ନାଗିନ୍‌ ଫେମ୍‌ ଏହି ଲୋକପ୍ରିୟ ଅଭିନେତାଙ୍କୁ ବାନ୍ଧିଲା ପୋଲିସ: ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍‌ ମେହେରା ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତାଙ୍କୁ ବାନ୍ଧିଛି ପୋଲିସ। ହେଲେ ଏଥର ମାମଲା ଅଧିକ ସଙ୍ଗୀନ ରହିଛି। ବଳାତ୍କାର ଅଭିଯୋଗରେ ନାଗିନ୍‌ ଫେମ୍‌ ଅଭିନେତା ପର୍ଲ ବି ପୁରୀଙ୍କୁ ବମ୍ବେ ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗିରଫ କରିନେଇଛି। ଜଣେ ନାବାଳିକା ଓ ତାଙ୍କ ପରିବାର ପର୍ଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ମୋଟ ଛଅଜଣଙ୍କୁ ବାନ୍ଧି ସାରିଛି। ଏବେ ଅଭିନେତା ଜେଲରେ ଅଛନ୍ତି।

କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ପର୍ଲ ବାପାଙ୍କୁ ହରାଇଥିଲେ। ଦିନ ଥିଲା ସେ ଜଣେ ଅଭିନେତା ହୁଅନ୍ତୁ ତାହା ବାପା ଚାହୁଁ ନ ଥିଲେ। ଫଳରେ ସେ ନିଜ ଘର ଛାଡ଼ି ଚାଲିଆସିଥିଲେ। ପ୍ରାରମ୍ଭିକ ଦିନଗୁଡ଼ିକରେ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ଖାଇବାକୁ ନ ପାଇବା ଯୋଗୁ ଦିନ ଦିନ ଉପବାସରେ ରହୁଥିଲେ।

୨୦୧୩ରେ ପର୍ଲ ଟେଲି ଧାରାବାହିକ ‘ଦିଲ କି ନଜର ସେ ଖୁବସୁରତ’ରେ ନିଜର ଡେବ୍ୟୁ କରିଥିଲେ। ହେଲେ ନାୟକ ଭାବେ ସେ ‘ଫିର ଭି ନା ମାନେ ବଦତମିଜ୍‌ ଦିଲ୍‌’ରେ କାମ କରିଥିଲେ। ପରେ ସେ ‘ନାଗାର୍ଜୁନ, ବେପନାହ ପ୍ୟାର, ନାଗିନ ୩, ବ୍ରହ୍ମରାକ୍ଷସ ୨’ ଭଳି ସୁପରହିଟ୍‌ ଧାରାବାହିକରେ କାମ କରିଛନ୍ତି। ଏହାଛଡ଼ା ଅନେକ ରିଆଲିଟି ଶୋ’ରେ ତାଙ୍କୁ ଅତିଥି ଏବଂ ପ୍ରତିଯୋଗୀ ଭାବେ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ହେୟାରଷ୍ଟାଇଲ୍‌ ଯୋଗୁ ଟ୍ରୋଲ୍‌ ହେଲେ ରିତେଶ

ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍‌(କେଶ ବିନ୍ୟାସ) ଲାଗି। ନିକଟରେ...

‘ଆର୍‌ଆର୍‌ଆର୍‌’ର ରିଲିଜ୍‌ ତାରିଖ ବଦଳିବନି

ମୁମ୍ବାଇ : ଏସ୍‌.ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍‌ମ ‘ଆର୍‌ଆର୍‌ଆର୍‌’ ଛଅ ହଜାରରୁ ଅଧିକ ପରଦାରେ ମୁକ୍ତିଲାଭ କରିବ। ଏହି ଫିଲ୍‌ମରେ ଅଭିନେତା ରାମ ଚରଣ ଏବଂ...

ମାହିଙ୍କୁ କେବେ ମିଳିବ ବିଶ୍ୱାସୀ ଜୀବନ ସାଥୀ: ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ

ମୁମ୍ବାଇ,୧୯।୧୨: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌‌ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ...

କେବଳ ଏହି ଗୋଟିଏ କାରଣ ପାଇଁ କ୍ୟାଟ୍ରିନାଙ୍କ ସହ ରୋମାନ୍ସ ସିନ୍‌ କରନ୍ତିନି ଅର୍ଜୁନ

ବଲିଉଡରେ ଏପରି ଅନେକ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ କେତେକ ତାରକାଙ୍କ ସହ ରୋମାନ୍ସ ସିନ୍‌ କରିବାକୁ ପସନ୍ଦ...

ଫିଲ୍ମ ରିଲିଜ ପରେ ଆହୁରି ବୋଲ୍ଡ ହେଲେ ଦୀପିକା

ବମ୍ବେ: ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଅଭିନୀତ ‘ଗେହରାଇୟାଁ’। ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସେ ଅନେକ ଚୁମ୍ବନ...

ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା...

ଗୋଆ ବିଚ୍‌ର ଫଟୋ ଶୁଟ୍‌କୁ ନେଇ ମିଲିନ୍ଦ ସୋନମଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ,୭ ।୧୧: ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋନମ ଏବେ ଅଡୁଆରେ । ନିକଟରେ ସେ ଗୋଆ ବୁଲିବାକୁ ଯାଇଥିବା ବେଳେ ସେଠାରେ ଉଠାଇଥିବା...

Advertisement
Archives

Model This Week