୬୧ ବର୍ଷରେ ବଲିଉଡର ‘ଖଳନାୟକ

ବମ୍ବେ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ହାପି ବାଲା ବର୍ଥ ଡେ। ଫିଲ୍ମ ରକିରୁ ସଞ୍ଜୁବାବା ନିଜର କ୍ୟାରିୟର ଆରମ୍ଭ କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେ ବଲିଉଡ୍‌ ଫିଲ୍ମ ଜଗତରେ ଚାରି ଦଶକରୁ ଅଧିକ ସମୟ ଧରି ରାଜ୍‌ କରି ଆସୁଛନ୍ତି। ବ୍ୟକ୍ତିଗତ ଜୀବନରେ ନାନାଦି ଝଡ଼ଝଞ୍ଜା ସତ୍ତ୍ୱେ ସଞ୍ଜୁବାବା ହାର ମାନି ନାହାନ୍ତି। ଜୁଲାଇ ୨୯ରେ ସେ ୬୧ ବର୍ଷରେ ପଦାର୍ପଣ କରିଛନ୍ତି।

ପିତା ସୁନିଲ ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ରକିରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହେବା ପରେ ଯୁବବର୍ଗଙ୍କ ମଧ୍ୟରେ ତାଙ୍କ ଷ୍ଟାଇଲ୍‌ ବେଶ ଲୋକପ୍ରିୟ ହୋଇଥିଲା। ଏହାପରେ ମହେଶ ଭଟ୍ଟଙ୍କ ଫିଲ୍ମ ‘ନାମ’ରେ ସେ ନଜର ଆସିଥିଲେ। ଏହାଛଡ଼ା ମାଧୁରୀଙ୍କ ସହ ‘ସାଜନ୍‌’-‘ଖଳନାୟକ’, ପୁଜା ଭଟ୍ଟଙ୍କ ସହ ସଡକ୍‌, ବାସ୍ତବ, ମିଶନ କାଶ୍ମୀର, ମୁନ୍ନା ଭାଇ ଏମ୍‌ବିବିଏସ୍‌, ଧମାଲ, ଅଗ୍ନିପଥ ଆଦି ସଫଳ ଫିଲ୍ମ ସେ ନିଜ ନାମରେ କରିଥିଲେ। ଫିଲ୍ମରେ ଖଳନାୟକ ଭୂମିକାରେ ସଞ୍ଜୁବାବା ଅଧିକ ପ୍ରଶଂସିତ ହୋଇଥିଲେ। ଅଗ୍ନିପଥ ଏବଂ ବାସ୍ତବରେ ତାଙ୍କର ଅଭିନୟ ଏବେ ବି ଜୀବିତ ଲାଗେ। ଅଭିନେତାଙ୍କ ଜନ୍ମଦିନ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri