା କରୁଥିବା ଦେଖାଯାଇଛି । ଏହାସହ ପ୍ରମୋରେ ସେ ଫରହା ଖାଁଙ୍କ ସହ ତାଙ୍କ ଲାଇଫର ନିଷ୍ପତ୍ତିକୁ ନେଇ କଥା ହେଉଥିବା ଦେଖାଯାଇଛି । ସେ ସାମାନ୍ୟ ଇମୋଶନାଲ ମଧ୍ୟ ଲାଗୁଛନ୍ତି । ଏହାସହ ପ୍ରମୋରେ ସେ ତାଙ୍କ ନିଜ ଜୀବନକୁ ନିଜ ଢଙ୍ଗରେ ବଞ୍ଚିଥିବା ନଜର ଆସିଛି ।
ମଲାଇକା ଆରୋରାଙ୍କ ଏହି ନୂଆ ଶୋ’ର ନାମ ରହିଛି ‘ମୁଭିଂ ୱିଥ ମଲାଇକା’ । ଏହା ଡିଜନି ହଟଷ୍ଟାରରେ ୫ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ ମାଧ୍ୟମରେ ଦର୍ଶକେ ତାଙ୍କୁ ଅତି ନିକଟରୁ ଚିହ୍ନି ପାରିବେ । ମଲାଇକା ଆରୋରା ସବୁବେଳେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri