ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ରିୟା

ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଅଢୁଆ ଏପର୍ଯ୍ୟନ୍ତ ଶେଷ ହେବା ଭଳି ମନେ ହେଉନାହିଁ। ରିୟା ଏବେବି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ ଅଛନ୍ତି। ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଅଭ୍ୟାସ କରାଇଥିଲେ ବୋଲି ଏନସିବି ଅଭିଯୋଗ ଆଣିଛି। ରିୟା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ। ସେ ସାମୁଏଲ ମିରାଣ୍ଡା, ସୌଭିକ ଚକ୍ରବର୍ତ୍ତୀ, ଦୀପେଶ ସାୱନ୍ତ ଏବଂ ଅନ୍ୟମାନଙ୍କଠରୁ ଅନେକ ଥର ଗଞ୍ଜେଇ ଆଣିଥିଲେ। ଏହି ଗଞ୍ଜେଇକୁ ଆଣି ସେ ସୁଶାନ୍ତ ସିଂହଙ୍କୁ ଯୋଗାଉଥିଲେ। ରିୟା ୨୦୨୦ ମାର୍ଚ୍ଚ ରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଏହି ଗଞ୍ଜେଇ ନେଣଦେଣ ଦେୟ ପୈଠ କରିଥିଲେ। ରିୟାଙ୍କ ଭାଇ ସୌଭିକ ମଧ୍ୟ ଡ୍ରଗ୍ସ ପେଡଲର୍ସଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ସେ ଏମାନଙ୍କ ଠାରୁ ଗଞ୍ଜେଇ ମଗାଉଥିଲେ। ଏହି ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ବୋଲି ଏନ୍‌ସିବି ତା’ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛି।
ଗତ ମାସରେ ନାର୍କୋଟିକ ଡ୍ରଗ ଏବଂ ସାଇକୋଟ୍ରୋପିକ ସବଷ୍ଟାନ୍ସ ଆକ୍ଟ, ୧୯୮୫ (ଏନଡିପିଏସ୍‌) କୋର୍ଟରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଏକ ଚାର୍ଜସିଟ ଦାଖଲ କରିଥିଲା।
ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ଏକ ମାସ ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜୁନ ୧୪, ୨୦୨୦ରେ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଡ୍ରଗ ବ୍ୟବହାର ଅଭିଯୋଗରେ ଏନସିବି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ ଅର୍ଜୁନଙ୍କୁ ମା’ ଦେଇଥିବା ସୁନ୍ଦର ଉପହାର କହିଲେ ଅଂଶୁଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜୁନ୍‌ ୨୬ ଅର୍ଥାତ୍‌ ଆଜି ଜନ୍ମଦିନ। ଏହି ଅବସରରେ ସୋସିଆଲ ମିଡିଆରେ ଭଉଣୀ ଅଂଶୁଲା କପୁର ଅର୍ଜୁନଙ୍କୁ ସ୍ବତନ୍ତ୍ର...

ହେମାମାଳିନୀଙ୍କୁୂ ନିଜ ପ୍ରେମ ଜାଲରେ ପକାଇବା ପାଇଁ ଏମିତି କରିଥିଲେ ଧର୍ମେନ୍ଦ୍ର

ବଲିଉଡ୍‌ର ସୁପରହିଟ୍‌ ଯୋଡିଙ୍କ ମଧ୍ୟରୁ ହେମାମାଳିନୀ-ଧର୍ମେନ୍ଦ୍ର ଅନ୍ୟତମ। ବିଗତ ଦିନର ପ୍ରସିଦ୍ଧ ନାୟିକା ହେମାଙ୍କୁ ପ୍ରେମ ଜାଲରେ ପକାଇବା ପାଇଁ ଧର୍ମେନ୍ଦ୍ରଙ୍କୁ ବହୁତ ପରିଶ୍ରମ କରିବାକୁ...

୭୫ ଟଙ୍କାରେ ଦେଖିପାରିବେ ‘ବ୍ରହ୍ମାସ୍ତ୍ର’, ଜାଣନ୍ତୁ କିପରି…

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିକଟରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ରଣବୀର...

ପ୍ରଶଂସକଙ୍କ ସହ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବଲିଉଡ୍‌ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ...

ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ

ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ...

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ...

୩୫ ଦିନ ପରେ ବି ଫେରିନି ରାଜୁଙ୍କ ଚେତା

ମୁମ୍ବାଇ: କମେଡିଆନ ତଥା ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଲେ ବି ଏବେ ପର୍ଯ୍ୟନ୍ତ ତାଙ୍କର ଚେତା ଆସୁନାହିଁ । ନିକଟରେ ରାଜୁଙ୍କ...

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରି ଜରିମାନା ଦେଲେ ଏହି ଅଭିନେତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରେ ବର୍ତ୍ତମାନ ଅଭିନେତା ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଭଙ୍ଗ କରି ଜରିମାନା ଦେଇଛନ୍ତି। ସେ ଏକ କାରରେ ଯିବା...

Advertisement
Archives

Model This Week